ପତ୍ନୀଙ୍କୁ ହତ୍ୟା କଲେ ଏବିଡ଼ିଓ!

କେନ୍ଦୁଝର ,୨ା୧୦(ଏସଏସନିଉଜ) ଦଶହରା ଓ ସୁଦରସା ବ୍ରତରେ ନନ୍ଦିପଦା ଥାନା ଡ଼ଅଁର ଗ୍ରାମରେ ଝିଅ ଆଗରେ ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି ଜଣେ ଏବିଡ଼ିଓ। ପାରିବାରିକ କଳହରୁ ଝିଅ ଆଗରେ ସ୍ତ୍ରୀ ସୁଦେଷ୍ନାଙ୍କୁ କୁରାଢ଼ିରେ ହାଣିଛନ୍ତି ସ୍ୱାମୀ ତଥା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଦେବୀ ପ୍ରସାଦ ଜେନା ।ଘଟଣାପରେ ସେଫେରାର ହୋଇଯାଇଥିଲେ ।ଝିଅର ପାଟିଶୁଣି ପଡୋଶୀ ମାନେ ପହଁଚି ଗୁରୁତର ଅବସ୍ଥାରେ ସୁଦେଷ୍ନାଙ୍କୁ ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟ ଜଣେ ସ୍ତ୍ରୀ ଲୋକ ସହିତ ବାପା ସମ୍ପର୍କ ରଖି ମାଙ୍କୁ ନିର୍ୟାତନା ଦେଉଥିବା ସହ ଆଜି ବାପା ହତ୍ୟା କରିଥିବାନେଇ ପୁଅ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବନ୍ତ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।ଘଟଣାପରେ ଏବିଡ଼ିଓ ଫେରାର ହୋଇ ଯାଇଥିବାର ଜଣାପଡିଛି ।

- Advertisement -

Leave A Reply

Your email address will not be published.