ଅକ୍ଟୋବରମାସ ୦୩ତାରିଖ ୨୦୨୫ମସିହା(ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ଏକାଦଶୀ ସନ୍ଧ୍ୟା ଘ୦୬/୩୪ ଗତେ ଦ୍ୱାଦଶୀ ,ନକ୍ଷତ୍ର- ଶ୍ରବଣା ଦିବା ଘ୧୦/୧୯ ଗତେ ଧନିଷ୍ଟା ,ଅଦ୍ୟ ପାପଙ୍କୁଶା ଏକାଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୪୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୩୦ ,ଯୋଗିନୀ ଅଗ୍ନିକୋଣେ ସନ୍ଧ୍ୟା ଘ୦୬/୩୪ ଗତେ ନୈରୁତେ ,ସିଂହରାଶିର ଘାତଚନ୍ଦ୍ର , ବିଛା,ଧନୁ ଓ ମୀନରାଶିର ଘାତବାର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା ଓ ବାରବେଳା- ଦିବା ଘ ୦୮/୪୦ ଗତେ ଘ ୧୧/୩୮ ମଧ୍ୟେ
ବିଶୁଦ୍ଧ ଅମୃତବେଳା- ଦିବା ଘ ୦୬/୩୦ ମଧ୍ୟେ ଓ ଘ ୦୭/୧୮ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୦୬ଗତେ ଘ୦୩/୧୯ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।– ନାସ୍ତି ,ଅଦ୍ୟ ଶିମ୍ବ ସନ୍ଧ୍ୟା ଘ୦୬/୩୪ଗତେ ପୋଇଭକ୍ଷଣ ନିଷେଧ
ମେଷ:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତାପାଇବେ ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି ।ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ ।ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପରହିବ ।କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ ।ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ:-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶପାଇବ ।ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ ।ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଅବହେଳା କରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀଙ୍କ ସେବା ଓ ପରିବାରର ସେବାରେ ଦିନଟି ବିତାଇବେ ।
ସିଂହ:-ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ ।ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି।ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମଚାରୀ ଅପମାନ ଦେଇପାରନ୍ତି ।ବାପାମାଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ ।ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା:-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ।ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲକରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ସଫଳତା ପାଇବେ।ମହିଳାମାନେ ଅତିଥି ସତ୍କାର କରିବେ।
ବିଛା :-କର୍ମପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ :-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ ।ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତିଦେଖାଦେବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର :-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ।ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ।କର୍ମରେ କିଛିବିଘ୍ନ ଘଟିପାରେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପ୍ରଶଂସିତ ହେବେ ।ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ :-ଅଟକିଥିବାକାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ ।ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକହେବ ।ବ୍ୟୟଭାର କମ୍ ରହିବ ।ହୃତଧନ ଫେରି ପାଇବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଗ୍ରହୀହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ :-କର୍ମରେ ଉନ୍ନତି ଓ ସଫଳତା ପାଇବେ ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ ।ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି ।ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିବା ପାଇଁ ଯୋଜନା କରିବେ ।ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ ।ମହିଳାମାନେ ଆନନ୍ଦିତ ହେବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!
ଆଜିର ରାଶିଫଳ
Prev Post
Next Post
