ଜନ୍ମଦାତା ପିତା ନିଜ ଝିଅକୁ କଲା ଦୁଷ୍କର୍ମ

0 308

ମାଲକାନଗିରି,୧୨/୧୦(ଏସଏସନିୟୁଜ) ଜନ୍ମଦାତା ପିତା ନିଜ ଝିଅ ସହିତ ପାପ ସଂପର୍କ ରଖି ଗର୍ଭବତୀ ଗର୍ଭବତୀ କରିବା ସହ ଗର୍ଭପାତ କରାଇବାଭଳିି ଲଜ୍ଜାଜନକ ଘଟଣା ମାଲକାନଗିରି ଥାନା ଅଂଚଳରେ ଘଟିଛି ।ଏବିଷୟରେ ପୁଅଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସ୍ଥାନୀୟ ଅଂଚଳର ଜଣେ ଯୁବକ ସହ ଝିଅଟିର ବାହାଘର ହୋଇଥିଲା ।ପରେ ସେହି ଯୁବକ ମାନସିକ ଅଗ୍ରସର ରହିବା ସହ କାମଧନ୍ଦା କରୁନଥିବାବେଳେ ଝିଅ ମଧ୍ୟ ମାନସିକ ଅଗ୍ରସର ବୋଲି ଜଣାପଡିଥିଲା । ଅଭିଯୁକ୍ତ ବାପାଝିଅକୁ ସେଠାରୁ ନେଇ ଆସି ନିଜ ଘରେ ରଖିବାସହ ମଦ୍ୟପାନକରି ଝିଅକୁ ଦୁଷ୍କର୍ମ କରି ଚାଲିଥିଲା।ବାପା ଭୟରେ ଝିଅଟି କାହାକୁ କିଛି କହିନଥିଲେ ମଧ୍ୟ ୬ ମାସର ଗର୍ଭବତୀ ହେବା ପରେ ପରିବାରଲୋକ ଜାଣିବାକୁ ପାଇଥିଲେ ।ପରିବାରଲାକେ ଝିଅକୁ ମାରଧର କରିବା ପରେ ସେ ବାପାର ନାମ କହିଥିଲା।ଏହିବିଷୟରେ ପଚାରିବାପରେ ବାପା ଉତ୍ୟକ୍ତହୋଇ ପୁଅ ଓ ପତ୍ନୀକୁ ନିର୍ଦ୍ଧୁମ ପିଟିବା ଆରମ୍ଭ କରିଥିଲେ ।ବାଧ୍ୟହୋଇ ଭୟରେ ପୁଅ ମାଲକାନଗିରି ଥାନାରେ ବାପାଙ୍କ ନାମରେ ଅଭିଯୋଗ କରିବାପରେପୁଲିସ ଅଭିଯୁକ୍ତକୁ ଗିରଫ କରି କରି ଝିଅର ଡାକ୍ତରୀ ମାଇନା କରାଇବା ସହ ତଦନ୍ତଆରମ୍ଭ କରିଛନ୍ତି ।

Leave A Reply

Your email address will not be published.