ମେଣ୍ଢାଶାଳ,୮।୪(ଏସଏସନିଉଜ) ପୂର୍ବ ବିବାଦକୁ କେନ୍ଦ୍ର କରି ଏକ ଘରୋଇ ପରିବହନ କମ୍ପାନୀ ଫାଟକ ଆଗରେ ମାରଧର ହୋଇ ମୁଣ୍ଡ ଫଟାଫଟି
ହେବା ଘଟଣାରେ ଚନ୍ଦକା ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ୫ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମରଅମିତ କୁମାର ପାଣ୍ଡବ(୨୩)ସୋମନାଥ ଭୋଇ(୨୨) ଓ ଓମ୍ ପ୍ରକାଶ ପାତ୍ର(୨୧) ଗିରିଙ୍ଗାପୁଟ ଗ୍ରାମର ଦୀପକ ସାହୁ(୩୨) ଓ ଚକ୍ରଧର ବେହେରା(୪୬)।
ପ୍ରକାଶଯେ, ଗିରିଙ୍ଗାପୁଟ ଗ୍ରାମର ଚନ୍ଦ୍ରକାନ୍ତ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ଗାଁ ପାଖରେ ଥିବା ସେଫ୍ ଏକ୍ସପ୍ରେସ୍ ପ୍ରାଇଭେଟ୍ ଲିମିଟେଡ୍ ହବ୍ ନଂ-୪୬ରେ ସେ କାମ କରୁଥିବା ବେଳେ ଗତ ୧୫ ଦିନ ଆଗରୁ ମୂଲ୍ୟବାନ ସାମଗ୍ରୀ ବୋଝେଇ ତାଙ୍କ ଗାଡ଼ି ପାଖରେ ଅନ୍ୟ ହବରେ କାମ କରୁଥିବା ମେଣ୍ଢାଶାଳ ଗ୍ରାମର ଅମିତକୁମାରପାଣ୍ଡବ ଓ ତାର ସହଯୋଗୀ ମାନେ ଆସି ନିଶା ସେବନ କରୁଥିଲେ।ଏହାକୁ ଚନ୍ଦ୍ରକାନ୍ତ ବିରୋଧ କରିବା ସହ
ତାଙ୍କର ସୁପରଭାଇଜରଙ୍କୁ ଏହା ସମ୍ପର୍କରେ ଅବଗତ କରାଇଥିଲେ। ଏହି କାରଣରୁ ଅମିତ କୁମାର ପାଣ୍ଡବ ଓ ତାର ସହଯୋଗୀମାନେ ଚନ୍ଦ୍ରକାନ୍ତଙ୍କୁ ଟାର୍ଗେଟ କରିଥିଲେ।ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଚନ୍ଦ୍ରକାନ୍ତ ଲୋଡିଂ ପାଇଁ ଗାଡ଼ି ପାର୍କିଂ କରି ସେଫ୍ ଏକ୍ସପ୍ରେସ୍ର ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିବା ବେଳେଅମିତ କୁମାର ପାଣ୍ଡବ ଓ ତାର ସହଯୋଗୀମାନେ ପଥର ଏବଂ ହେଲମେଟ୍ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିବାରୁ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଏକାଠି ହେବାରୁ ଏମାନେ ଘଟଣାସ୍ଥଳ ଛାଡ଼ି ପଳାଇ ଯାଇଥିଲେ ବୋଲି ଅଭିଯୋଗ କରିଥିଲେ।ପୋଲିସ ଚନ୍ଦ୍ରକାନ୍ତଙ୍କ ଅଭିଯୋଗ ଆଧାରରେ ୧୮୭/୨୬ କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରିଥିଲା।
ଅନ୍ୟପଟେ ମେଣ୍ଢାଶାଳଗ୍ରାମର ଅମିତ କୁମାର ପାଣ୍ଡବ କରିଥିବା ଅଭିଯୋଗ ଅନୁଯାୟୀ ଚନ୍ଦ୍ରକାନ୍ତ ଓ ତାର ସହଯୋଗୀ ମାନେ କମ୍ପାନୀ ପରିସରରେ ନିଶା ସେବନ ସମ୍ପର୍କରେ ତାଙ୍କବିରୁଦ୍ଧରେ ଗୁଜବ ପ୍ରଚାର କରୁଥିଲେ। ପଚରାଉଚରା ସମୟରେ ଚନ୍ଦ୍ରକାନ୍ତ ଓ ତାର ସହଯୋଗୀ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ କରିବାରୁ ମୁଣ୍ଡରେ ଆଘାତଲାଗିଥିଲା ବୋଲି ଅଭିଯୋଗରେ ଦର୍ଶାଇଥିଲେ।ପୋଲିସ କେସନମ୍ୱର୧୮୭/୨୬ରେ ଏକ ମାମଲା ରୁଜୁ କରିଥିଲା।ଉଭୟ ମାମଲାର ତଦନ୍ତ ସମୟରେ ପୁଲିସ ଘଟଣାସ୍ଥଳରୁ ଅପରାଧରେ ବ୍ୟବହୃତ ପଥର ଜବତକରିଥିଲେ ଏବଂ ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲକୁ ପଠାଇଥିଲା।ପୋଲିସ ତଦନ୍ତବେଳେ ଉଭୟଗୋଷ୍ଠୀ ମଧ୍ୟରେ ପୂର୍ବରୁ ଥିବା ବିବାଦରୁ ଏହି ଘଟଣା ଘଟିଥିଲା ବୋଲିଜାଣିବାକୁ ପାଇଥିଲା।ଆଜିଉଭୟ ପକ୍ଷର ୫ଜଣଙ୍କୁ ଗିରଫକରି ପୋଲିସ କୋର୍ଟଚାଲାଣ କରିଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
Prev Post
Next Post
