ଜୁଲାଇମାସ ୨୮ତାରିଖ ୨୦୨୫ମସିହା(ସୋମବା ର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୧୧/୦୦ ଗତେ ପଞ୍ଚମୀ,ନକ୍ଷତ୍ର- ପୁର୍ବା ଫା ସନ୍ଧ୍ୟା ଘ୦୬/୦୧ ଗତେ ଉତ୍ତରା ଫା,ଚନ୍ଦ୍ର- ସିଂହ ରାତ୍ରି ଘ୧୨/୨୭ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/ ୫୫,ଯୋଗିନୀ ନୈରୁତକୋଣେ ରାତ୍ରି ଘ ୧୧/୦୧ ଗତେଦକ୍ଷିଣେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୬/୫୧ ଗତେ ଘ୦୮/୩୧ ମଧ୍ୟେ,ବାରବେଳା- ଦିବା ଘ୦୩/୦୫ ଗତେ ଘ୦୪/୪୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୧ ଗତେ ଘ୧୧/୧୩ମଧ୍ୟେ ଓ ରାତ୍ରି ଘ୦୭/୦୮ଗତେ ଘ୦୯/୩୩ମଧ୍ୟେ ଓ ରାତ୍ରି ଘ୧୧/୫୬ ଗତେ ଘ୦୩/୦୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ମୂଳାଭକ୍ଷଣ ନିଷେଧ।
ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ମିଥୁନ:-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
କର୍କଟ:-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ। ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍ କ୍ଷେତ୍ରରୁ ସୁଫଳ ମିଳିବ।କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ସିଂହ:-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡି ମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
କନ୍ୟା:-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭା ସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟାକଥା କହି ଯୁକ୍ତିତର୍କର ଆଶୟ ନେଇପାରନ୍ତି।
ତୁଳା:-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ବିଛା:-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ:-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ମକର:-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
କୁମ୍ଭ:-ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳି ଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
ମୀନ:-ଲାଗିରହିଥିବା ଟେନସନ୍ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।

କେଉଁଦିନ କିପ୍ରକାର ଜିନିଷ କିଣିବେ?
ହିନ୍ଦୁଧର୍ମରେ ସପ୍ତାହର ସାତଦିନ କୌଣସିନା କୌଣସିଗ୍ରହ କିମ୍ବା ଠାକୁରଙ୍କସହ ଯୋଡ଼ିହୋଇ ରହିଛି ।ତେଣୁ ବାରସହ ଯେଉଁଠାକୁରଙ୍କ ସମ୍ପର୍କଥାଏ,ସେଦିନ ସେହି ଠାକୁରଙ୍କ ପ୍ରିୟଜିନିଷ କିଣିଲେ ଶୁଭ ହୁଏ ବୋଲି ହିନ୍ଦୁମାନେ ସାଧାରଣତଃ ବିଶ୍ୱାସ କରିଥାନ୍ତି। ଅବଶ୍ୟ ତାରଅର୍ଥ ନୁହେଁଯେ, ଜରୁରୀପରିସ୍ଥିତିରେ ବି ଆମେ ଶୁଭ-ଅଶୁଭ ଦେଖିବା।ତେବେ ଚାଲନ୍ତୁଜାଣିବା, କେଉଁଦିନ କେଉଁ ଜିନିଷକିଣିଲେ ଶୁଭ ହୋଇଥାଏ?
ସୋମବାର:-ଏହିଦିନ ଭଗବାନ ଶିବଙ୍କରଦିନ।ତେଣୁ ସୋମବାରରେ କମ୍ପ୍ୟୁଟର,ବହିପତ୍ର,ମୋବାଇଲ୍ କିମ୍ବା କୌଣସି ପ୍ରକାରର ଷ୍ଟେସନାରୀଜିନିଷ କିଣିବା ଉଚିତ୍ ନୁହେଁ।ଏହିଦିନ ଚାଉଳ,କ୍ଷୀର ଜାତୀୟଜିନିଷ ଓ ବାସନକୁସନ କିଣିବା ଲାଭଦାୟକ ହୋଇଥାଏ।
ମଙ୍ଗଳବାର:-ଏହିଦିନ ଭଗବାନ ହନୁମାନଙ୍କୁ ଆରାଧାନା କରାଯାଏ। ତାଙ୍କର ପ୍ରିୟରଙ୍ଗ ହେଉଛି ଲାଲ। ତେଣୁ ଏହିଦିନ ଲାଲରଙ୍ଗର ଜିନିଷ କିଣିବା ଶୁଭ ହୋଇଥାଏ।କିନ୍ତୁ ଏହି ଦିନ ଜୋତା କିମ୍ବା ଲୁହାଜିନିଷ କିଣିବାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ।
ବୁଧବାର:-ବୁଧବାର ଭଗବାନ୍ ଗଣେଶ ଓ ବିଦ୍ୟାଦେବୀ ସରସ୍ୱତୀଙ୍କଦିନ ।ତେଣୁ ଏହିଦିନ ଚାଉଳ,ଔଷଧ,ବାସନ ଓ ଆକ୍ୱାରିୟମ କିଣିବା ଉଚିତ୍ ନୁହେଁ। କିନ୍ତୁ ଏହିଦିନ ଷ୍ଟେସନାରୀ କିମ୍ବା କଳା ସହ ସମ୍ବନ୍ଧିତ ବସ୍ତୁ କିଣିବା ଶୁଭ ହୋଇଥାଏ।
ଗୁରୁବାର:-ଏହିଦିନ ଚଷମା, ଦକାଜଲ,ବାସନକିଣିବା ଅଶୁଭ ହୋଇଥାଏ। କିନ୍ତୁ ଇଲୋକ୍ଟ୍ରୋନିକ ଜିନିଷ,ସମ୍ପତ୍ତି,କପଡ଼ା ଓ ଫର୍ଣ୍ଣିଚର ଆଦି ଜିନିଷ କିଣିପାରିବେ।
ଶୁକ୍ରବାର:-ଶୁକ୍ରବାରଦିନ ଇଲୋକ୍ଟ୍ରୋନିକ୍ ଜିନିଷ, ସମ୍ପତ୍ତି କିଣିବା ଭଲନୁହେଁ। କିନ୍ତୁ ସୌନ୍ଦର୍ଯ୍ୟ ସମ୍ବଦ୍ଧିତଜିନିଷ, ପୂଜାପାଠ ଜିନିଷ, ସୁନାଗହଣା କପଡ଼ା କିଣିବା ଶୁଭ ହୋଇଥାଏ।
ଶନିବାର:-ଏହି ଦିନଟି ଶନିଦେବଙ୍କୁ ସମର୍ପିତହୋଇଛି।ଏହି ଦିନରେ ଲୁଣ,ଚମଡ଼ାଜିନିଷ, ଲାଲ୍ କପଡ଼ା, ସୋରିଷତେଲ କିଣିବା ଉଚିତ୍ ନୁହେଁ ବରଂ ଏଇ ଦିନରେ ଫର୍ଣ୍ଣିଚର କିଣିବା ଶୁଭ ହୋଇଥାଏ।
ରବିବାର:-ରବିବାରଦିନ ଲୁହା କିମ୍ବା ସେସମ୍ବନ୍ଧୀୟ କୌଣସି ଜିନିଷ କିଣିବା ଅଶୁଭ ହୋଇଥାଏ। ଏହିଦିନ ନାଲି ରଙ୍ଗର ଜିନିଷ କିଣିଲେ ଶୁଭ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

