ଆଜିର ଅନୁଚିନ୍ତା

ତାରିଖ - ୧୩:୧୦:୨୦୨୧ (ବୁଧବାର)

0 810

ମାଁ ପରମେଶ୍ବରୀ ନମଃ,ମୃଣ୍ମୟୀ ମହାଷ୍ଟମୀ ପୂଜା ଓ ଫଳଥୁଆ ବ୍ରତ , ସନ୍ଧିପୂଜା ବୁଧାଷ୍ଟମୀ ସ୍ନାନ
🌹ଯଦି ସ୍ବପ୍ନରେ ଗୁରୁ ଅଥବା ଇଷ୍ଟ ଦେବ ତୁମ ମୁଣ୍ଡ ଉପରେ ହାତ ରଖନ୍ତି ତେବେ ଏହା ତାଙ୍କର ଆଶୀର୍ବାଦ ବୋଲି ଜାଣ। ଏହା ବାସ୍ତବ କୌଣସି କଳ୍ପନା ନୁହେଁ ।
🌹ଯଦି କେହି ସ୍ବପ୍ନରେ ଗୁରୁ ଅଥବା ଇଷ୍ଟଙ୍କ ସ୍ପର୍ଶ ନିଜ ଶରୀରରେ ଅନୁଭବ କରେ ତେବେ ଏହା ଆଧ୍ଯାତ୍ମିକ ଶକ୍ତି ର ସଂପ୍ରେକ୍ଷଣ। ଏହା ମଧ୍ୟ ବାସ୍ତବିକ।
🌹ଯଦି କେହି ସ୍ବପ୍ନରେ ଗୁରୁ ଅଥବା ଇଷ୍ଟ ଙ୍କ ହାତ କୁ ସ୍ପର୍ଶ କରିବାକୁ ଚାହୁଁଛି ତେବେ ଏହା ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିବାକୁ ତୁମ କ୍ଷମତା ର ସଂକେତ । ଯଦି ତୁମର ଇଚ୍ଛା ହେଉଛି କି ସେ ତୁମର ଆଖି ବନ୍ଦକରି ଦିଅନ୍ତୁ ତେବେ ଏହା ତୁମ ଦ୍ବାରା ସୁକ୍ଷ୍ମ ଦୃଷ୍ଟି ପ୍ରାପ୍ତ କରିବାର ସଂକେତ ।
🌹ଯଦି ତୁମେ ସ୍ବପ୍ନରେ ଗୁରୁଙ୍କ ଦର୍ଶନ କରୁଛ ଅଥବା ତାଙ୍କ ବାର୍ତ୍ତାଳାପ ଶୁଣୁଛ ତେବେ ଜାଣିନିଅ ଯେ ସେ ତୁମକୁ ଆଶୀର୍ବାଦ କରୁଛନ୍ତି
🌹ଗୁରୁ ଶିଷ୍ୟ ଙ୍କ ମଧ୍ୟରେ ସ୍ବପ୍ନ ମାଧ୍ୟମରେ ଏହି ସମ୍ପର୍କ, ସାଧାରଣ ଲୌକିକ ସ୍ବପ୍ନ ସଦୃଶ ନୁହେଁ । ଏହା ବାସ୍ତବରେ ସଂଗଠିତ ହୁଏ ଯାହା ଶିଷ୍ୟ ର ଆଧ୍ଯାତ୍ମିକ ଉନ୍ନତି ର ପଥକୁ ପ୍ରସସ୍ଥ କରିଥାଏ ।।
ଆଜିର ଅନୁଚିନ୍ତା
🦋ପ୍ରତ୍ୟେକ ମନୁଷ୍ୟ ନିଜ ଭିତରେ ଭରି ରହିଥିବା କୁବ୍ୟବହାରକୁ ପରିତ୍ୟାଗ କରି ସଦା ସର୍ବଦା ନିଜ ଭିତରେ ଲୁଚି ରହିଥିବା ଉତ୍ତମ ବ୍ୟବହାର ର ସଦୁପଯୋଗ କରିବା ଉଚିତ୍ ; ଆଉ ତାହାହିଁ ଆମକୁ ଭଲ ମଣିଷ ହେବାରେ ସହାୟକ ହୋଇଥାଏ ।
🦋ଶ୍ରେଷ୍ଠ ଗୁରୁ – ପିତା ମାତା-ଶ୍ରେଷ୍ଠ ଦାନ – ଅନ୍ନ ଦାନ-ଶ୍ରେଷ୍ଠ ସେବା – ଜୀବ ସେବା-ଶ୍ରେଷ୍ଠ କର୍ମ – ସତ୍ କର୍ମ- ଶ୍ରେଷ୍ଠ ପରିଚୟ – ଉତ୍ତମବ୍ୟବହାର-ଶ୍ରେଷ୍ଠ ଚିନ୍ତା – ଈଶ୍ବର ଚିନ୍ତା-ଶ୍ରେଷ୍ଠ ଜୀବନ – ଆଦର୍ଶ ଜୀବନ-ଶ୍ରେଷ୍ଠ ଜ୍ଞାନ – ତତ୍ତ୍ୱ ଜ୍ଞାନ-ଶ୍ରେଷ୍ଠ ଧନୀ – ଯେ କିଛି ମାଗେ ନାହିଁ -ଶ୍ରେଷ୍ଠ ଆଶ୍ରୟ – ଈଶ୍ବରଙ୍କ ଚରଣ
🦋ହେଇପାରେ ହସୁଥିବା ମଣିଷର ହସ ମିଛ, ସେଥିପାଇଁ କେବଳ ମଣିଷକୁ ଖାଲି ଦେଖନ୍ତୁ ନାହିଁ ତାଙ୍କୁ ବୁଝିବାକୁ ବି ଚେଷ୍ଟାକରନ୍ତୁ ।
🦋ସବୁବେଳେ ନିଜ କଥାରେ ମଧୁରତା ରଖନ୍ତୁ , ଦେଖିବେ ଆପଣଙ୍କୁ ଖରାପ ବ୍ୟବହାର ଦେଉଥିବା ମଣିଷ ଟି ଦିନେ ନା ଦିନେ ଭଲ ବ୍ୟବହାର ଓ ଉଚିତ୍ ସମ୍ମାନ ଦେବାକୁ ବାଧ୍ୟ ହେବ ।
🦋ଯେଉଁ ଲୋକ Limit ରେ ରହୁଥାଏ, ସେ ସାରା ଜୀବନ Limit ରେ ରହିଯାଏ ।
🙏ଓଁ ନମଃ ଗଣନାୟକ🙏ଶୁଭ ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ🙏 ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ।।

Leave A Reply

Your email address will not be published.