ଭୁବନେଶ୍ବର,୨ା୧୦(ଏସଏସନିଉଜ)ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର ବିଭିର୍ଣ ସ୍ଥାନରେ ପରିସ୍ଥିତି ବେହାଲ ହୋଇଛି। ଦକ୍ଷିଣ ଓଡ଼ିଶାର ଗଂଜାମ. ଗଜପତି, କୋରାପୁଟ, ମାଲକାନଗିରି ଓ ନବରଂଗପୁର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପର୍ୟ୍ୟୟ ସୃଷ୍ଟିହୋଇ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷାରେ କୋରାପୁଟର ସେମିଳିଗୁଡ଼ା ଅଞ୍ଚଳରେ ରାସ୍ତାରେ ୫ଫୁଟ ପାଣି ପ୍ରବାହିତ ହେଉଛି । ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ବିଶାଳ ଗଛ ଉପୁଡ଼ି ଏକ ଅଟୋ ଉପରେ ପଡିଛି। ମାଲକାନଗିରି ଜିଲ୍ଲାର ସିଲେରୁ ନଦୀର ଜଳସ୍ରୋତରେ ଜଣେ ବ୍ୟକ୍ତି ଭାସିଯାଇଛନ୍ତି ।ଆର ଉଦୟଗିରି ଖଜୁରୀପଦା ମଧ୍ୟବର୍ତ୍ତୀ ଜାତୀୟ ରାଜପଥ ୩୨୬-ଏ ରାସ୍ତା ପାଣି ପ୍ରବାହିତ ହୋଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ।ମୋହନା ବ୍ଲକ ଗୁର୍ଗମ ଅଞ୍ଚଳ ପାଜିଗୁଡ଼ି ଗ୍ରାମ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଖସିବାରୁ ଯାତାୟତରେ ବାଧାକ ସାଜିଛି । କୋରାପୁଟ ଜିଲ୍ଲାର ସେମିଳିଗୁଡା, ସୁନାବେଡା, ନନ୍ଦପୁର, କୋରାପୁଟ ସହରର ତଳିଆ ଅଞ୍ଚଳରେ ଜଳାର୍ଣ୍ଣବ ହୋଇ ଅନେକ ଦୋକାନ, ଘର ଭିତରେ ପାଣି ପଶିଯାଇଥିବାର ଜଣାପଡିଛି। ଲଘୁଚାପ ପ୍ରଭାବର ତାଣ୍ଡବଗଜପତି ଜିଲ୍ଲାରେ ଦେଖିବାକୁ ମିଳୁଛି।କଟକଜିଲ୍ଲାବାରଙ୍ଗରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।ବାରଙ୍ଗବ୍ଲକ ସମ୍ମୁଖ ରାସ୍ତାରେ ଏକ ବଡଗଛ ଉପୁଡିପଡିବାରୁ ଯାତାୟତ କିଛି ସମୟପାଇଁ ବାଧାପ୍ରାପ୍ତ ହୋଇଥିଲା ।ଗଛଟି ଉପୁଡି ଏକ କାର ଓ ବାଇକରେ ପଡିଥିଲା ।ପରେ ପୋଲିସ ଓ ଦମକଳ ବାହିନି ପହଁଚି ଗଛକୁ ରାସ୍ତା ଉପରୁ ବାହାରକରିବାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।
