ଆଜିର ଅନୁଚିନ୍ତା

ତାରିଖ - ୧୫:୦୪:୨୦୨୧ (ଗୁରୁବାର)

0 374

➡️ଗୋଟିଏ ମଣିଷକୁ ସେତେବେଳେ ଅଧିକ ଦୁଃଖ ଲାଗିଥାଏ, ଯେତେବେଳେ ତା\’ର ଅତି ଆପଣାର ମଣିଷ ତାକୁ ପର ଭାବି ଶତୃ ଭଳି ବ୍ୟବହାର କରିଥାଏ ।
➡️ଯେବେ ମନ ଦୁଃଖରେ ଥାଏ ସମସ୍ତେ ପଚାରି ନିଅନ୍ତି ମନ କାହିଁକି ଦୁଃଖ ଅଛି କିନ୍ତୁ ସେହି ଲୋକ ପଚାରି ନଥାଏ ଯାହା ପାଇଁ ମନ ଦୁଃଖରେ ଥାଏ ।
➡️ ବର୍ଷା ଛାଡିଗଲା ପରେ ଛତା ଯେମିତି ବୋଝ ପରି ଲାଗେ ଠିକ୍ ସେହିପରି ମଣିଷର ସ୍ବାର୍ଥ ହାସଲ ପରେ ସମ୍ପର୍କ ତାକୁ ବୋଝ ପରି ଲାଗେ ।
➡️କେହି କିଛି କହିଲେ ସହିଯିବା ଭଲ, କିନ୍ତୁ ବେଶୀ କହିଲେ କହିଦେବା ଭଲ, ସବୁବେଳେ ସହିବା ଠିକ୍ ନୁହେଁ ।
➡️ନିଜର ହସ୍ତ ରେଖା ଦେଖି Future ରେ କଣ ହେବ ଭାବନାହିଁ କାରଣ ଯେଉଁ ଲୋକମାନଙ୍କର ହାତ ନାହିଁ ସେମାନଙ୍କର ମଧ୍ୟ Future ଅଛି ତେଣୁ ନିଜ କର୍ମ ଉପରେ ଈରକ୍ଷସରଙ୍ଖର କର ! ହାତର ରେଖାକୁ ନୁହେଁ !
 ଆଜିର ସନ୍ଥବାଣୀ
?ଯେତେବେଳେ ହୃଦୟ ଭାଙ୍ଗିଯାଏ ସେତେବେଳେ ମସ୍ତିଷ୍କ ସଠିକ କାମ କରିବା ଆରମ୍ଭ କରିଦିଏ !
?କୋକେଇ ଉଠିଲେ କାହାଣୀ ସରେ ରଙ୍ଗ ମଞ୍ଚ ରହିଯାଏ ପଛରେ, ନେବାକୁ ନଥାଏ ନିଜର କିଛି ବାଉଁଶ ଶେଯରେ ଶୋଇଲା ପରେ !
?ଦୁଇ ହାତରେ ଆମେ ପଚାଶ ଜଣଙ୍କୁ ମାରି ପାରିବାନି, କିନ୍ତୁ ଦୁଇ ହାତ ଯୋଡ଼ି ଆମେ କୋଟିଏ ଲୋକଙ୍କ ହୃଦୟ ଜିତିପାରିବା !
?ଧନୀ ସେ ନୁହେଁ ଯାହାର ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଅଛି, ଧନୀ ତ ସେ ହୋଇଥାଏ ଯାହା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଜାଗା ଅଛି !
?ସୁଖର ଅନୁସନ୍ଧାନରେ ନିଜ ଜୀବନକୁ ହନ୍ତସନ୍ତ ନକରି.. ଦୁଃଖର ଅଶ୍ରୁକୁ ଥରେ ପାନ କରିବାକୁ ଚେଷ୍ଟା କର, ଯାହାର ସ୍ୱାଦ ଅମୃତ ସମାନ !
?ଉତ୍ତମ କାର‌୍ୟ୍ୟ ଦୀର୍ଘ ସମୟ ପାଇଁ ମହାନ ଓ ନିରନ୍ତର ପ୍ରୟାସ ଆବଶ୍ୟକ କରେ ! ଚରିତ୍ର ସହସ୍ରବାର ଝୁଣ୍ଟିବା ପରେ ହିଁ ପ୍ରତିଷ୍ଠିତ ହୁଏ !
?ଚାକିରୀ ଆଉ ସମ୍ପତ୍ତି ଦେଖି ଝିଅଟିକୁ ବାହା ଦିଅନ୍ତୁ ନାହିଁ ! ପ୍ରଥମେ ଦେଖନ୍ତୁ ପିଲାଟି ମଣିଷକି ନୁହେଁ, କାରଣ ଖାଦ୍ୟ କି ବସ୍ତ୍ର ପାଇଁ ଝିଅଟି ମରେନି; ମରେ ଅମଣିଷଙ୍କ ଅତ୍ୟାଚାରରେ !
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ !ଜୟ ଜଗନ୍ନାଥ !

Leave A Reply

Your email address will not be published.