ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

0 73

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ) ସେବାୟତଙ୍କ ବିବାଦ ଯୋଗୁ ଆଜି ବି ଉପାସରେ ଅଛନ୍ତିଶ୍ରୀଲିଙ୍ଗରାଜ ।ଗତକାଲି ମଙ୍ଗଳଆଳତି ପରଠୁ ଠାକୁରଙ୍କର ନୀତିକାନ୍ତି କି ଭୋଗ ମଧ୍ୟ ହୋଇନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି । ବେବନ୍ଦୋବସ୍ତ ଜମି ବିବାଦକୁ ନେଇ ନୀତିକାନ୍ତି ବନ୍ଦ କରାଯାଇଥିବା ଜଣାପଡ଼ିଛି । ଗତକାଲି ଠାରୁ ଖାଡ଼ା ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଚାଲିଥିବା ଦୋକାନଘର ନିର୍ମାଣକୁ ବିରୋଧ କରି ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ।ଅନ୍ୟପଟେ ବାରମ୍ବାର ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ଭକ୍ତ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.