ଆଜିର ଅନୁଚିନ୍ତା

ତାରିଖ - ୧୨:୦୩:୨୦୨୧ (ଶୁକ୍ରବାର)

0 295

➡️ଜୀବନ ମିଳିବା ଏହା ଭାଗ୍ୟ ଉପରେ ନିର୍ଭର କରିଥାଏ । ମୃତ୍ୟୁ ଆସିବା ଏହା ସମୟ ଉପରେ ନିର୍ଭର କରିଥାଏ । ଆଉ ମୃତ୍ୟୁ ପରେ ବି ଲୋକଙ୍କ ହୃଦୟରେ ରହିବା ଏହା ଆପଣଙ୍କ କର୍ମ ଉପରେ ନିର୍ଭର କରିଥାଏ ।
➡️ଜୀବନ ମାନେ ଯୁଦ୍ଧ ବଞ୍ଚିବା ପାଇଁ ତ ଅନେକ ଲଢେଇର ସାମ୍ନା କରିବାକୁ ହୁଏ ।
➡️ଆତ୍ମହତ୍ୟା କେବେବି କୌଣସି ସମାଧାନର ରାସ୍ତା ନୁହେଁ
ଅଥଚ ମଣିଷ କିଛି ସମାଧାନର ରାସ୍ତା ନ ପାଇ ଆତ୍ମହତ୍ୟା କରିଦିଏ ।
➡️ସମ୍ପତ୍ତି ଦେଖି ” ସମ୍ପର୍କ ” ଆଉ ସୁନ୍ଦରତା ଦେଖି ” ପ୍ରେମ ” କେବେବି ଚିରସ୍ଥାୟୀ ହୁଏନା ।
➡️ସୁଖରେ ରହିବାକୁ ଦୁଇଟି ଉପାୟ ପରିସ୍ଥିତିକୁ ବଦଳାଇ ଦିଅ ନହେଲେ ପରିସ୍ଥିତିକୁ ବୁଝି ନିଜକୁ ବଦଳେଇ ଦିଅ ।
➡️ଅଜବ ଦୁନିଆ”ମାଆ” ର ଛୋଟ ଏକ ପେଟରେ ୧୦ ମାସ -ସନ୍ତାନ ପାଇଁ ଜାଗା ହୁଏ, ହେଲେ — ସନ୍ତାନର ବିଶାଳ Flat ରେ “ମାଆ ” ପାଇଁ ଜାଗା ହୁଏ ନାହିଁ ।

?ଶୁଭ ସକାଳ?
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

?? ?ଜୟ ଜଗନ୍ନାଥ???

Leave A Reply

Your email address will not be published.