ସେପ୍ଟେମ୍ବରମାସ ୦୧ତାରିଖ ୨୦୨୫ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ନବମୀ ରାତ୍ରି ଘ୦୨/୪୪ ଗତେ ଦଶମୀ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୦୮/୩୭ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃ ଘ୦୫/ ୩୫/୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/ ୧୮,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୪ ଗତେ ଉତ୍ତରେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର ,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୦୭ ଗତେ ଘ୦୮/୪୦ ମଧ୍ୟେ, ବାରବେଳା- ଦିବା ଘ୦୨/୫୦ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୬ ମଧ୍ୟେ ଓ ଘ ୧୦/୨୨ ଗତେ ଘ୧୨/୪୬ ମଧ୍ୟେ ଓ ରାତ୍ରି ଘ୦୬/୪୫ ଗତେ ଘ୦୯/୧୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୩ ଗତେ ଘ୦୪/୪୮ ମଧ୍ୟେ,ଅଦ୍ୟ ଲାଉ ଭକ୍ଷଣ ନିଷେଧ।
ମେଷ:- ବହୁଦିନର ଆଶା ଫଳବତୀ ହୋଇପାରେ।ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହଶ୍ରଦ୍ଧା ବୃଦ୍ଧି ହେବ।କଳ୍ପନାବିଳାସୀ ହୋଇପାରନ୍ତି।ବିଭିନ୍ନଦିଗରୁ ଧନାଗମ ହେବ।ପାରିବାରିକସୁଖ ମିଳିବ।ଆୟବୃଦ୍ଧି ହେବ।
ବୃଷ:- କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ।ଉତ୍ତମ ପରାମର୍ଶ ମିଳିବ।ଧର୍ମ-ଧାରଣାରେ ବ୍ରତୀ ହେବେ।ମନସ୍କାମନା ପୂରଣ ହେବ। ସତ୍ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ- ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇ ପାରେ;ମାତ୍ର ଅବ ଶେଷରେ ବିଜୟୀହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି।କୌଶଳରେ କାର୍ଯ୍ୟ ହାସଲ କରିବେ।ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତିଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ।ଧର୍ମ-କର୍ମ ସଂପାଦନ କରିପାରନ୍ତି।କର୍ମକୁଶଳତା ପ୍ରକାଶ ପାଇବ।କର୍ମକ୍ଷେତ୍ରରେ ବିଜୟୀ ହେବେ।ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବ ଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ର ରେ ଉତ୍ସାହ ବୃଦ୍ଧିପାଇବ।ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ।ବିଭାଗୀୟ ଅର୍ଥପ୍ରାପ୍ତିର ସୂଚନା ମିଳୁୁଛି।ବହୁବିଧ ଧନ ଓ ଉତ୍ତମଗୁଣର ଆଧାର ହେବେ।
ତୁଳା:- କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନାଅଛି।ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି।ଖର୍ଚ୍ଚପରିମାଣ ବୃଦ୍ଧିପାଇବ।ମିଥ୍ୟା ଅଭିଯୋଗପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇ ପାରନ୍ତି। ଯଶସ୍ୱୀ ହେବେ।ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି।କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ।ଶତ୍ରୁବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳନେଇ କାର୍ଯ୍ୟ ସମ୍ପାଦନ କରିବେ।ଦୀର୍ଘଦିନର ଆଶା ପୂର୍ଣ୍ଣହେବ।ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗଅଛି।ବସ୍ତ୍ର- ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତା ବରଣ ସୃଷ୍ଟି ହେବ।ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି।ଭୟ ଓ ଆଶଙ୍କା ଲାଗି ରହିଥିଲେ ବି ବହୁ ଶୁଭଫଳ ଆଶା କରାଯାଏ।ଖଳ ଲୋକଙ୍କୁ ଚିହ୍ନଟକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:- ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ।ଭବିଷ୍ୟତପାଇଁ ନୂତନ ଯୋଜନା ପ୍ରସ୍ତୁତକରିବେ। ସୁସ୍ଥ ଓ ନିରାମୟ ରହିବେ।ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ପଦୋନ୍ନତି ମିଳିପାରେ।

ଭଗବାନ ଶିବ କିପରି ପ୍ରସନ୍ନ ହୁଅନ୍ତି ?
ଯେତେବେଳେ ଆମେ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇଥାଉ ଭଗବାନଶିବ ଖୁସି ହୁଅନ୍ତି ।ଯେତେବେଳେ ଆମେ ଅନ୍ୟମାନଙ୍କପାଇଁ ଯତ୍ନ ନେଉଛୁ ଯେଉଁଠାରେ ଆମେ ପାରିବୁ ଏବଂ ଯେତେବେଳେ ଜଣେମଣିଷ ଅନ୍ୟମଣିଷ କିମ୍ବା ପଶୁପାଇଁ ଭଲକାମ କରେ ସେତେବେଳେ ସେ ଖୁସି ହୁଅନ୍ତି । ଯେତେବେଳେ ଆମେ ତାଙ୍କସୃଷ୍ଟିକୁ ପ୍ରଶଂସା କରିବା, ପ୍ରକୃତିର ପ୍ରଶଂସା କରିବା ଏବଂ ସମସ୍ତ ପ୍ରାଣରେ ଶ୍ୱରୀୟତା ଦେଖିବା ପାଇଁ ସମୟ ନେଇଥାଉ ସେ ଖୁସି ହୁଅନ୍ତି । ଯେତେବେଳେ ଆମେ ଶୀଘ୍ର ଜାଗ୍ରତହୋଇ ଯୋଗ ପ୍ରଦର୍ଶନକରୁ ସେ ଖୁସି ହୁଅନ୍ତି କାରଣ ଏହାର ଅର୍ଥହେଉଛି ଏକ ସୁସ୍ଥଶରୀର ବଜାୟ ରଖିବାପାଇଁ ସେ ଆମକୁ ଯାହାଦେଇଛନ୍ତି ତାହା ବ୍ୟବହାର କରୁଛୁ । କାରଣ ଆମେ ଏହି ଶାରୀରିକ ଶରୀର ବିଷୟରେ ଚିନ୍ତାକରୁ ଯାହା ସେ ଆମକୁ ଆଶୀର୍ବାଦ କରନ୍ତି । ସେଚାହାଁନ୍ତି ଯେ ଆମେ ଫିଟ୍ ଏବଂ ସୁସ୍ଥ ରୁହନ୍ତୁ ଏବଂ ଯୋଗ ଓ ଆୟୁର୍ବେଦ ସହିତ ଏହା କରିବାପାଇଁ ଆମକୁ ସମସ୍ତ ଉପକରଣ ଏବଂ ମାର୍ଗଦର୍ଶନ ପ୍ରଦାନ କରିଛନ୍ତି । ଯେତେବେଳେ ଆମେ ଆମର ଚିନ୍ତାଧାରା, ଶବ୍ଦ ଏବଂ କାର୍ୟ୍ୟରେ ଅହିଂସା ଅନୁଯାୟୀ ଜୀବନଯାପନ କରୁ ସେତେବେଳେ ସେ ଖୁସିହୁଅନ୍ତି । ସେ ଆହୁରି ଖୁସିହୁଅନ୍ତି ଯେତେବେଳେ ଆମେ ତାଙ୍କ ସତ୍ୟ ବିସ୍ତାର କରିଥାଉ ଏବଂ ହଜିଯାଇଥିବା ପ୍ରାଣକୁ କେବଳ ଆଖି ବୁଜିଦେବା ପରିବର୍ତ୍ତେ ଏହାକୁ ଅନ୍ୟମାନଙ୍କୁ ଶିକ୍ଷା ଦେଇଥାଉ ।ସରଳକାର୍ୟ୍ୟ, ଅନ୍ୟକୁ ସହାୟତା ଦୟାଳୁ ପ୍ରଭୁଙ୍କୁ ପ୍ରସନ୍ନ କରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

