ଜଙ୍ଗଲି ହାତୀଙ୍କ ଉତ୍ପାତ

ଉଜଡ଼ିଦେଲା ଚାଷଜମି

ମେଣ୍ଢାଶାଳ,୬।୧୦(ଏସଏସନିଉଜ)ରବିବାର ବିଳମ୍ବିତ ରାତିରେ ଜଙ୍ଗଲି ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି ।ଚନ୍ଦକାଜଙ୍ଗଲରୁ ହାତୀପହ୍ଲ ଆସି ଦାରୁଠେଙ୍ଗ ନୂଆଗଡ ପୋଖରୀ ପାଖ ଧାନ ବିଲରେ ପଶି ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ବ ଧାନଫସଲ ନଷ୍ଟ କରିଛନ୍ତି।ହାତୀପହ୍ଲଙ୍କ ଦୌରାତ୍ମ୍ୟରେ ଚାଷୀ ଙ୍କ ମନରେ ଭାଳେଣି ପଡିଯାଇଛି । ନୂଆଗଡ ପୋଖରୀ ପାଖରେ ଚାଷ କରିଥିବା ମକରା ପାତ୍ର ଓ ଟୁଳିଆ ପରିଡ଼ା ମିଶି ଏକ ଏକରରୁଉର୍ଦ୍ଧ୍ବ ଚାଷଜମିରେ ବିଭିନ୍ନ କିସମର ଧାନ ଫସଲ କରିଛନ୍ତି।କିଛି ଚାଷୀ ଧାର ଉଧାର କରି ଚାଷ ମଧ୍ୟ କରିଛନ୍ତି।ଏବେ ଧାନର ଡେମ୍ପ ବାହାରୁ ଥିବାବେଳେ ରବିବାର ବିଳମ୍ବିତରାତିରେ ୧୦ଟିକିଆ ହାତୀପଲ ଆସି ଚାଷ ଜମିରେ ପଶି ଦଳିମକଚି ଧାନ ଫସଲକୁ ନଷ୍ଟ କରିଦେଇଛନ୍ତି। ବଢ଼ିଭୋର୍ ସମୟରେ ଚାଷୀମାନେ ବିଲକୁ ଯିବାପରେ ହାତୀପହ୍ଲ ବିଲ ମଧ୍ୟରୁ ଫେରୁଥିବାର ଦେଖିବାକୁ ପାଇଥିଲେ। ପରେ ବନବିଭାଗକୁ ଖବର ଦେଇଥିଲେ । ସକାଳୁ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ହାତୀକୁ ନିରୀକ୍ଷଣ କରି ଜଗି ରହିଛନ୍ତି l ହାତୀ ୧୦ ଟି ମଧ୍ୟରୁ ଗୋଟିଏ ହାତୀ ଭୂଆସୁଣୀ ଦେଇ ଘିଡ଼ିଘିଡ଼ି ଶଙ୍ଖ ପାର ହୋଇ ନୂଆଗାଁ ପଟକୁ ଆଜି ସନ୍ଧ୍ୟାରେ ପଶିଛି l ଆଉ ନଟି ହାତୀ ନନ୍ଦନକାନନ ପାଚେରୀ ଓ ଜଳି କଡରେ ଲୁଚି ରହିଥିବା ସୂଚନା ମିଳିଛି l ଯାହା ଚାଷ କରିଥିବା ଜମିଠାରୁ ପାଞ୍ଚ ସହ ମିଟର ଦୂରରେ ଅଛନ୍ତି। ଯାହା ଫଳରେ ଅନ୍ୟ ଚାଷୀମାନେ ପବିତ୍ର ମୋହନ ବଳିୟାରସିଂହ, ଅଲିଆ ପାଇକରାୟ, ନାରାୟଣ ବାଘସିଂହ, ଭାସ୍କର ପ୍ରଧାନ, ଅଜୟ ପାଇକରାୟ ଚାଷୀମାନେ ଭୟଭୀତରେ ରହିଛନ୍ତି lଅନ୍ୟପଟେ ଆଉ ଯାହାକିଛି ଧାନ ଅଛି ଧାନ ପାଚିଲେ ହାତୀପହ୍ଲ ପୁନର୍ବାର ଆସିବାର ସମ୍ଭାବନା ଥିବାରୁ ଚାଷୀମାନଙ୍କ ଆଶଙ୍କା ବଢ଼ିଯାଇଛି।ବର୍ଷକର ଆୟ ହାତୀ ନଷ୍ଟ କରି ଦେଇଥିବାରୁ ଚାଷୀମାନଙ୍କର ଭାଳେଣି ପଡ଼ିଯାଇଛି।ବନବିଭାଗ ଉକ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବା ସହ ହାତୀଙ୍କୁ ଘଉଡ଼େଇ ଜଙ୍ଗଲ ମଧ୍ୟକୁ ଛାଡ଼ିବାକୁ ଚାଷୀମାନେ ଦାବି କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.