ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୯ତାରିଖ ୨୦୨୫ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳ,ତିଥି- ସପ୍ତମୀ ଦିବା ଘ୦୪/୩୧ ଗତେ ଅଷ୍ଟମୀନକ୍ଷତ୍ର- ମୂଳା,ଅଦ୍ୟ ପୀଠେ ମହାଅଷ୍ଟମୀ ପୂଜା ଓ ମୃଣ୍ମୟୀ ଦେବୀଙ୍କ ତ୍ରୀଦିନାତ୍ମକ ସପ୍ତମୀ ପୂଜା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୨୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୪/୨୭,ଯୋଗିନୀ ପଶ୍ଚିମେ ଦିବା ଘ୦୪/୩୧ ଗତେ ଐଶାନ୍ୟେ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାରସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୭/୧୦ଗତେ ଘ ୦୮/୪୧ ମଧ୍ୟେ,ବାରବେଳା-  ଦିବା ଘ ୦୨/ ୩୪ ଗତେ ଘ ୦୪/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/ ୧୦ ମଧ୍ୟେ ଓ ଘ ୦୮/୫୨ ଗତେ ଘ୧୧/୧୭ ମଧ୍ୟେ ଓ ରାତ୍ରି ଘ ୦୮/ ୦୦ ଗତେ ଘ୧୧/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ତାଳ ଦିବା ଘ୦୪/୩୧ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:- ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:- ସକାରାତ୍ମକ ମନୋଭାବ ରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମ ର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତାମିଳିବ।ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:- ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:- କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳି ମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:- ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟ ରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:- ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କ ର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ।
କୁମ୍ଭ:- ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟ କୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମ ଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।

ଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥୨୨-୯-୨୦୨୫ପ୍ରତିପଦା ସୋମବାରଠାରୁ ଶାରଦୀୟ ନବରାତ୍ରିପୂଜା ଆରମ୍ଭ ହୋଇଛି ।
ପ୍ରଥମଂ ଶୈଳପୁତ୍ରୀ ଚ ଦ୍ବିତୀୟଂ ବ୍ରହ୍ମଚାରିଣୀ।
ତୃତୀୟଂ ଚନ୍ଦ୍ରଘଣ୍ଟେତି କୁଷ୍ମାଣ୍ଡେତି ଚତୁର୍ଥକମ୍।।
ପଞ୍ଚଂମଂ ସ୍କନ୍ଦମାତେତି ଷଷ୍ଠକାତ୍ୟାୟନୀତି ଚ।
ସପ୍ତମଂ କାଳରାତ୍ରୀ ଚ ମହାଗୌରୀତି ଚାଽଷ୍ଟମମ୍।।
ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗା ପ୍ରକୀର୍ତ୍ତିତାଃ।।
ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ। ନବରାତ୍ରରେ ନବଦୁର୍ଗାଙ୍କୁ ଆବାହନ କରି ନବମୀଦିନ ଏହାର ସମାପନ ହୋଇଥାଏ।ଦଶମୀଦିନ ଦଶହରା ପାଳନ ସହ ଏ ପାର୍ବଣପର୍ବର ସମାପ୍ତି ହୋଇଥାଏ,ନବଦୁର୍ଗାଙ୍କ ସଂକ୍ଷିପ୍ତ ପରିଚୟ :-
୧ମ ସ୍ୱରୂପ ମାଶୈଳପୁତ୍ରୀ- (କନ୍ୟାସନ୍ତାନର ଜନ୍ମଗ୍ରହଣ) ଦ୍ୱିଭୁଜା ଦେଵୀ,୨ୟସ୍ୱରୂପ ମାବ୍ରହ୍ମଚାରୀଣି(କନ୍ୟାର କୌମାର୍ୟ୍ୟ ଅବସ୍ଥା) – ଆନନ୍ଦମୟୀ ଦେବି ,୩ୟ ସ୍ୱରୂପ – ମାଚନ୍ଦ୍ରଘଣ୍ଟା(ବିବାହଯୋଗ୍ୟ ଅବସ୍ଥା) ୪ର୍ଥ ସ୍ୱରୂପ – ମାକୁଷ୍ମାଣ୍ଡା- କୁତ୍ସିତ ତାପର ନାମ କୁଷ୍ମା( ନୁତନ ଜୀବକୁ ଗର୍ଭରେ ଧାରଣ ଅବସ୍ଥା)୫ମସ୍ୱରୂପ ମାସ୍କନ୍ଧମାତା-(ସନ୍ତାନକୁ ଜନ୍ମଦେବା ପର ଅବସ୍ଥା)୬ଷ୍ଠ ସ୍ୱରୁପ ମାକାତ୍ୟାୟନୀ(ସଂଯମ ଓ ସାଧନା ଧାରଣ ପୁର୍ବକ ପରିବାରର ପ୍ରତିପାଳନ ଅବସ୍ଥା)୭ମ ସ୍ୱରୁପ ମାକାଳରାତ୍ରୀ –(ଦୃଢ ସଂକଳ୍ପ ଦ୍ବାରା ପତିର ଅକାଳମୃତ୍ୟୁ ଉପରେ ବିଜୟପ୍ରାପ୍ତି ଅବସ୍ଥା) ୮ମ ସ୍ୱରୁପ ମହାଗୌରୀ – କୁଟୁମ୍ବଜନଙ୍କ ପ୍ରତି ଉପକାର
ମହାଗୌରୀ-ମହାଦେବ ଦିନେ କଳା ହୋଇ ଥିବାରୁ ମା’କାଳରାତ୍ରିଙ୍କୁ ଉପହାସ କଲେ ,ଦେବୀ ରୁଷ୍ଟକ୍ଷହୋଇ କଠିନ ତପସ୍ୟାରେ ନିମଗ୍ନ ହେଲେ , ତପସ୍ୟା ବଳରେ ନିଜର କଳା କାନ୍ତିକୁ ପତି ଶିବଙ୍କୁ ପ୍ରଦାନ କରି ନିଜେ ବିଦ୍ୟୁତ କାନ୍ତି ସମ ଗୌରବର୍ଣ ଧାରଣ କରି ମହାଗୌରୀ ହେଲେ, ମହାଗୌରୀ ହେଉଛନ୍ତି ସ୍ବାମୀ ସୋହାଗୀନି , ତାଙ୍କଶରୀରର ବର୍ଣ୍ଣ ଶଙ୍ଖ, ଇନ୍ଦୁ ଏବଂ କୁନ୍ଦ ସଦୃଶ ଗୌର ଅଟେ , ଦେବୀଙ୍କର ବୟସ ଆଠବର୍ଷ ( ଅଷ୍ଟବର୍ଷେ ଭଵେତ ଗୌରୀ )ଦେବୀଙ୍କର ବସ୍ତ୍ର ଓ ଆଭୂଷଣ ସବୁ ଶ୍ୱେତ ଓ ସ୍ୱଚ୍ଛ , ଦେବୀ ତ୍ରିନେତ୍ରା, ବୃଷଭ ବାହିନୀ ଓ ଚତୁର୍ଭୁଜା , ଦେବୀଙ୍କର ଉପର ଦକ୍ଷିଣହସ୍ତ ବରଦମୁଦ୍ରାରେ , ଦେବୀ ଶାନ୍ତମୂର୍ତ୍ତି , ଦେବୀଙ୍କ ଗ୍ରହ – ରାହୁ, ମନ୍ତ୍ର “ଓଁ ଦେବୀ ମହାଗୌର୍ୟ୍ୟଐ ନମଃ”
ଜୟ ଜଗଦମ୍ବେ ମାଆ….!! ଜୟଜଗନ୍ନାଥ, ଜୟସୋମନାଥ, ଜୟ ମାଯୋଗମାୟା!!

- Advertisement -

Leave A Reply

Your email address will not be published.