ଅଗଷ୍ଟମାସ୨୬ତାରିଖ୨୦୨୫ମସିହା(ମଙ୍ଗଳବାର) ଭାଦ୍ରବ ଶୁକ୍ଳ- କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୦୧/୩୫ ଗତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୪/୨୮,
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/୩୫ ଗତେ ନୈରୁତେ,ବୃଷରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ତୃତୀୟା ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା -ଦିବା ଘ୦୧/୧୪ଗତେ ଘ୦୨/୫୦ ମଧ୍ୟେ,
ବାରବେଳା- ଦିବା ଘ୦୭/୦୮ଗତେ ଘ୦୮/୪୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୪୫ ଗତେ ଘ୧୦/୨୧ମଧ୍ୟେ ଓ ଘ୧୨/୪୪ ଗତେ ଘ୦୧/୧୩ ମଧ୍ୟେ ଓ ଘ୦୩/୦୮ ଗତେ ଘ୦୪/୪୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ପୋଟଳ ଦିବା ଘ୦୧/୧୫ ଗତେ ମୂଳା ଭକ୍ଷଣ ନିଷେଧ।
ମେଷ:-ଆଜିଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲ ହେବ। କୌଣସି ଅନୁବନ୍ଧପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ:-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆ ବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନ ସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସି ଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:-ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ।ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:-ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:-ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀଙ୍କ ଆରାଧନା ରେ ମନରେ ସକାରାତ୍ମକଶକ୍ତି ସ˚ଚାର ହେବ।ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେକାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ।ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ।ବଡ଼ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି।କୋର୍ଟ କଚେରିମାମଲାରେ ଚିନ୍ତା ବଢ଼ିପାରେ।

ଛତୁ ପ୍ରକୃତରେ ଆମିଷ ନା ନିରାମିଷ…
ଓଷାବ୍ରତରେ କାହିଁକି ଖାଆନ୍ତିନାହିଁ ଛତୁ। ଛତୁ ପ୍ରକୃତରେ ଆମିଷ ନା ନିରାମିଷ ଆପଣ ଜାଣନ୍ତି କି। ଛତୁ ଏକ କବକ । ଯାହା ବାଲି, କାଠ, ପାଳ ଇତ୍ୟାଦିରେ ବଢ଼ିଥାନ୍ତି ।ଶ୍ରାବଣ ମାସରେ ପନିପରିବା ଦର ହୁହୁ ହୋଇ ବଢ଼ିଯାଇଥିବାବେଳେ ଛତୁ ଦାମ୍ ମଧ୍ୟ ୩୦୦ ପାର୍ କରିଯାଇ ଥିଲା ।ଜଣାପଡ଼ୁଛିଯେ, ଲୋକଙ୍କ ମତରେ ଛତୁକୁ ନେଇଥିବା ଦ୍ୱନ୍ଦ୍ୱ ଧୀରେଧୀରେ ଦୂର ହେଉଛି ।ଛତୁ ଏମିତି ଏକପରିବା ଯାହାକୁନେଇ ଲୋକଙ୍କମନରେ ଅନେକପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଥାଏ । ଯେହେତୁ ଏଥିରେ ରକ୍ତ କିମ୍ବା ହାର୍ଟନାହିଁ ସେଥିପାଇଁ ଏହାକୁ ନିରାମିଷ କହିପାରିବା । କାରଣ ଏଥିରେ କୌଣସି ଜୀବନନାହିଁ ।ଏହା ଅନ୍ୟ ଫୁଲ,ଫଳ ଭଳି ବଢ଼ିଥାଏ ।
ସେଥିପାଇଁ ଛତୁ ଆମିଷନୁହେଁ ।ଏହା ନିରାମିଷ ।ଓଷାରେ ଛତୁ ଖାଇବାଦ୍ୱାରା ଶରୀରରେ ନକାରା ତ୍ମକଶକ୍ତି ବୃଦ୍ଧିପାଏ ।ମନରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ, ଯାହାକୁ ରୋକିବାପାଇଁ ପୂଜାବେଳେ ଛତୁ ଖାଇବାକୁ ମନା କରନ୍ତି ।କିନ୍ତୁ ଛତୁ ଆମିଷନୁହେଁ । ଏହା ଅନ୍ୟଫୁଲ,ଫଳଭଳି ଓଷାବ୍ରତରେ ଖାଇହେବ ।କେବଳ ଛତୁ କାହିଁକି ଓଷାରେ ପାଣିକଖାରୁ, ଲାଉ,ପୋଇଶାଗ,ମଦ,ମାଂସ ଖାଇବାକୁ ବାରଣ କରାଯାଏ ।କାରଣ ବ୍ରତରେ ଈଶ୍ୱରଙ୍କ ଧ୍ୟାନରେ ରହିବାପାଇଁ ଏହିସବୁ ଜିନିଷ ବାଧା ସୃଷ୍ଟି କରୁଥିବାର ବିଶ୍ୱାସ ରହିଛି ।
କିଛିଲୋକ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରୁଥିବାବେଳେ ଆଉ କିଛିଲୋକ ଓଷାବ୍ରତରେ ଛତୁ ଖାଇବାକୁ କହିଥାନ୍ତି ।ଅପରିଷ୍କାର, ଅନାବନା ଜାଗା ରେ ଛତୁ ହେଉଥିବାରୁ ପୂଜା-ପାର୍ବଣରେ ଛତୁ ଖାଇ ବାକୁ ବାରଣକରାଯାଏ ।ପ୍ରକୃତରେ ଛତୁ ଅସନା ସ୍ଥାନରେ ହୋଇଥିବାରୁ ଏହାକୁ ଓଷା ବା ବ୍ରତରେ କେହି ଖାଇବାକୁ ପସନ୍ଦ କରନ୍ତି ନାହିଁ।!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟମାଯୋଗମାୟା!!

