କଟକ,୮।୪(ଏସଏସନିଉଜ)ଶ୍ରୀଶ୍ରୀବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରତିବର୍ଷଭଳି ୨୦୨୫ -୨୬ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ନିର୍ଦ୍ଦେଶରେ ଗୁରୁଶିଷ୍ୟ ପରମ୍ପରାଅନୁଯାୟୀ ଶିଷ୍ୟୋପନୟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଟିତ ହୋଇଯାଇଛି।ବିଶ୍ୱବିଦ୍ୟାଳୟ ଡାଇରେକ୍ଟର ଅଫ୍ ଅପରେସନ ସ୍ୱାମୀ ସତ୍ୟ ଚୈତନ୍ୟ ଜୀ ବିଶ୍ଵବିଦ୍ୟାଳୟକୁଳପତି ପ୍ରଫେସର ତେଜପ୍ରତାପଙ୍କ ଉପସ୍ଥିତିରେ ସମ୍ପନ୍ନ କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ଭଗବାନ ଧନ୍ବନ୍ତରୀଙ୍କ ପୂଜା ପରେ ଉଭୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀମାନଙ୍କୁ ଚରକ ପ୍ରତିଜ୍ଞା ପଠନ କରାଯାଇଥିଲା।ଏହାକୁ ଆନୁଷ୍ଠାନିକଭାବେ ବିଶ୍ଵ ବିଦ୍ୟାଳୟ ରେଜିଷ୍ଟ୍ରାର ପ୍ରଫେସର ଅନୀଲ କୁମାର ଶର୍ମ୍ମା ପ୍ରଦୀପ ପ୍ରଜ୍ବଳନକରି ଉଦଘାଟାନ କରିବା ସହ ଆୟୁର୍ବେଦର ଭବିଷ୍ୟତ ଏବଂ ଆମ ସମାଜପାଇଁ ଏହାର ଉପଯୋଗୀତା ବିଷୟରେ ଉଦ୍ ବୋଧନ ଦେଇଥିଲେ।ଆକାଡ଼େମିକ ଏବଂ ରିସର୍ଚ୍ଚ ଡିନ୍ ପ୍ରଫେସର କେଶରୀ ସିଂହ ବିଶ୍ଵବିଦ୍ୟାଳୟ ବ୍ୟକ୍ତିଗତ ଜୀବନରେ ଆୟୁର୍ବେଦ ଜୀବନ ଶୈଳୀପାଳନ କରିବା ପାଇଁ ଉପଦେଶ ଦେଇଥିଲେ ।ଡେପୁଟି ଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ କାର୍ଯ୍ୟକ୍ରମର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ।ମହାବିଦ୍ୟାଳୟ ଡିନ୍ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଶେଷରେ ପ୍ରଫେସର ଡେପୁଟି ଡିନ୍ ପ୍ରଫେସର ନଗେନ୍ଦ୍ରପ୍ରସାଦ ଧନ୍ୟବାଦ ଅର୍ପଣକରିଥିଲେ।ଡାକ୍ତର ପଲ୍ଲବୀ ମହନ୍ତଙ୍କ ରଚିତ ଅବଲେହ କଳ୍ପନା ଏବଂ ଭକ୍ତିକର ଝାଙ୍କ ରଚିତ ପଞ୍ଚତନ୍ତ୍ରମ୍ ପୁସ୍ତକ ଅତିଥିମାନଙ୍କଦ୍ୱାରା ଉନ୍ମୋଚିତ ହୋଇଥିଲା ।ଶ୍ରୀମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ଆଧାପିକା ଅଧ୍ୟାପକ ଓ ଡାକ୍ତରମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଡାକ୍ତର ଦେବୀକା ଶ୍ରୀନିବାସନ ଏବଂ ଡାକ୍ତର ମମିତା ତିୱାରୀ ପରିଚାଳନା କରିଥିଲେ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
