ଆଜିର ରାଶିଫଳ

ଘରୋଇ ଉପଚାର ଓ ସ୍ୱାସ୍ଥ୍ୟ ଟିପ୍ସ...

ଏପ୍ରିଲ ମାସ ୦୯ ତାରିଖ ୨୦୨୬ ମସିହା (ଗୁରୁବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୯/୫୪ ଗତେ ଅଷ୍ଟମୀ,ନକ୍ଷତ୍ର- ମୂଳା ଦିବା ଘ୧୦/୦୩ ଗତେ ପୂର୍ବା ଷ।ଢା,ସୁର୍ୟୋଦୟ-ପ୍ରାତଃଘ୦୫/୩୮/୫୬,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୯/୫୪ ଗତେ ଗତେ ଐଶ।ନ୍ୟେ,ତୁଳା ଓକୁମ୍ଭ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୯/୫୪ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୩ ଗତେ ଘ୦୬/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୧/୦୯ ଗତେ ଘ୦୩/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୭/୧୫ ମଧ୍ୟେ ଓ ଘ୧୦/୨୬ ଗତେ ଘ୧୨/୫୧ ମଧ୍ୟେ,ଅଦ୍ୟ ତାଳ ଭକ୍ଷଣ ନିଷେଧ।
ମେଷ- ଆଜି ପାରିବାରିକ ଜୀବନରେ ଛୋଟବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବନାହିଁ।କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପକରିବେ।ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ବୃଷ-ଆଜି ପ୍ରାତଃକାଳର ଆପଣଙ୍କ ଯାତ୍ରା ଓ ଭ୍ରମଣ ପ୍ରୀତିପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିଷ୍ଠାଲାଭ ପାଇପାରନ୍ତି।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେବିବାଦ ବୃଦ୍ଧିର ସମ୍ଭାବନା ରହିଛି।କଠୋର ପରିଶ୍ରମଜନିତ କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।
ମିଥୁନ-ଆଜି ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିଥିଲେ ମଧ୍ୟ ମନକଥା ମନରେ ମାରି ଚଳିବାକୁ ବାଧ୍ୟହେବେ।ଆର୍ଥିକ ସମସ୍ୟାର ସମାଧାନ କରିବା ସମ୍ଭାବନା ରହିଛି।ବ୍ୟବସାୟ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି ।
କର୍କଟ-ଆଜି ଅର୍ଥସମ୍ପର୍କିତ ସମସ୍ୟା ସୃଷ୍ଟି ହେବ।ନିଜନିଜର ଫାଇଦା ହାସଲ ପାଇଁ ବନ୍ଧୁମାନେ ମନଲୋଭା କଥା କହିପାରନ୍ତି । ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ।କର୍ମକ୍ଷେତ୍ରରେ ବ୍ୟସ୍ତବହୁଳତା ଲାଗି ରହିପାରେ।
ସିଂହ-ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ ଅବଶ୍ୟ ଆତ୍ମୀୟସ୍ବଜନମାନଙ୍କ ସାହାଯ୍ୟର ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ।ପ୍ରତ୍ୟେକକ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ।
କନ୍ୟା-ଆଜି ବାଣିଜ୍ୟ,ବ୍ୟବସାୟ,ଚେଷ୍ଟାକରୁଥିବା କାମରେ ଶୁଭଫଳ ପାଇବେ।କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ବନ୍ଧୁଙ୍କସହ ଆଲୋଚନା କରିବାକୁ ସମୟ ପାଇବେନାହିଁ।ବ୍ୟବସାୟିକ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା-ଆଜି ଶିକ୍ଷା, ସମ୍ପର୍କ ଓ ଆଲୋଚନାକ୍ଷେତ୍ରରେ କେତେକ ବ୍ୟତିକ୍ରମର ସୂଚନା ରହିଛି।ଆନୁଷ୍ଠାନିକକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧିଘଟିବ।କଳା, ସାହିତ୍ୟ, ସାମ୍ବାଦିକତା ତଥା ସାହିତ୍ୟ ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଛା-ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତକରିପାରେ ।କୌଣସି କାର୍ଯ୍ୟ ସମ୍ପନ୍ନ କରିବାକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିବେ।କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବକରିବେ।ଅନ୍ୟକୁ ସାହାଯ୍ୟ କରିବାକୁଯାଇ ନିଜେ ହଇରାଣରେ ପଡ଼ିପାରନ୍ତି।
ଧନୁ-ଆଜି ମାନସିକ ଅସ୍ଥିରତା ଲାଗି ରହିବ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ। ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧିପାଇବ।ଜମିଜମାକାରଣକୁ ନେଇ କୌଣସି ନିକଟ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ମକର-ଆଜି ଆପଣଙ୍କ କଥା ଓ କାମରେ ତାଳମେଳ ରହିବନାହିଁ।ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ପୂର୍ବପରି ରହିବା ହେତୁ ସାମୟିକ ଚିନ୍ତା କରିବେ। ହାତକୁ ନେଇଥିବା ନୂତନ ଯୋଜନାଟିକୁ କାର୍ଯ୍ୟକାରୀ କରିବାପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇପାରନ୍ତି।
କୁମ୍ଭ-ଆଜି ଆପଣ ଯେଉଁକାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ପାଇବେ।କର୍ମକ୍ଷେତ୍ରରେ ହାତ ପାହାନ୍ତାକୁ ସୁଯୋଗ ଆସିଯିବା ହେତୁ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ।ଯାନ୍ତ୍ରିକତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ଏବଂ ଯାତ୍ରାରେ ଜିନିଷପତ୍ରପ୍ରତି ସତର୍କ ରୁହନ୍ତୁ।
ମୀନ-ଆଜି ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ,ପରିବହନ କ୍ଷେତ୍ରରେ ସମସ୍ୟା ଦୂରହେବ।ସ୍ବାସ୍ଥ୍ୟରେଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ଆଜି ସଭାସମିତି, ସତ୍‌ସଙ୍ଗ,ଆଧ୍ୟାତ୍ମିକତା, ରାଜନୀତି, ପ୍ରଶାସନ ପାଇଁ ଭଲ।
-:ଘରୋଇ ଉପଚାର, ସ୍ୱାସ୍ଥ୍ୟ ଟିପ୍ସ:-
ଆମ ଦୈନନ୍ଦିନଜୀବନରେ ଦେଖାଦେଉ ଥିବା କିଛି ସାଧାରଣସମସ୍ୟା ପାଇଁ ଏଠାରେ କେତୋଟି ପ୍ରଭାବଶାଳୀ ଘରୋଇପ୍ରତିକାର ବିଷୟରେ ଜାଣିବା:-
• ବ୍ରଣ ସମସ୍ୟାର ସମାଧାନ:-ଯଦି ଆପଣଙ୍କ ମୁହଁରେ ବ୍ରଣ (Pimples) ହେଉଛି,ତେବେ ସେହିସ୍ଥାନରେ ସାମାନ୍ୟ ‘ଭିକ୍ସ’ (Vicks) ଲଗାନ୍ତୁ। ଏହା ବ୍ରଣକୁ ଶୁଖାଇବାରେ ସାହାଯ୍ୟ କରିଥାଏ।
ଓଜନହ୍ରାସ ଓ ପେଟ କମ୍ କରିବା:-ଗୋଟିଏ ଗ୍ଲାସ୍ ଲେମ୍ବୁ ପାଣିରେ ୨ ଚାମଚ ପୁଦିନାରସ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନକଲେ ପେଟର ଚର୍ବି କମିଥାଏ ଏବଂ ମୋଟାପଣରୁ ମୁକ୍ତି ମିଳିଥାଏ।
ଦାଗ ଏବଂ ବ୍ଲାକ୍‌ହେଡ୍‌ସ:-ନଡ଼ିଆତେଲରେ କର୍ପୂରମିଶାଇ ରଖନ୍ତୁ।ଏହାକୁ ମୁହଁର ବ୍ଲାକ୍‌ହେଡ୍‌ସ,ବ୍ରଣଦାଗ କିମ୍ବା ପୋଡ଼ାଜଳାଚିହ୍ନରେ ଲଗାଇଲେ କିଛି ଦିନ ମଧ୍ୟରେ ଦାଗ ଲିଭିଯାଏ।
ଶରୀରର ଗଣ୍ଠି ବା ଟ୍ୟୁମର:-କଚନାର (Kachnar) ଗଛର ଛାଲିରୁ କାଢ଼ା ପ୍ରସ୍ତୁତ କରି କିଛିଦିନ ନିରନ୍ତରପିଇଲେ ଶରୀରରେ ହେଉଥିବା ଯେକୌଣସି ପ୍ରକାରର ଗଣ୍ଠି ବା ଗୋଲା (Lumps)ଠିକ୍ ହୋଇଥାଏ।
⚠️ ସତର୍କତା:-ଏହି ସୂଚନାଗୁଡ଼ିକ କେବଳ ଆପଣଙ୍କର ସାଧାରଣ ଜ୍ଞାନ ପାଇଁ ପ୍ରଦାନ କରାଯାଇଛି।କୌଣସିବି ଉପଚାର ବ୍ୟବହାର କରିବାପୂର୍ବରୁ କିମ୍ବା ଶରୀରରେ କୌଣସି ଜଟିଳସମସ୍ୟା ଥିଲେ,ଦୟାକରି ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।ନିଜ ଇଚ୍ଛାରେ କୌଣସିଔଷଧୀୟ ପ୍ରୟୋଗ କରନ୍ତୁ ନାହିଁ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.