ଅକ୍ଟୋବରମାସ ୦୭ତାରିଖ ୨୦୨୫ମସିହା(ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ପୂର୍ଣ୍ଣିମା ଦିବା ଘ୦୯/୧୬ ଗତେ ପ୍ରତିପଦ ,ନକ୍ଷତ୍ର- ରେବତୀ ରାତ୍ରି ଘ୦୨/୦୨ ଗତେ ଅଶ୍ଵିନୀ ,ଚନ୍ଦ୍ର- ମୀନ ରାତ୍ରି ଘ୦୨/୦୨ ଗତେ ମେଷ ,ସୁର୍ୟୋଦୟ-ପ୍ରାତଃଘ୦୫/୪୩/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୬/୫୭ ,ଯୋଗିନୀ ବୟବ୍ୟେ ଦିବାଘ୦୯/୧୬ଗତେ ପୂର୍ବେ ,ଧନୁରାଶିର ଘାତଚନ୍ଦ୍ର, ମକରରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବାଘ୦୧/୦୨ଗତେ ଘ ୦୨/୩୨ମଧ୍ୟେ ,ବାରବେଳା- ଦିବା ଘ୦୭/୧୦ ଗତେଘ ୦୮/୪୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୮/୪୩ଗତେ ଘ୧୧/୧୮ ମଧ୍ୟେ ଓ ରାତ୍ରି ଘ୦୭/୫୨ଗତେ ଘ୦୭/ ୪୧ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୬/୨୩ଗତେ ଘ୦୭/୫୧ମଧ୍ୟେ ,ଅଦ୍ୟ ପାଣୀକଖାରୁ ଭକ୍ଷଣ ନିଷେଧା
ମେଷ :-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି ହୋଇପାରେ। ସହକର୍ମିମାନଙ୍କଠାରୁ ଆପଣଙ୍କୁ ଲାଭବାନ ହେବ।
ବୃଷ :- ଆଜି ନିଜର ଉତ୍ସାହ ଗୁଣ ଯେକୌଣସି କାର୍ୟ୍ୟକୁ ଭଲ ଭାବରେ ସଂପନ୍ନ କରିବାରେ ସହାଯକ ହେବ। ଆପଣଙ୍କପାଇଁ କାର୍ୟ୍ୟ ପ୍ରତି ଏକାଗ୍ର ହେବା ସରଳ ରହିବ। ଧନ ଲାଭର ସମ୍ଭାବନା ଅଛି।ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ଭଲ ରହିବ।
ମିଥୁନ:-ଆଜି ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହୋଇପାରେ। ଆପଣଙ୍କ ଦିନ ଶାରୀରିକ ଏବଂ ମାନସିକ ଅସୁସ୍ଥତା ସହିତ କଟିବ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ।
କର୍କଟ:-ଆଜି ବ୍ୟାପାରରେ ଲାଭ ହେବ ଏବଂ ଆୟର ସ୍ରୋତରେ ବୃଦ୍ଧି ହୋଇପାରେ। ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ତାଙ୍କ ସହିତ ସାକ୍ଷାତକରି ଆନନ୍ଦଲାଭ କରିବେ। ବିବାହୋତ୍ସୁକମାନଙ୍କ ପାଇଁ ବିବାହର ଯୋଗ ଭଲ ଅଛି। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ।
ସିଂହ:-ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଭା ବଢ଼ିପାରେ। ଚାକିରିରେ ପ୍ରମୋଶନ ହୋଇପାରେ। ପିତାଙ୍କର ସଂପତ୍ତିରେ ଲାଭ ହେବ। ସରକାରଙ୍କ ସହିତ ଧନର ବ୍ୟବହାର ସଫଳ ରହିବ।ଆପଣଙ୍କ ଆତ୍ମବିଶ୍ଵାସରେ ପ୍ରତ୍ୟେକ କାର୍ୟ୍ୟ ସଫଳତାପୂର୍ବକ ସଂପନ୍ନ ହେବ।
କନ୍ୟା :-ଆଜିର ଦିନ ବହୁତ ଶୁଭ ଅଟେ। ମିତ୍ର ଏବଂ ସମ୍ବନ୍ଧିମାନଙ୍କ ସହିତ ହୋଇଥିବା ସାକ୍ଷାତର କାରଣରୁ ଆନନ୍ଦ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଭାଇ-ଭଉଣୀମାନଙ୍କ ଠାରୁ ଆର୍ଥିକ ଲାଭ ହେବ।ଜୀବନସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ।
ତୁଳା:-ଆଜି ଧାର୍ମିକ କାର୍ୟ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ।ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ସରକାର ବିରୋଧୀ ପ୍ରବୃତ୍ତି ଏବଂ କ୍ରୋଧରୁ ଦୂର ରୁହନ୍ତୁ। ନୂଆ ସମ୍ବନ୍ଧ ଅନିଷ୍ଟକାରକ ହୋଇପାରେ। ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ବନିପାରେ।
ବିଚ୍ଛା:-ଆଜି ଆପଣ ମିତ୍ର ତଥା ସ୍ଵଜନମାନଙ୍କ ସହିତ କୌଣସି ମନୋରଞ୍ଜନ ସ୍ଥଳ କିମ୍ବା ପର୍ୟ୍ୟଟନ ସ୍ଥଳକୁ ଯାତ୍ରା କରି ମନ ପ୍ରସନ୍ନ ହେବ। ସମାଜରେ ମାନ-ସମ୍ମାନ ମିଳିବ।ସାମାନ୍ୟ ଦୈନିକ କାର୍ୟ୍ୟଗୁଡ଼ିକ ଭୁଲିକରି ଆମୋଦ-ପ୍ରମୋଦରେ ବୁଡ଼ି ରହିପାରନ୍ତି।
ଧନୁ:- ପରିବାରରେ ଆନନ୍ଦର ବାତାବରଣ ରହିବ, ଯାହାଦ୍ୱାରା ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ବ୍ୟବସାୟରେ ମଧ୍ୟ ଦିନ ଲାଭଦାୟୀ ରହିବ। ସହକର୍ମିମାନଙ୍କର ସହଯୋଗ ମିଳିବ ଏବଂ ଆର୍ଥିକ ଲାଭ ହେବ। ଆପଣଙ୍କପାଇଁ ହର୍ଷୋଲ୍ଲାସର ଦିନ ରହିବ।
ମକର:- ପାରିବାରିକ ଜୀବନରେ ଶାନ୍ତି ବନାଇ ରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନା ହେଉ, ଏହାର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ଅଧିକାରୀମାନଙ୍କର ଅସନ୍ତୋଷର ସାମନା କରିବାକୁ ପଡ଼ିପାରେ।
କୁମ୍ଭ:-ଆଜି ଆପଣଙ୍କ ମନ ବହୁତ ସମ୍ବେଦନଶୀଳ ରହିବ। ବିଦ୍ୟାର୍ଥିମାନଙ୍କ ପାଇଁ ସମୟ ଭଲ ଅଟେ। ଆଜିର ଆୟୋଜିତ ପ୍ରତ୍ୟେକ କାର୍ୟ୍ୟ ଭଲ ଭାବରେ ସଂପନ୍ନ ହେବ। ମହିଳାମାନଙ୍କର ସୌନ୍ଦର୍ୟ୍ୟ ପ୍ରସାଧନ ପଛରେ ଖର୍ଚ୍ଚ ହୋଇପାରେ।
ମୀନ:-ଆବଶ୍ୟକ ନିର୍ଣ୍ଣୟଗୁଡ଼ିକ ପାଇଁ ଆଜିର ଦିନ ଅତି ଉତ୍ତମ ଅଟେ। ଆପଣଙ୍କ ସୃଜନାତ୍ମକ ଶକ୍ତିଗୁଡ଼ିକରେ ବୃଦ୍ଧି ହେବ। ବୈଚାରିକ ଦୃଢ଼ତା ଏବଂ ମାନସିକ ସ୍ଥିରତା କାରଣରୁ କାର୍ୟ୍ୟ ସଫଳତାରେ ସରଳତା ହେବ।

କୁମାର ପୂର୍ଣ୍ଣିମା;-ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବାକୁ କୁମାରୀ କରନ୍ତି ଚନ୍ଦ୍ରପୂଜା।ସୁନ୍ଦରବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ରପୂଜା କରାଯାଇଥାଏ। ଏହିପୂଜାରେ ଜହ୍ନ ଆସିଲେ ତାକୁଦେଖି ଚାନ୍ଦ ପୂଜା ହୁଏ। କାରଣ ଏମିତି କଲେ ଚାନ୍ଦ ପରି ବର ମିଳେ। କୁମାରୀମାନେ ଭୋର୍ରୁ ଉଠି ଗାଧୋଇ ନୂତନବସ୍ତ୍ର ପରିଧାନ କରିଥାନ୍ତି। ଏହାପରେ ସେମାନେ ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତପ୍ରକାରରଫଳ ନେଇ ସୂର୍ୟ୍ୟଙ୍କ ଉଦ୍ଦେଶ୍ୟ ରେ ଅର୍ପଣ କରିଥାନ୍ତି।ଏହାକୁ ଆଞ୍ଜୁଳାଟେକା କୁହାଯାଏ। ଚଉରାମୂଳ ଲିପାଲିପି କରି ମୁରୁଜପକାଇ ପୂଜାକରନ୍ତି। ଖଇ,ଗୁଆ,କଦଳୀ,ନଡ଼ିଆ,କଷି କାକୁଡ଼ି କଷି ଜହ୍ନି ଓ ଆଖୁ ଆଦି ଫଳ ପୂଜାକରନ୍ତି। ସୂର୍ୟ୍ୟଦେବତାଙ୍କୁ ଚାହିଁ ଏହାକୁ ଆଞ୍ଜୁଳା ଟେକନ୍ତି।
ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ରହୋଇ ଚାନ୍ଦପୂଜା କରନ୍ତି। ତୁଳସୀଗଛରେ ନାଲିଶଙ୍ଖା ଓ ସାଲୁକନା ସହ ନୂଆବସ୍ତ୍ରଟିଏ ମଧ୍ୟ ଦିଆଯାଇ ଥାଏ।ଚଉରା ଆଗରେ ପିଢ଼ାରେ ଗୁଆରଖି ତା’ ଉପରେ ଦୁବଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ।ଭୋଗ ପାଇଁ ଖଇ,ନଡ଼ିଆ,କଦଳୀ, ଛେନା, ଦହି,କ୍ଷୀର,କାକୁଡ଼ି,ତାଳସଜ,ମହୁ, ଅଦା,ଘିଅ, ଆଖୁ,ଗଜାମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦଚକଟା କୁହାଯାଏ। ଭୋଗପରେ ନିଜନିଜ ପ୍ରିୟସାଙ୍ଗକୁ ସେହି ଚାନ୍ଦଖୁଆଇ ଚାନ୍ଦ ବସନ୍ତି। ଆଉଟିକେ ରାତିହେଲେ ଖଇଆଣି ଚାନ୍ଦକୁ ସମର୍ପଣ କରନ୍ତି। କୁମାର ପୂର୍ଣ୍ଣିମାଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ !!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!

