ଶାନ୍ତି ରହିଲେ କର୍ଫ୍ୟୁ ବଢ଼ିବନି -ସିପି

କଟକ,୬।୧୦(ଏସଏସନିଉଜ) ଦରଘାବଜାରରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ପୋଲିସ କମିଶନରଙ୍କ ସହ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରାଞ୍ଚଳ RDC।ସ୍ଥିତି ଅନୁଧ୍ୟାନ ପରେ ପୋଲିସ କମିଶନରଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଟକ ସହରରେ ସ୍ଥିତି ଶାନ୍ତିପୂର୍ଣ୍ଣ ଅଛି।କୌଣସି ଅପ୍ରୀତିକର ଘଟଣା ଘଟିନି।ଉପଦ୍ରବର କୌଣସି ଚିହ୍ନ ନାହିଁ।ଆମେ ସ୍ଥିତି ଅନୁଧ୍ୟାନ କରୁଛୁ।ଉପଦ୍ରବ କରିବାକୁ ଚେଷ୍ଟା କଲେ ଦୃଢ଼ ହସ୍ତରେ ଦମନ କରାଯିବ।ଯଦି ଏଭଳି ଶାନ୍ତି ରହିଲା କର୍ଫ୍ୟୁ ବଢ଼ାଇବା ଦରକାର ହେବନି ବୋଲି କହିଛନ୍ତି।ସେହିଭଳି ଭାବେ କଟକରେ ଇଣ୍ଟରନେଟ୍ କଟକଣା ଆଉ ୨୪ ଘଣ୍ଟା ବୃଦ୍ଧି କରାଯାଇଛି।ଆସନ୍ତା କାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ବଳବତ୍ତର।ସିଏମ୍‌ସି, ସିଡିଏ, ବୟାଳିଶି ମୌଜାରେ କଟକଣା ବଳବତ୍ତର।ପୂର୍ବପରି ହ୍ବାଟ୍‌ସ ଆପ୍‌, ଫେସବୁକ୍, ଏକ୍ସ, ଇନ୍‌ଷ୍ଟାଗ୍ରାମ ବନ୍ଦ ନିର୍ଦ୍ଦେଶ ରହିଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.