ଆଜିର ଅନୁଚିନ୍ତା

ତାରିଖ : ୨୮/୦୩/୨୦୨୧,ରବିବାର

0 270

➡️”ସନ୍ଦେହ ଓ ଅବିଶ୍ଵାସ ମଣିଷକୁ ସବୁ ସମ୍ପର୍କ ରୁ ଦୂରକୁ ନେଇଯାଏ ତେଣୁ କୌଣସି କଥାର ସତ୍ୟତା ନ ଜାଣି କାହାକୁ ସନ୍ଦେହ କିମ୍ବା ଅବିଶ୍ବାସ କରିବା ଠିକ୍ ନୁହେଁ !!
➡️”କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ , ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳି ଯିବାକୁ ବାଧ୍ୟ କରିଥାଏ !
➡️”ଦୁଃଖ କହିବା ଆଉ ଶୁଣିବା ଭିତରେ ଅନେକ ଫରକ୍ ଥାଏ …. କାହିଁକି ନା ଶୁଣୁ ଥିବା ଲୋକଟି କେବଳ ଅନୁଭବ କରିଥାଏ …. କିନ୍ତୁ ଦୁଃଖ କହୁଥିବା ଲୋକଟି ଦୁଃଖକୁ ଅଙ୍ଗ ଲିଭାଇ ଥାଏ …. !
➡️”ଅଭାବ ଭିତରେ ଥାଇ ମଧ୍ୟ ସମସ୍ୟା କୁ ସମାଧାନ କରିବାର କ୍ଷମତା ଯାହା ପାଖରେ ରହିଥାଏ , ସେଇ ମଣିଷ ବାସ୍ତବତା କୁ ମଧ୍ୟ ଖୁବ୍ ଅତି ନିକଟରୁ ଜାଣି ପାରିଥାଏ , ଏବଂ ଦୁଃଖରେ ଥିଲେ ବି ସର୍ବଦା ଚେଷ୍ଟା କରିଥାଏ ଅନ୍ୟ ମାନଙ୍କୁ ଖୁସି ଦବା ପାଇଁ … !
➡️”ନାଟକ … କରିବାକୁ ହେଲେ ରଙ୍ଗମଞ୍ଚରେ କର କାହା ଜୀବନ ମଞ୍ଚରେ ନୁହେଁ !
ଜୀବନ ଦର୍ଶନ
➡️ମନକୁ ସଂସାରରୁ ନିବୃତ୍ତ କରି ପରମାତ୍ମାଙ୍କ ଠାରେ ସମାହିତ କରିବା ବିଧେୟ, ପ୍ରତିଦିନ ନିୟମିତ ଭାବେ ଧ୍ୟାନ ଯୋଗ ଅଭ୍ୟାସ କରିବା ଉଚିତ୍, କେବେ ଯୋଗାଭ୍ୟାସ କରିବା ଆଉ କେବେ ଛାଡି ଦେବା, ଏପରି କଲେ ଧ୍ୟାନ ଯୋଗରେ ଶୀଘ୍ର ସିଦ୍ଧି ମିଳେ ନାହିଁ। ଅନ୍ୟ ଏକ ତାତ୍ପର୍ଯ୍ୟ ହେଲା ଏକାନ୍ତରେ କାର୍ଯ୍ୟ
କରୁଥିବା ସମୟରେ ନିରନ୍ତର ପରମାତ୍ମା ପ୍ରାପ୍ତିର ଲକ୍ଷ ରହିବା ଉଚିତ୍।
ଗୀତା ଉପଦେଶ
➡️”ତିନି ବେଦରେ ବିଜ୍ଞ ଓ ସୋମ ରସ ପାୟୀମାନେ ବିଭିନ୍ନ ଯାଗ ଯଜ୍ଞାଦି ଅନୁଷ୍ଠାନଦ୍ୱାରା ନିଷ୍ପାପ ହୋଇ ମୋର ପୂଜାକରି ସ୍ୱର୍ଗଲୋକ ପ୍ରାପ୍ତି ପାଇଁ ମତେ ପ୍ରାର୍ଥନା କରନ୍ତି । ସେଠାରେ ଦିବ୍ୟ ଦେବଭୋଗ୍ୟ ସୁଖ ଉପଭୋଗ କରନ୍ତି !
➡️”ସେମାନେ ସେହି ବିଶାଳ ସ୍ୱର୍ଗ ଲୋକର ସୁଖ ଭୋଗ କରି ,ଅର୍ଜିତ ପୂଣ୍ୟ ସରିଗଲା ପରେ, ଏହି ମୃତ୍ୟୁ ଲୋକକୁ ଫେରି ଆସନ୍ତି । ତିନି ବେଦ ବର୍ଣ୍ଣିତ ସକାମ ଧର୍ମ ଆଶ୍ରା କରି, ସକାମୀ ମନୁଷ୍ୟ ମାନଙ୍କର ଏହିପରି ମୃତ୍ୟୁ ଲୋକକୁ ଗମନାଗମନ ଚାଲିଥାଏ !
➡️”ଯେଉଁଜନ ମୋ ଠାରେ ଅନନ୍ୟ ଚିନ୍ତନ କରି ସର୍ବଦା ମୋର ସମ୍ୟକ ଉପାସନା କରେ ମୁଁ ତାଙ୍କର ଅପ୍ରାପ୍ତ ବସ୍ତୁକୁ ପ୍ରାପ୍ତ କରାଏ ଓ ପ୍ରାପ୍ତ ବସ୍ତୁକୁ ରକ୍ଷଣାବେକ୍ଷଣ କରେ !
ମହାପୁରୁଷଙ୍କ ବାଣୀ
➡️”ଆସନ୍ତାକାଲି ଆମକୁ କିଛି ସାହାଯ୍ୟ କରିବାକୁ ଯାଉଛି, ତେଣୁ ଯଦି ଆମେ ଆଜି ବସିଥାଉ, ଆଜି ବି ଏହା ନଷ୍ଟ ହୋଇଯିବ ଏବଂ ଆସନ୍ତାକାଲି ଏହା ଖରାପ ହୋଇଯିବ! – ସର୍ଦ୍ଦାର ବଲ୍ଳଭଭାଇ ପଟେଲ !
➡️”କଳା ମନୁଷ୍ୟର ଗଭୀର ସ୍ତରକୁ ପ୍ରକାଶ କରେ ଯେତେବେଳେ ସ୍ୱର୍ଗ ପୃଥିବୀକୁ ଛୁଇଁବ ସେତେବେଳେ କଳା ସମ୍ଭବ – ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ !
➡️”କବିଙ୍କ ଧର୍ମରେ କୌଣସି ନିର୍ଦ୍ଦିଷ୍ଟ ଉପଦେଶ ପାଇଁ କୌଣସି ସ୍ଥାନ ନାହିଁ – ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ !
➡️”କୁହାଯାଏ ଧର୍ମ ବିନା ଜଣେ ବ୍ୟକ୍ତି ଲଗାମ ବିହୀନ ଘୋଡା ସଦୃଶ ଅଟନ୍ତି – ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ !
ଆଜିର ସୁବିଚାର
➡️”ଦାନ କଲେ ପଇସା ଯାଏ ଲକ୍ଷ୍ମୀ ନୁହେଁ !
➡️”ଘଣ୍ଟା ବନ୍ଦ କଲେ ଘଣ୍ଟା ବନ୍ଦ ହୁଏ ,ସମୟ ନୁହେଁ !
➡️”ମିଛ ଲୁଚାଇଲେ ମିଛ ଲୁଚିଯାଏ , ସତ ନୁହେଁ !
➡️”ଯିଏ ତୁମକୁ ବୁଝିପାରୁନାହିଁ ତାକୁ ବାରମ୍ବାର ବୁଝେଇବା ଦରକାରନାହିଁ ସମୟଆସିଲେ ସେ ଅନୁଭବ କରିବ ଏବଂ ଆପେଆପେ ବୁଝିଯିବ !
➡️”ଜୀବନରେ ଶୁଖଶାନ୍ତିରେ ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ । ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି । ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି !
➡️”ଲୁହା ନରମ ହେଲେ ସାଧନ ବନିଯାଏ .. ସୁନା ନରମ ହୋଇ ଅଳଙ୍କାର ବନିଯାଏ .. ମାଟି ନରମ୍ ହୋଇ ଭଲ କ୍ଷେତ ବନିଯାଏ .. ଅଟା ନରମ ହେଲେ ସ୍ଵାଦିଷ୍ଟ ରୁଟି ବନିଯାଏ ଠିକ ସେପରି ଯଦି ମଣିଷ ନରମ ହୋଇଯାଏ ଲୋକଙ୍କ ହୃଦୟରେ ଜାଗା ନେଇଯାଏ … !
ଆଜିର ନୀତିବାଣୀ
➡️”ମିଛ କହିବା ଦ୍ୱାରା ଯଦି କାହାର ଜୀବନ ରକ୍ଷା ହୋଇପାରିବ, ବିବାଦର ସମାଧାନ ହୋଇପାରିବ, ସମାଜର ମଙ୍ଗଳ ସାଧିତ ହୋଇପାରିବ ତେବେ ସେ ମିଛ କହିଲେ ଦୋଷାବହ ନୁହେଁ !
➡️”ସ୍ୱାମୀ ଅଭିମାନିନୀ, ପୁତ୍ରହରା ମାତା, ଧନ ହଜାଇଥିବା ରଙ୍କ, ରାଜଦଣ୍ଡିତ ଲୋକ, ଗଣ୍ଡମୂର୍ଖ, କୃପଣ, କର୍ମତ୍ୟାଗୀ ସନ୍ନ୍ୟାସୀ, ମୁନି, ମଉନୀ, ନିଗୃହିତ ବିଦ୍ବାନ – ଏମାନଙ୍କୁ ହସ ମାଡେ ନାହିଁ !
➡️”ନ୍ୟାୟ ଉପାର୍ଜ୍ଜିତ ଧନ ଓ ସଂଚିତ ସମ୍ପଦକୁ ଯତ୍ନ ସହକାରେ ସାଇତି ରଖିବ । ନିଜର ବୟସନୁସାରେ ସ୍ୱାସ୍ଥ୍ୟକୁ ଜଗିବ । ଉପଯୁକ୍ତ ଯତ୍ନ ନେବ, ବନ୍ଧୁର ଉପଯୁକ୍ତ ସତ୍କାର କରିବ !
➡️”ବେଶୀ ବୟସ, ବେଶୀ ଧନଶାଳୀ, ପିତୃବ୍ୟସମ୍ବନ୍ଧ ଅଧିକାରୀ ହେଲେ ଯେ ସେ ମହତ ହେବ ଏମିତି ନୁହେଁ, ଯେ ନ୍ୟାୟ ଜ୍ଞାନର ଅଧିକାରୀ ସେ ଅଳ୍ପ ବୟସ, ଦରିଦ୍ର ବା ରକ୍ତ ସମ୍ପର୍କୀୟ ନହେଲେ ମଧ୍ୟ ମହତ ଓ ଗୁରୁସ୍ଥାନୀୟ !
➡️”ସବୁ ପ୍ରକାର ଦାନଠାରୁ ବିଦ୍ୟାଦାନ ଦେବା ଶ୍ରେଷ୍ଠ ! ଶୁଭ ସକାଳ,ଜୟ ଶ୍ରୀକୃଷ୍ଣ !

 

Leave A Reply

Your email address will not be published.