ଆଜିର ଅନୁଚିନ୍ତା

ତାରିଖ - ୨୬:୧୨:୨୦୨୦ ( ଶନିବାର )।

0 296

➡️ପ୍ରେମ ଏକ ଅନନ୍ୟ ଅନୁଭବ ।ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବ ନୁହେଁ ।ତେବେ କୁହାଯାଏ ଯେ,ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ ।
➡️କେବଳ ଭଜନ ପୂଜନ କଲେ ମୁକ୍ତି ମିଳିପାରେ ନାହିଁ ।ଏହା ସହିତ ସତ୍ କର୍ମ, ଉତ୍ତମ ଆଚରଣ ଏବଂ ନିଷ୍ଠା ଜଡିତ ହେବା ଆବଶ୍ୟକ ।
➡️ଧନ ଥିଲେ ଦାରିଦ୍ର‌୍ୟର ଭୟ, ଜ୍ଞାନ ଥିଲେ ଅଜ୍ଞାନର ଭୟ ।ସର୍ବୋପରି ଦେହ ଥିଲେ ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି ତାହାର କୌଣସି ଭୟ ନାହିଁ ।
➡️ଭଲ କାମ କରିଚାଲ କେହି ସମ୍ମାନ କରୁ ବା ନ କରୁ, କାରଣ ଯେବେ ସୂର୍ଯ୍ୟ ଉଦୟ ହୁଏ ତେବେ କୋଟି କୋଟି ଲୋକ ନିଦ୍ରାରେ ଥାଆନ୍ତି,ତଥାପି ସୂର୍ଯ୍ୟ ଉଦୟ ହୁଏ…
➡️ଦଣ୍ଡ ତ ପ୍ରକୃତି ଦିଏ,ମଣିଷ କେବଳ Credit ନିଏ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

Leave A Reply

Your email address will not be published.