ମହାନଦୀରେ ଫ୍ଲୋଟି˚ ରେଷ୍ଟୁରାଣ୍ଟ୍‌

0 222

କଟକ,୧୨/୧୦(ଏସଏସନିୟୁଜ) ମହାନଦୀରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଫ୍ଲୋଟି˚ ରେଷ୍ଟୁରାଣ୍ଟ୍ । ମହାନଦୀ କୂଳରେ ଗଢି ଉଠିଥିବା ସିଲଭର୍ ସିଟି ବୋଟ୍ କ୍ଲବ୍‌ରେ ଓଟିଡିସି ପକ୍ଷରୁ ଏହି ଏକ ନୂଆ ଧରଣର ରେଷ୍ଟରାଣ୍ଟ୍ ଖୋଲାଯାଇଛି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଫ୍ଲୋଟି˚ ରେଷ୍ଟୁରାଣ୍ଟରେ ଏକ ସମୟରେ ୮ ଜଣ ବସିବାର ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ସମୟରେ ପର‌୍ୟ୍ୟଟକମାନଙ୍କୁ ଆକର୍ଷଣ କରିବାପାଇଁ ରେଷ୍ଟୁରାଣ୍ଟ ଉପରେ ସୋଲାର ପ୍ୟାନେଲ୍ ଲାଗିବା ସହ ଏଲ୍‌ଇଡି ଲାଇଟ୍‌ରେ ସୁସଜ୍ଜିତ କରାଯାଇଛି।

Leave A Reply

Your email address will not be published.