ଆଜିର ଅନୁଚିନ୍ତା

ତାରିଖ -୦୮:୦୧:୨୦୨୨(ଶନିବାର)

0 571

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ ।
🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ ।
🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । ଅଯଥାରେ ସମୟ ସମୟ ନଷ୍ଟ ନକରି ସଂଘର୍ଷ କରି ଚାଲନ୍ତୁ।
🦋ଧର୍ମ ଏବଂ କର୍ମ ମଣିଷ ଜୀବନର ଦୁଇଟି ଅଲଗା ଅଲଗା ରାସ୍ତା, କିନ୍ତୁ ଯେଉଁ ବ୍ୟକ୍ତି ନିଜ କର୍ମ ଭିତରେ ଧର୍ମ ର ମାର୍ଗ ଖୋଲି ପାରନ୍ତି, ସେହି ବ୍ୟକ୍ତି ପ୍ରକୃତ ରେ ଜୀବନ ଯାତ୍ରା ର ଉଚିତ ପଥିକ ଅଟନ୍ତି ।
🦋ଦୁଇଟି ଜିନିଷ ଗଣିବା ଛାଡ଼ି ଦିଅନ୍ତୁ । ନିଜର ଦୁଃଖ ଆଉ ଅନ୍ୟର ସୁଖ । ତେବେ ଦେଖିବେ ଜୀବନ କେତେ ସରଳ ଆଉ ସୁନ୍ଦର୍ ହୋଇଯିବ ।
🦋କୂଅର ପାଣି ସବୁ ଫସଲ ପାଇଁ ସମାନ ହୋଇଥାଏ, କିନ୍ତୁ କଲରା ପିତା ହୋଇଥାଏ, ବେଲ ମିଠା ହୋଇଥାଏ, ଆଉ ତେନ୍ତୁଳି ଖଟା ହୋଇଥାଏ । ଏ ଦୋଷ ପାଣି ର ନୁହେଁ ବରଂ ମଞ୍ଜି ର ହୋଇଥାଏ । ଠିକ୍ ସେହିପରି ଭଗବାନ୍ ଆମ ସମସ୍ତଙ୍କ ପାଇଁ ସମାନ ହୋଇଥାନ୍ତି, କିନ୍ତୁ ଫଳ ଆମ ନିଜ କର୍ମର ହିଁ ମିଳିଥାଏ ।
🦋ଗୋଟିଏ ସମ୍ପର୍କ ପାଇଁ ସେହି ମଣିଷ ଆଖୁରୁ ଲୁହ ଝରିଥାଏ ଯିଏ ସମ୍ପର୍କର ମୂଲ୍ୟ ଭଲଭାବରେ ବୁଝିଥାଏ , ନହେଲେ ସ୍ବାର୍ଥରେ ସମ୍ପର୍କ ବାନ୍ଧିଥିବା ଲୋକର ମୁହଁରେ ନା ଦୁଃଖ ଥାଏ ନା ଆଖିରେ ଲୁହ ଥାଏ !
📝ଗର୍ବ ଅହଙ୍କାର ରହିଲେ ମନରେଜୀବନ ସାର୍ଥକ ନୁହେଁ,ସେହି ଅହମିକା ମଣିଷ ପାଇଁ କି କାଳ ପୁଣି ସାଜିଥାଏ।
📝ଯଦି କାହାରି ଖରାପ ଗୁଣ ଖୋଜିବାର ଅଛି ତେବେ ପ୍ରଥମେ ନିଜ ଠାରୁ ଆରମ୍ଭ କର ।
📝ଜୀବନ ହେଉଛି ଏକ ଯାତ୍ରା ,ହେଲେ ଏ ଯାତ୍ରାର ଗନ୍ତବ୍ୟ ସ୍ଥଳ ଆଗରୁ ସ୍ଥିର ହୋଇ ନ ଥାଏ ।ଯାଉ ଯାଉ ସ୍ଥିର କରିବାକୁ ପଡିଥାଏ ।ତେଣୁ ଜୀବନରେ ଖୁସି ବାଣ୍ଟି ଚାଲନ୍ତୁ ନିଶ୍ଚୟ ଶାନ୍ତି ପାଇବେ ।
📝କାହାକୁ ଏତେ ବି Ignore କରନି କାରଣ ସମୟ ତାକୁ ତୁମ ବିନା ଏକା ରହିବା ଶିଖାଇଦେବ ।
ଜୟ ଶ୍ରୀ ରାମ,ଶୁଭ ସକାଳ,ଆଜି ଶନିବାର ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ରାମଚନ୍ଦ୍ର ଆପଣଙ୍କୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ସର୍ବପ୍ରଥମେ ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନ🌹ଜୟ ଜଗନ୍ନାଥ,ଜୟସୋମନାଥ🌹

 

Leave A Reply

Your email address will not be published.