ଆଜିର ରାଶିଫଳ

ଘରକୁ ଦାରିଦ୍ର୍ୟତା ଆସିବାର ୧୦କାରଣ

ଏପ୍ରିଲମାସ ୦୭ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି-ପଞ୍ଚମୀ ଦିବାଘ୦୫/୦୧ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃଘ୦୫/୪୦/୧୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୯/୦୭,
ଯୋଗିନୀ ଦକ୍ଷିଣେଦିବା ଘ୦୫/୦୧ ଗତେ ପଶ୍ଚିମେ,ମକରରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୨ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୧୦ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୪ ଗତେ ଘ୧୦/୩୦ମଧ୍ୟେ ଓ ଘ୧୨/୫୩ଗତେ ଘ୦୧/୨୧ମଧ୍ୟେ ଓ ଘ୦୩/୧୯ ଗତେ ଘ୦୫/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତୀ,ଅଦ୍ୟବେଲ ଦିବା ଘ୦୫/୦୦ ଗତେ ନିମ୍ବଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତାମିଳିବ।ବନ୍ଧୁଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ।ଅଫିସ୍‌ର କୌଣସିକାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ।ଆର୍ଥିକସ୍ଥିତିରେ ସୁଧାର ଆସିବ।ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍‌ କରିବାଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ।ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବାକରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମକରିବେ ଏବ˚ ଯଥେଷ୍ଟ ଲାଭପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେହେଉଥିବା କାର୍ଯ୍ୟସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ ନେଣଦେଣ କରିପାରନ୍ତି।ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚାରହିବ।କୌଣସି ଅଜଣାବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବାହେତୁ ମହତ୍ତ୍ବାକା˚କ୍ଷାକୁ ବଳମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବକରିବେ। ବ୍ୟବସାୟ ପାଇଁ ନୂଆପ୍ରସ୍ତାବ ଓ ଅନୁବନ୍ଧ ପାଇବେ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ;ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ।ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ।ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳମିଳିବ।ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ।ଆପଣଙ୍କକାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ।ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ଘରକୁ ଦାରିଦ୍ର୍ୟତା ଆସିବାର ୧୦କାରଣ
ଧନସମ୍ପତ୍ତି, ସୁଖଶାନ୍ତି ପାଇବାକୁ କିଏ ଅବା ଇଛା କରିନଥାଏ । ସେଥିପାଇଁ ତ ଲୋକମାନେ ଦିନ ରାତି ପରିଶ୍ରମ କରିଥାନ୍ତି ।ଯାହାଦ୍ୱାରା ସେମାନେ ନିଜ ଜୀବନକୁ ଭଲଭାବେ ଖୁସିରେ ଖୁସିରେ ଉପଭୋଗ କରିପାରିବେ।ଏଥିସହ ତାଙ୍କୁ ଯେମିତି କୌଣସି ପ୍ରକାର ଦରିଦ୍ରତା, ଅଭାବରସାମ୍ନା କରିବାକୁ ପଡିବନାହିଁ । ହେଲେ କିଛିଲୋକ ଦିନରାତି ଏକ କରିକି କଠିନ ପରିଶ୍ରମକରି ସୁଦ୍ଧା ତାଙ୍କୁ ତାଙ୍କର ପରିଶ୍ରମର ଫଳ ସେମିତି ମିଳିପାରି ନଥାଏ ।ତେବେ ବହୁତ ଲୋକଙ୍କ ଜୀବନରେ ଦୁଃଖ, ଅଭାବ ରହିବାପଛରେ ତାଙ୍କଜୀବନର ଏହି କିଛି ଛୋଟ ଛୋଟ ଭୁଲ୍ ହିଁ ଦାୟୀ ହୋଇଥାଏ,ଯେଉଁ କାରଣରୁ ଗରିବୀ ତାଙ୍କର ପିଛା ଛାଡିନଥାଏ ।
୧. ସର୍ବଦା ମନେ ରଖନ୍ତୁକି ଗଛତଳେ ପରିସ୍ରା କରିବା ଦ୍ଵାରା ଘରର ଅବନତି ହେବାର ସଂକେତ ମିଳିଥାଏ,ଯଦି ଆପଣ ଏହିଭଳି କରୁଛନ୍ତି ତେବେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ ।
୨. ଯଦି ଆପଣ ଭଙ୍ଗାପାନିଆର ବ୍ୟବହାର କରୁଛନ୍ତି ତେବେ ଏହା ଭଲ ହୋଇନଥାଏ ।ଏହାଦ୍ଵାରା ଘରର ଉନ୍ନତି ହୋଇପାରିନଥାଏ ।
୩. ଘରେ ବହୁତ ସମୟଧରି ଅଳିଆ,ଆବର୍ଜନା ପକାଇରଖିବା ବି ଭୁଲ ଅଟେ । ଘରକୁ ସର୍ବଦା ପରିଷ୍କାରରଖନ୍ତୁ ।
୪.ବାମଗୋଡ କିମ୍ବା ହାତଦ୍ଵାରା ପ୍ରଥମେ କପଡାପିନ୍ଧିବା ବି ଭୁଲଅଟେ,ସର୍ବଦା ମନେରଖନ୍ତୁ କି କପଡା ଡାହାଣହାତ କିମ୍ବା ଗୋଡରୁ ପ୍ରଥମେ ପିନ୍ଧନ୍ତୁ ।
୫.ଦାନ୍ତଦ୍ଵାରା ରୁଟିକୁ ଟାଣିଟାଣି ଖାଇବା ଦ୍ଵାରା ବି ଘରର ଉନ୍ନତି ଉପରେ ପ୍ରଭାବ ପଡିଥାଏ,ରୁଟିକୁ ସର୍ବଦା ଛୋଟଛୋଟ ଖଣ୍ଡକରି ଖାଇବା ଉଚିତ ଓ ଖାଇବାକୁ ସର୍ବଦା ସଠିକ ଉପାୟରେଖାଆନ୍ତୁ
୬.ଯଦି ଆପଣ ଦାନ୍ତଦ୍ଵାରା ନଖ କାମୁଡୁଛନ୍ତି ତେବେ ଆଜିହିଁ ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ,କାରଣ ଏହା ବି ଏକ ଅଶୁଭ ସଂକେତ ଅଟେ ।
୭. କେତେକ ଲୋକ ଅଛନ୍ତି ଯେଉଁମାନେ ଅପରିଷ୍କାର କପଡା ପିନ୍ଧିଥାନ୍ତି । ଏହା ବି ଦରିଦ୍ରତାର ଏକ ସଂକେତଅଟେ,ସେଥିପାଇଁ ସର୍ବଦା ପରିଷ୍କାର କପଡା ପିନ୍ଧନ୍ତୁ ।
୮.ସୂର୍ଯ୍ୟଉଦୟ ହେବାପର୍ଯ୍ୟନ୍ତ ଯଦି ଆପଣ ଶୋଇଛନ୍ତି ତେବେ ଏହା ବି ଏକ ଦରିଦ୍ରତାର ସଂକେତ ଅଟେ,ସେଥିପାଇଁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠି ଯାଆନ୍ତୁ ।
୯. ଯଦି ଆପଣ କାହାର ବି ଜୋତାଚପଲକୁ ଓଲଟା ଦେଖୁଛନ୍ତି ଓ ତାକୁ ସିଧା କରୁନାହାନ୍ତି ତେବେ ଏହା ବି ଏକ ଅଶୁଭ ସଂକେତ ଅଟେ । ସେଥିପାଇଁ ଯଦି କାହାର ଜୋତାଚପଲ ଓଲଟାନଜର ଆସେ ତେବେ ତାକୁ ସିଧା କରି ଦିଅନ୍ତୁ ।
୧୦. ଯଦି ଆପଣ ଘରକୁ ଆସିଥିବା ଅତିଥିର ଅପମାନ କରୁଛନ୍ତି ତେବେ ଏହାବି ଏକ ଦରିଦ୍ରତାର ସଂକେତଅଟେ,ସେଥିପାଇଁ ସର୍ବଦା ନିଜଜୀବନରେ ନିଜର ପିତା,ମାତା,ଅତିଥି ଓ ସମସ୍ତକୁ ସମ୍ମାନକରନ୍ତୁ ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.