୨୦୨୬ ମସିହା, ଜୁଲାଇ ମାସ, ୬ ତାରିଖ, ସୋମବାର ।
🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୧୬/୨୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୬/୨୫/୪୮,ଆଷାଢ଼ ମାସ,କୃଷ୍ଣପକ୍ଷ,ଚନ୍ଦ୍ର ବାସ,ତିଥି- ଷଷ୍ଠୀ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ନକ୍ଷତ୍ର- ପୂର୍ବଭାଦ୍ର ନକ୍ଷତ୍ର ଦିବା ଘ୪/୩୯ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରଭାଦ୍ର ନକ୍ଷତ୍ର ।ଚନ୍ଦ୍ର- କୁମ୍ଭଚନ୍ଦ୍ର ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତଦନ୍ତେ ମୀନଚନ୍ଦ୍ର ।ସୌର ଚଳନେ – ମିଥୁନ ଦିନ୨୨ ।ସୌଭାଗ୍ୟଯୋଗ ଦିବା ଘ୪/୫୮ମି ପର୍ଯ୍ୟନ୍ତ ତଦନ୍ତେ ଶୋଭନଯୋଗ ।
କରଣ- ବାଣିଜ୍ୟକରଣ ଦିବା ଘ୧/୩୮ମି ପର୍ଯ୍ୟନ୍ତ ତଦନ୍ତେ ବିଷ୍ଟିକରଣ ରାତ୍ରି ଘ୧/୨୭ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧/୩୮ମି ପରେ ବାୟବ୍ୟ କୋଣରେ । ଅଗନ୍ତବ୍ୟ ତିଥି, ବିଷ୍ଟିକରଣ, ଶନିଯୁକ୍ତ ଦୋଷ ହେତୁ ଯାତ୍ରା ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ ଓ କୁମ୍ଭ ଏହି ରଶି ମାନଙ୍କର ଏବଂ ଦିବା ଘ୧୦/୨୬ମି ପରେ ମେଷ, ବୃଷ, ମିଥୁନ, କନ୍ୟା, ତୁଳା, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର–ମିଥୁନ ଓ ମୀନ ରାଶିର ଏବଂ ଦିବା ଘ୧୦/୨୬ମି ପରେ ଧନୁରାଶିର ଘାତଚନ୍ଦ୍ର ।ଘାତବାର–ମିଥୁନରାଶିର ଘାତବାର, ତାରାଶୁଦ୍ଧି-୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୪/୩୯ମି ପରେ ୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ–ଷଷ୍ଠୀର ଏକୋଦ୍ଦିଷ୍ଟ ଏବଂ ସପ୍ତମୀର ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୧/୩୮ମିପରେ ତାଳଭକ୍ଷଣ ନିଷେଧ।ଅଶୁଭବେଳା- (କାଳବେଳା) ଦିବା ଘ୭/୫୭ମି ରୁ ଘ୮/୩୬ମି ପର୍ଯ୍ୟନ୍ତ ।(ବାରବେଳା) ଦିବା ଘ୩/୯ମି ରୁ ଘ୪/୪୭ମି ପର୍ଯ୍ୟନ୍ତ ।(କାଳରାତ୍ରି) ରାତ୍ରି ଘ୧୦/୩୧ମି ରୁ ଘ୧୧/୫୪ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୮/୩୧ମି ରୁ ଘ୧୦/୭ମି ମଧ୍ୟେ, ରାତ୍ରି ଘ୯/୩୭ମି ରୁ ଘ୧୧/୪୯ମି ମଧ୍ୟେ, ଘ୨/୨୫ମି ରୁ ଘ୪/୧ମି ପର୍ଯ୍ୟନ୍ତ ।(ମାହେନ୍ଦ୍ରବେଳା) ରାତ୍ରି ଘ୪/୪୭ମି ରୁ ରାତ୍ରିଶେଷ ଘ୫/୧୭ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ୧ ପାଦ ନକ୍ଷତ୍ର ପୁଷ୍କରଦୋଷ । ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନ । ଦିବା ଘ୧/୩୮ମି ପରେ ୨ ପାଦ ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ । ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ । ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ । ଦିବା ଘ୪/୩୯ମି ପରେ ୧ ପାଦ ତିଥି ପୁଷ୍କର ଦୋଷ ଫଳଂ ଗୋପଶୁ ସମ୍ପଦର ବିନାଶ । ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୪/୩୯ମି ମଧ୍ୟେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ଶାନ୍ତି କରଣୀୟ । ରଜଶ୍ଚକ୍ରେ ସର୍ବସମ୍ପନ୍ନା। ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ । ଦିବା ଘ୧/୩୮ମି ପର୍ଯ୍ୟନ୍ତ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ) ଶୁଭକର୍ମ- ବିଷ୍ଟିକରଣ ହେତୁ ରାତ୍ରି ଘ୧/୨୭ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ୨୬ ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ସୌମ୍ୟ କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ପାପଯୁକ୍ତ ଦୋଷ ନୁହେଁ। ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୨୬ମି ମଧ୍ୟେ ୨୫ ନକ୍ଷତ୍ରେ ଋଗ୍ ବେଦୀ ବ୍ରତ (ଉପନୟନ) ଦେବତା ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା, ବାଣିଜ୍ୟ କରଣ । (ରାଧାରମଣ) । ରାତ୍ରି ଘ୧/୪୨ମି ଗତେ ରାତ୍ରିଶେଷ ପର୍ଯ୍ୟନ୍ତ ଉତ୍ତରାଭାଦ୍ର ନକ୍ଷତ୍ରେ ବିବାହ ଓ ପାଣିଗ୍ରହଣ, ଅଦ୍ୟ ସୂର୍ଯ୍ୟୋଦୟ ରୁ ଦିବା ଘ୯/୫୭ମି ମଧ୍ୟେ ପୂର୍ବଭାଦ୍ର ନକ୍ଷତ୍ରେ ଋଗ୍ ବେଦୀ ବ୍ରତୋପନୟନ, ଅଳଙ୍କାର ଧାରଣ,ନବବସ୍ତ୍ରପରିଧାନ, ବାଣିଜ୍ୟ କରଣ,ଦୂରଯାତ୍ରା(ରାଷ୍ଟ୍ରୀୟ ହିନ୍ଦୁ ପଞ୍ଚାଙ୍ଗ)
🐐ମେଷ-ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସହ ବୈଷୟିକ ଅଭିବୃଦ୍ଧି ଘଟିବ। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ କଟୂକ୍ତି କଷ୍ଟ ଦେବ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯାଇପାରେ।
🐂ବୃଷ-ଶେଷ କରିବାକୁ ଭାବୁଥିବା କାମଟି ବିଭିନ୍ନ ସମସ୍ୟା ହେତୁ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯାଇପାରେ। ଶୁକ୍ର ପ୍ରଭାବରୁ ସାହିତ୍ୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିବେ। ବିବାଦୀୟ ଘଟଣାରେ ବିଭିନ୍ନ ମନ୍ତବ୍ୟ ଦେଇ ପରୋକ୍ଷ ଶତ୍ରୁତା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ଆଜିର ବନ୍ଧୁ ମିଳନ, ମନୋରଞ୍ଜନ, ଯାତ୍ରା ପ୍ରଭୃତି ପ୍ରୀତିଦାୟକ ରହିବ।
👩❤️👨 ମିଥୁନ-ରାଶ୍ୟାଧିପ ବୁଧ ସ୍ବଗୃହରେ ଅବସ୍ଥାନ କରିଥିବାରୁ ଆଜି କୌଣସି କାମରେ ପଛକୁ ହଟିବେ ନାହିଁ। ପିଲାଙ୍କ ଅଭିଯୋଗକୁ ଅଣଦେଖା, ଅଶୁଣା କରିବା ସମସ୍ୟାର କାରଣ ହେବ। ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି। ସାଙ୍ଗଠନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।
🦀କର୍କଟ-କେନ୍ଦ୍ରସ୍ଥ ଚନ୍ଦ୍ର ଯୋଗୁ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ପ୍ରକାଶନ, ଯାନବାହନ, ସଭାସମିତି ତଥା ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଦୀର୍ଘଦିନର ରୁଗ୍ଣ ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବା କାରଣରୁ ମନ ପ୍ରଫୁଲ୍ଲିତ ହୋଇଯିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି।
🦁 ସିଂହ-ରବି ଦଶମ କେନ୍ଦ୍ରରେ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ସାହିତ୍ୟ, ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ।
🧕କନ୍ୟା-ତୃତୀୟଅଷ୍ଟମାଧିପ ମଙ୍ଗଳ ଲାଭାଧିପତିଙ୍କ ସହ ଅବସ୍ଥାନ କରି ସ୍ବାସ୍ଥ୍ୟ ଓ ବନ୍ଧୁ ସମ୍ପର୍କକୁ କ୍ଷୁର୍ଣ୍ଣ କରିପାରନ୍ତି। ଆର୍ଥିକ ସାହାଯ୍ୟ ଓ ସହଯୋଗ କରିଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ଆତ୍ମୀୟଙ୍କ ଭୁଲ୍ ବିଚାର ପାଇଁ ଚିନ୍ତା ବଢ଼ିପାରେ। ଆଇନ ଅଦାଲତରୁ ସୁଫଳ ପାଇବା ସାଙ୍ଗକୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ।
⚖️ତୁଳା-କର୍ମାଧିପ ଚନ୍ଦ୍ର ସପ୍ତମ କେନ୍ଦ୍ରରେ ଥିବାରୁ ଆଜି ମନ ଅନୁଯାୟୀ କାମ କରିବାରେ ପ୍ରତିବନ୍ଧକ ରହିବନାହିଁ। ସତର୍କତା ଅଭାବରେ ଯାନବାହନ ଚାଳନାରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବେ। ସଭାସମିତିରେ ପ୍ରାଧାନ୍ୟ ବଜାୟ ରହିବ। ରପ୍ତାନି ବାଣିଜ୍ୟରେ ଉନ୍ନତି ସାଙ୍ଗକୁ ସମସ୍ୟାର ସରଳ ସମାଧାନ କରିପାରିବେ।
🦂ବିଛା-ମାନସିକ ଅସ୍ଥିରତା ଦେଖାଦେଇପାରେ। ଖଳ ଲୋକଙ୍କ ଦ୍ୱାରା ଅପପ୍ରଚାରଜନିତ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ଭଲ ସମ୍ପର୍କଥିବା ବ୍ୟକ୍ତିମାନେ ଭୁଲ୍ ଧାରଣା ପୋଷଣ କରିପାରନ୍ତି। ଆବଶ୍ୟକତା ପୂରଣ କରିବା ପାଇଁ ଧାର ସୂତ୍ରରେ ଅର୍ଥ ଆଣିବାକୁ ବାଧ୍ୟ ହେବେ।
🏹ଧନୁ-କୋଣଭାବସ୍ଥ ଚନ୍ଦ୍ର ପ୍ରଭାବରୁ ଯାତ୍ରା, ବାଣିଜ୍ୟ ଓ କର୍ମକ୍ଷେତ୍ରର ସ୍ଥିତି ଭଲ ରହିବ। କର୍ମଜଞ୍ଜାଳ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ଭାବରେ ପୁରାତନ ରୋଗରେ କଷ୍ଟ ପାଇପାରନ୍ତି। ପ୍ରତିଯୋଗିତାରେ ସଫଳତା ହାସଲ କରିବା ସହ ପ୍ରଶଂସିତ ହେବାର ସମ୍ଭାବନା ରହିଛି।
🐊ମକର-ଆଜି ଚନ୍ଦ୍ରଙ୍କ ଶୁଭସଂସ୍ଥାନରୁ ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ସହ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବନ୍ଧୁବର୍ଗଙ୍କ ସାହାଯ୍ୟ ଲାଭ କରି କାମଗୁଡ଼ିକୁ ତ୍ୱରାନ୍ବିତ କରିପାରିବେ। ନୂତନ ବସ୍ତ୍ର, ଯାନବାହନ, ଯାନ୍ତ୍ରିକ ଜିନିଷ କିମ୍ବା ଉପହାର, ଉପଢ଼ୌକନ ଲାଭ ଯୋଗ ରହିଛି।
🏺କୁମ୍ଭ-ରବିଙ୍କ ଚତୁର୍ଥଭାବ ସ୍ଥିତି ପରିବାର, ଲୋକସମ୍ପର୍କ ଓ କର୍ମସ୍ଥାନ ପ୍ରତି ବ୍ୟତିକ୍ରମ ସୃଷ୍ଟି ଆଶଙ୍କା ରହିଛି। ପୂର୍ବରାଗକୁ ଦୋହରାଇ ଘରୋଇ କ୍ଷେତ୍ରରେ ନିଜର ଲୋକ ସମସ୍ୟା ସୃଷ୍ଟି କରିପାରନ୍ତି। ଆନୁଷ୍ଠାନିକ କାର୍ଯ୍ୟ ସକାଶେ କର୍ମପରିସରକୁ ବ୍ୟାପକ କରିପାରନ୍ତି। ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାଂଶ ମାନ୍ଦା ହେବ ନାହିଁ।
🐟ମୀନ-ଦ୍ୱିତୀୟସ୍ଥ ଚନ୍ଦ୍ର ଓ ମଙ୍ଗଳ ଯୋଗୁ ପୂର୍ବ ସ୍ଥିରୀକୃତ କାମକୁ ଯଥା ସମୟରେ ସମ୍ପନ୍ନ କରିବା କଷ୍ଟକର ହେବ। ଟେନସନ୍ ଲାଗି ରହିବାରୁ ଆଲୋଚନା, ସଭାସମିତି, ପ୍ରଶାସନ, ରାଜନୀତି କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ଭୁଲ୍ ବୁଝାମଣାରୁ ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବ। ମେଳା ଓ ମହୋତ୍ସବରେ ନିଜକୁ ସାମିଲ୍ କରିପାରନ୍ତି।
🕉️【ନୀତିବାଣୀ】🕉️
ଆପଣ ସଫଳତା ଅପେକ୍ଷା ବିଫଳତା ଠାରୁ ଅଧିକ ଶିକ୍ଷା ଗ୍ରହଣ କରନ୍ତୁ ଏବଂ ଏହି ଶିଖିବା ବନ୍ଦ କରନ୍ତୁ ନାହିଁ,କାରଣ “ବିଫଳତା” ଚରିତ୍ର ନିର୍ମାଣ କରିଥାଏ।
ସମ୍ପର୍କକୁ ଗୁରୁତ୍ତ୍ବ ଦେବାର ଅଛିତ ସମୟ ଥାଉ ଥାଉ ଦିଅନ୍ତୁ ନହେଲେ ପରେ ଶୁଖିଲା ଗଛକୁ ପାଣି ଦେଇ ସବୁଜ କରିବାର ଆଶା ବେକାର ହୋଇଯିବ।
ପ୍ରଭୁ ସର୍ବଦା ମଙ୍ଗଳ ମୟ ମନେ କରି ଜୀବନର ସମସ୍ତ କର୍ମ ଠିକ୍ ରେ କରିଚାଲିବା ଫଳ ନିଶ୍ଚୟ ଇଶ୍ବର ଦେବେ।
ବାସ୍ତବ ଦୁନିଆଁ ସବୁବେଳେ ଅଲଗା ହୋଇ ଥାଏ ଭାବନା ଦୁନିଆ ଠାରୁ ସେଥିପାଇଁ ସବୁବେଳେ ବୁଝି ବିଚାରି ନିଷ୍ପତି ନେବା ଦରକାର।
ସାନ ଭାବି ତାକୁ ଅବଜ୍ଞା ନକର
ତାହେଲେ ଠୋକର ପାଇବ,
ବଡ଼ ବୋଲି କେବେ ଦେବନି ସମ୍ମାନ
ନିଜେ ଅପମାନ ପାଇବ…
ପିଲାମାନଙ୍କୁ କେବେ ବି ଧନୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ନାହିଁ, ସେମାନଙ୍କୁ ସବୁବେଳେ ସୁଖୀ ହେବା ପାଇଁ ଶିକ୍ଷା ଦିଅନ୍ତୁ ଏହା ଦ୍ବାରା ସେମାନେ ବଡ଼ ହେଲେ ଆପଣଙ୍କ ଅନୁଭୂତିର ମୂଲ୍ୟ ଦେବା ଶିଖିବେ କିନ୍ତୁ ଅର୍ଥର ନୁହେଁ ।ଯେତେବେଳେ ବିନା ଅଧିକାରରେ କିଛି ଛଡେଇ ନିଆଯାଏ ତେବେ ମହାଭାରତ ଆରମ୍ଭ ହୁଏ ଏବଂ ଯେତେବେଳେ ତୁମେ ନିଜର ଅଧିକାର ଛାଡି ଖୁସି ପାଅ ତେବେ ରାମାୟଣ ଆରମ୍ଭ ହୁଏ।
ନିଜର compare କେବେ କାହା ସହ କରିବା ଉଚିତ୍ ନୁହେଁ, ଯେମିତି ହାତର ସବୁ ଆଙ୍ଗୁଠି Same ହୋଇନଥାଏ ସେମିତି ସମସ୍ତଙ୍କ Thought patterns ମଧ୍ୟ Same ହୋଇନଥାଏ ।
ଆଜିର ରାଶିଫଳ
Prev Post
Next Post
