ଭୁବନେଶ୍ବର,୮।୪(ଏସଏସନିଉଜ)ବସେଳିପୂଜା ଉପଲକ୍ଷେ ଘୋଡାନାଚରେ କମ୍ପିଲା ରାଜଧାନୀଉପକଣ୍ଠ ଇଞ୍ଜଣା ଗ୍ରାମ।ପୁରୁଣାପରମ୍ପରା ଓ ଏଇତିହ୍ୟକୁ ବଞ୍ଚାଇରଖିବାର ପ୍ରୟାସକରିଛନ୍ତି ଗ୍ରାମବାସୀ।ଗ୍ରାମରେଥିବା ମାବାସୁଳେଇ ଦେବୀଙ୍କ ପୀଠରେ ମଙ୍ଗଳବାରରାତିରେ ବିଶେଷ ପୁଜାର୍ଜନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେରାତିରେ ଆୟୋଜିତ ତୃତୀୟବାର୍ଷିକ ଘୋଡାନାଚଉତ୍ସବରେ ବିଜେପି ନେତା ଗୋଲେଖମହାପାତ୍ର ଅତିଥିଭାବେ ଯୋଗଦେଇ ବୁଡିଯାଉଥିବା ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଗ୍ରାମବାସୀମାନେ କରିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ।ଏହାସହ ବିଭିନ୍ନପର୍ବପର୍ବାଣିକୁ ପାଳନକରି ଗ୍ରାମବାସୀମାନେ ଭାଇଚାରାରବାର୍ତ୍ତା ବାଣ୍ଟି ଅନ୍ୟମାନଙ୍କପାଇଁ ଉଦାହରଣସାଜିଛନ୍ତି ବୋଲି ମହାପାତ୍ର କହିଛନ୍ତି।ତେବେ ଏହିଅବସରରେ ଗ୍ରାମରେଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି।ଗ୍ରାମବାସୀମାନେ ମହାପାତ୍ରଙ୍କୁ ଏହି ଅବସରରେ ଭବ୍ୟସମ୍ଭର୍ଦ୍ଧନା ଦେଇଥିଲେ।ଗ୍ରାମବାସୀମାନେ ରାତିଉଜାଗର ହୋଇ ଘୋଡ଼ାନାଚକୁ ଉପଭୋଗ କରିଥିଲେ।ଏହି ଅବସରରେ ଯୋଗଦେଇଥିବା ଅଞ୍ଚଳର ମୂରବୀ,ଯୁବକ ଓ ରାଜନୈତିକ ବ୍ୟକ୍ତିମାନଙ୍କୁ ଗ୍ରାମବାସୀମାନେ ସମ୍ଭଦ୍ଧିତ କରିଥିଲେ।(ଜିତ୍ ରାଉତଙ୍କ ରିପୋର୍ଟ)

Prev Post
