ଆଜିର ଅନୁଚିନ୍ତା

ତାରିଖ - ୧୩:୦୪:୨୦୨୧ (ମଙ୍ଗଳବାର)

0 301

➡️ସହିବାର ଗୋଟେ ନିର୍ଦ୍ଦିଷ୍ଟ ସୀମା ଥାଏ ।ଏହି ସୀମା ଟପିଗଲେ ଗୋଟେ ସରଳ, ନିରୀହ ଏବଂ ଦୁର୍ବଳ ମଣିଷ ବି ଭୟଙ୍କର ହୋଇଯାଏ ।
➡️ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ, ନହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ ।
➡️ବିନା କାରଣରେ ସମ୍ପର୍କରେ ଫାଟ ସୃଷ୍ଟି ହେବ ନାହିଁ, କୌଣସି ନିଜ ଲୋକ ହିଁ ବିଷ ମିଶାଇ ଦେଇଥାନ୍ତି ।
➡️ଜୀବନରେ ବାପା ମାଆଙ୍କୁ ଛାଡିଦେଲେ କାହାରିକୁ ଅଧିକ ଗୁରୁତ୍ୱ ଦିଅନ୍ତୁ ନାହିଁ, କାହିଁକି ନା ଅନ୍ୟମାନେ ତୁମକୁ ଧୋକା ଦେଇପାରନ୍ତି କିନ୍ତୁ ବାପା ମାଆ ନୁହେଁ ।
➡️କେହି କେବେ ନିଜ ଇଛାରେ Change ହୋଇ ନଥାଏ, ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ Change ହେବାକୁ ବାଧ୍ୟ କରିଥାଏ ।
ଆଜିର ନୀତିବାଣୀ
?ନର୍କରେ ବାସକରିବା ଭଲ ହେଲେ ଦୁଶ୍ଚରିତ୍ରର ଗୃହରେ ବାସକରିବା ଅନୁଚିତ। ନରକବାସରେ କରିଥିବା ପାପ ବିନଷ୍ଟ ହୁଏ, କିନ୍ତୁ ପାପୀର ଗୃହରେ ବାସକଲେ ପାପ ନିବୃତ୍ତି ହୁଏନାହିଁ !
?ନିଜର କେନ୍ଦ୍ରୀଭୂତ ଭାବନାର ଶକ୍ତି ଦ୍ୱାରା ଅନ୍ୟର ଧାରଣାକୁ ବଦଳାଇ ଦେଇ ପାରେ !
?ମଣିଷ ସବୁକିଛି କପି କରି ପାରିବ କିନ୍ତୁ ଭାଗ୍ୟ ନୁହେଁ !
?ଅନ୍ୟକୁ ଗାତରେ ପକାଉଥିବା ଲୋକ ବି ନିଜେ ଦିନେ ଗାତରେ ପଡେ, ହେଲେ ସିଏ ଗାତ ଭିତରେ ଏମିତି ପୋତି ହୋଇ ପଡେ କି ତା\’ର ଚିତ୍କାର କାହାକୁ ଶୁଭେ ନାହିଁ !
?ଭଗବାନଙ୍କର ଅଦାଲତରେ ଓକିଲ ଦରକାର ନାହିଁ, ନିରବ ରୁହନ୍ତୁ କର୍ମ କରି ଚାଲନ୍ତୁ.. ସମସ୍ତଙ୍କର ହିସାବ ଚାଲିଛି !
?ନିଶ୍ୱାସ ବିଶ୍ୱାସ ତିନି ଅକ୍ଷର ଭରସା ପାଏନା କିଏ କାହାର, ଜୀବନ ଯାତନା ତିନି ଅକ୍ଷର ମୋହ ମାୟା ଲମ୍ବେ ଅନେକ ଦୂର, ମଣିଷ ଈଶ୍ୱର ତିନି ଅକ୍ଷର ଲୋଭରେ ମଣିଷ ଗଢେ ମନ୍ଦିର !
?କହୁଥାଏ କଥା ଅମୃତ ସମାନ ସଦା ରହିଥାଏ ବିଷ ତାର ମନ, ପଣ୍ଡିତ ହେଲେ ବି ଏପରି ଜନକୁ ଦୂରେଇ ରହିବ ବିଚାରି ମନକୁ !

ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ!

Leave A Reply

Your email address will not be published.