ଧରହେଲା ଗଂଜେଇ ଵୋଝେଇ କାର,ଗିରଫ ହେଲେ୪

0 272

ବାରଙ୍ଗ,୭/୧(ଏସ ଏସ ନିଉଜ)କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ୪ ଯୁବକ।ଗୁରୁବାର ସନ୍ଧ୍ୟାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ନନ୍ଦନକାନନ ଛକ ନିକଟରେ ଯାଞ୍ଚ କରିଥିଲା।ଏହି ସମୟରେ ତ୍ରିଶୁଳିଆ ଆଡ଼ୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତି କାର ସମେତ କାରଟିକୁ ଏସ୍କର୍ଟ କରି ଆଣୁଥିବା ଏକ ବାଇକକୁ ପୋଲିସ ଜବତ କରିଥିଲା।ପୋଲିସ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଛି।ପୋଲିସ ସେମାନଙ୍କ ନିକଟରୁ ୪ଟି ବସ୍ତାରେ ଥିବା ୮୯ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ କରିଛି।ଚାଲାଣରେ ବ୍ୟବହୃତ ଏକ ମାରୁତି ଏସଏକ୍ସ୪ କାର,ଏକ ୟାମାହା ଏଫଜେଡ ବାଇକ, ୭ଟି ମୋବାଇଲ ଏବଂ ନଗଦ ୫୮୮୦ ଟଙ୍କା ଜବତ କରିଛି।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ଲକ୍ଷ୍ୟ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରୁଛି।ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଅକ୍ଷୟ କୁମାର ମାଝୀ(୩୫), ଢେଙ୍କାନାଳ ଜିଲ୍ଲା ମୋଟୋଙ୍ଗା ଥାନା ଅଞ୍ଚଳର ସୁଶାନ୍ତ କୁମାର ସାହୁ(୩୩),ଖୋର୍ଦ୍ଧା ଜିଲ୍ଲା ନନ୍ଦନକାନନ ଥାନା ପଦାସାହି ଗ୍ରାମର ସନ୍ତୋଷ କୁମାର ଦାସ(୩୩) ଏବଂ ନୟାଗଡ଼ ଜିଲ୍ଲା ଫେତେଗଡ଼ ଥାନା ଅଞ୍ଚଳର ଚିତ୍ତରଞ୍ଜନ ବେହେରା(୩୫)।ଏନେଇ ନନ୍ଦନକାନନ ଥାନା ପୋଲିସ କେସ ନଂ ୧/୨୨ ରେ ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଶ୍ବରଞ୍ଜନ ସେନାପତି ସୁଚନା ଦେଇଛନ୍ତି।

Leave A Reply

Your email address will not be published.