ଆଜିର ରାଶିଫଳ

0 147

୨୦୨୩ମସିହା ଅକ୍ଟୋବରମାସ ୨୬ତାରିଖ ଗୁରୁବାର। ଶରଣଶେଷ ସୁର୍ଯ୍ୟୋଦୟ- ଘ୫/୪୮/୪୦ ,ସୂର୍ଯ୍ୟାସ୍ତ-ଘ୫/୧୨/୪୮ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ବୃହସ୍ପତିବାସ ,ତିଥି- ଦ୍ବାଦଶୀ ଦିବା ଘ୯/୫୬ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ଦିବା ଘ୯/୫୬ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟ ତିଥି ଓ ଶନିଯୁକ୍ତଦୋଷ ହେତୁ ଦିବାଘ୯/୫୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ, ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ପ୍ରାତଃ ଘ୬/୪୫ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବାଘ୯/୫୬ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା ଦିବା ଘ୨/୨୦ମି ରୁ ସୂର୍ଯ୍ୟାସ୍ତ ଘ୫/୧୩ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୩୦ମି ରୁ ଘ୧/୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୨୬ମି ମଧ୍ୟେ, ଘ୧/୫୦ମି ରୁ ଘ୩/୨୬ମି ମଧ୍ୟେ, ସନ୍ଧ୍ୟାଘ୫/୫୮ମି ରୁ ରାତ୍ରି ଘ୯/୧୦ମି ମଧ୍ୟେ, ଘ୧୧/୩୪ମି ରୁ ଘ୨/୪୬ମି ମଧ୍ୟେ, ଘ୩/୩୪ମି ରୁ ରାତ୍ରିଶେଷ ଘ୫/୫୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ- ମୃତବ୍ୟକ୍ତିର ୨ପାଦ ତିଥି ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂଗୋପଶୁ ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ। ଅନ୍ନବସ୍ତ୍ର ଏବଂ ତିଳସୁବର୍ଣ୍ଣଦାନ। ଦିବା ଘ୯/୫୬ମି ପରେ ଦିବା ଘ୧୨/୧୪ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୧୨/୧୪ମି ମଧ୍ୟେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା। ତିଳସୁବର୍ଣ୍ଣ ପୀତବସ୍ତ୍ର ତଣ୍ଡୁଳଦାନ କରଣୀୟ।ରଜଶ୍ଚକ୍ରେ ସର୍ବସମ୍ପନ୍ନା।ଶୁଭକର୍ମ- ଦିବା ଘ୧୨/୧୪ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୬ନକ୍ଷତ୍ରେ ଦେବତାଗଠନ, ନବଦୋଳାଦ୍ୟାରୋହଣ, ଦୀକ୍ଷାଗ୍ରହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ,ନବବସ୍ତ୍ର ପରିଧାନ,ବୃକ୍ଷରୋପଣ, ନୌକାଗଠନ,ନାମକରଣ, ନିଷ୍କ୍ରାମଣ,ଔଷଧକରଣ ଓ ସେବନ,ହଳପ୍ରବାହ,ବୀଜବପନ, ଅଳଙ୍କାର ଭୂଷଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ପ୍ରାତଃ ଘ୬/୪୫ମି ପରେ ଉଗ୍ରଦେବତା ପ୍ରତିଷ୍ଠା, ବାଣିଜ୍ୟ କରଣ, ନିଷେକ, ଦିବା ଘ୯/୫୬ମି ପରେ ଦିବା ଘ୧୨/୧୪ମି ମଧ୍ୟେ ୨୫ ନକ୍ଷତ୍ରେ ନୌକାଚାଳନ ଓ ଯାତ୍ରା।
ମେଷ-ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ ।
ବୃଷ-ବହୁଦିନ ଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।
ମିଥୁନ-ଆପଣଙ୍କୁ ଯେଉଁ କାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । କାରଣ ଆପଣଙ୍କ ପରିବାର ଏହା ବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟ କରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।
କର୍କଟ-ଆପଣଙ୍କ ବୁଦ୍ଧି ଆଜି ଅଧିକ ବେଗରେ ସାହାଯ୍ୟ କରିବ । ଏହାର ଉପଯୋଗ ଆପଣ ଭବିଷ୍ୟତ ଯୋଜନା କରିବାରେ ବିନିଯୋଗ କରନ୍ତୁ । ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।
ସିଂହ-ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।
କନ୍ୟା-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।
ତୁଳା-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ବିଛା-ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।
ମକର-ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ-ଆଜି ମନ ଅଶାନ୍ତ ରହିବ।ଆପଣ କୌଣସି ଉପଦେଷ୍ଠାଙ୍କର କିମ୍ବା ବରିଷ୍ଠ ବ୍ୟକ୍ତିଙ୍କର ମାର୍ଗ ଦର୍ଶନ ପାଇଁ ସାହାଯ୍ୟ ଚାହିଁବେ । ଆପଣ ନିଜ ଜୀବନର ଦ୍ୱିଧା ବା ଅସୁବିଧା ପରିସ୍ଥିତିରୁ ବାହାରି ଆସିବା ପାଈଁ ବାଟ ବାହାର କରିବାରେ ବିଫଳ ହୋଇପାରନ୍ତି ।
ମୀନ-ଯଦି ଛୁଟିଦିନ ଦେଖି ଆତ୍ମିୟସୋଜନ ମାନଙ୍କ ସହ ବୁଲିବାକୁ ଯାଆନ୍ତି ଏହି ସମୟଟି ପ୍ରକୃଷ୍ଟ ଅଟେ ।ସେଥିପାଇଁ ବିଧିବୋଧ ଯୋଜନା କରନ୍ତୁ । ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମ ଆନନ୍ଦ ମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.