ଆଜିର ରାଶିଫଳ

ଏପ୍ରିଲମାସ ୦୮ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ୦୭/୩୪ଗତେ ସପ୍ତମୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବାଘ୦୭/୦୬ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୩୯/୩୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୦/୧୭,
ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୩୪ଗତେ ଗତେ ବାୟବ୍ୟେ,କର୍କଟରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୭/୩୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୪୪ ଗତେ ଘ୧୦/୧୭ମଧ୍ୟେ,ବାରବେଳା-ଦିବା ଘ୧୧/୪୮ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୨୦ ଗତେ ଘ୦୧/୪୧ ମଧ୍ୟେ ଓ ରାତ୍ରି ଘ୦୬/୩୯ ଗତେ ଘ୦୯/୧୨ ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୩ଗତେ ଘ୦୬/୦୦ ମଧ୍ୟେ ଓ ରାତ୍ରି ଘ୦୯/୧୩ ଗତେ ଘ୧୦/୪୮ ମଧ୍ୟେ,ଅଦ୍ୟ ନିମ୍ବ ରାତ୍ରିଘ୦୭/୩୪ ଗତେ ତାଳ ଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନର ସୁଯୋଗମିଳିବ,ଦାମ୍ପତ୍ୟ ଜୀବନ ପୂର୍ବଅପେକ୍ଷା ଅଧିକ ଭଲହେବ ଯେଉଁକାମ କରିବେ,ବାଧାର ସମ୍ମୁଖୀନ ହେବେନାହିଁ।ବିରୋଧୀ ଆପଣଙ୍କର କ୍ଷତିକରିବା ଲାଗି ଅସଫଳ ପ୍ରୟାସ କରିବେ।
ବୃଷ:-ଦେବୀଙ୍କ ଆରାଧନାରେ ମନକୁ ଶାନ୍ତିମିଳିବ।ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବାକରିବାର ଅବସର ମିଳିବ।ବ୍ୟବସାୟଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମହେବ ଯାହାଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:-ଅଚାନକ କୌଣସି କଥାକୁନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବାକରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲଖବର ପାଇବେ।ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ।ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ।ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ।ଯୌଥ ବ୍ୟବସାୟରୁ ଭଲ ଲାଭହେବ।ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁରରହିବ।କୌଣସି ସମସ୍ୟାର ସମାଧାନ ଲାଗି ଦିନଟିଭଲ।ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:- ଆଜି ଆପଣଙ୍କମନ ଅଶାନ୍ତି ରହିବାସହ ଭାବନା ରଚନାତ୍ମକ ରହିବ।ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:- ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି।ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମକରନ୍ତୁ,ଲାଭ ପାଇବେ।ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସପାଇଁ ସମୟ ବାହାର କରିନେବେ।କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ।ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ।
ମକର:- ପୂରାଦିନ ଆପଣଙ୍କମନ ପ୍ରସନ୍ନ ରହିବ।ପରିବାରଜନଙ୍କ ସହଯୋଗ ମିଳିବ।କାମକୁ ପୂରା କରିବାଲାଗି ନୂଆଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ।ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କଲାଗି ଖଟାମିଠା ରହିବ।ବ୍ୟବସାୟରେ ପୂରା ହେବାକୁ ଯାଉଥିବାକାମରେ ବାଧା ଉତ୍ପନ୍ନହେବ।ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କଠାରୁ ଖୁସି ପାଇବେ।
ମୀନ:- ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭମିଳିବ।ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ପ୍ରେମସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.