ଡିସେମ୍ବରମାସ ୦୮ତାରିଖ ୨୦୨୫ମସିହା(ସୋମବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦିବା ଘ୦୪/୨୩ ଗତେ ପଞ୍ଚମୀ ,ନକ୍ଷତ୍ର-ପୂଷ୍ୟା ରାତ୍ରି ଘ୦୩/୪୪ ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୨୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୪ ,ଯୋଗିନୀ ନୈରୁତେ ଦିବା ଘ୦୪/୨୩ଗତେ ଦକ୍ଷିଣେ ,ମିଥୁନ ରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ମୃତେ ଏକ ପୁଷ୍କରଦୋଷ ନାସ୍ତି ,କାଳବେଳା – ଦିବା ଘ୦୭/୩୨ ଗତେ ଘ୦୮/୫୬ ମଧ୍ୟେ ,ବାରବେଳା- ଦିବା ଘ୦୨/୨୦ ଗତେ ଘ୦୩/୪୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୧ ମଧ୍ୟେ ଓ ଘ ୦୯/୨୫ ଗତେ ଘ୧୧/୪୬ ମଧ୍ୟେ ଓ ରାତ୍ରି ଘ ୦୭/୨୮ ଗତେ ଘ୧୦/୪୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି ,ଅଦ୍ୟ ମୂଳା ଦିବା ଘ୦୪/୨୩ ଗତେ ବେଲ ଭକ୍ଷଣ ନିଷେଧ ।
ମେଷ:-ଆଜି ଦିନଟି ନିଜର କ୍ୟାରିୟର ସୁଧାରପାଇଁ ଭଲହେବ। କୌଣସି ଅନୁବନ୍ଧପାଇଁ ଭଲସୁଯୋଗ ମିଳିବ।ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ ସହଯୋଗ ପାଇବେ। ପ୍ରେମରେ ସଫଳତା ମିଳିବ।
ବୃଷ;-ଆଜି ଆପଣଙ୍କ ଭାବନା ରଚନାତ୍ମକ ରହିବ। ସମ୍ମାନିତ ଲୋକଙ୍କଠାରୁ ସମ୍ମାନ ପାଇବେ। ବ୍ୟବସାୟରୁ ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହି ପରନ୍ତି।
ମିଥୁନ:-ଆଜି ନିଜର ନୂଆବିଚାର ଆର୍ଥିକ ଉନ୍ନତି ଲାଗି ଲାଭଦାୟକ ରହିବ। ବ୍ୟବସାୟରେ ଜୀବନସାଥୀଙ୍କ ସହଯୋଗ ମିଳିବ। ଅଫିସରେ କୌଣସି ଖୁସିଖବର ମିଳିବ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ଲାଗି ଅନୁକୂଳ। ସାହସିକ ଫଇସଲାରେ ସଫଳତା ମିଳିବ। ଜୀବନସାଥୀଙ୍କ ସହିତ ଉତ୍ତମ ସମ୍ବନ୍ଧ ବଜାୟ ରହିବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ।
ସି˚ହ:- ଆଜି ଆପଣ କୌଣସି ନିଷ୍ପତି ତରବରିଆ ଭାବେ କଲେ କ୍ଷତିରେ ପଡିପାରନ୍ତି। ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ। ପରିବାରରେ ଏକତା ଓ ସୁଖ ବୃଦ୍ଧି ହେବ। ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କନ୍ୟା:-ଆଜି ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ସାମାଜିକ ଓ ରାଜନୈତିକ କାର୍ଯ୍ୟରେ ସମୟ କଟିବ। ମିତ୍ରଙ୍କର ପୂରା ସହଯୋଗ ପାଇବେ। ହଠାତ୍ ଧନପ୍ରାପ୍ତି ଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
ତୁଳା:- ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲରହିବ । ଖୁବ୍ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଜାୟ ରହିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ସୁଯୋଗ ମିଳିବ।
ବିଛା:-କୌଣସି ରଚନାତ୍ମକ କାମରେ ଆଜି ଆପଣଙ୍କର ନାମ ଚର୍ଚ୍ଚା ରେ ରହିବ। ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ ଯାହା ଦ୍ବାରା ଭବିଷ୍ୟତରେ ଲାଭ ମିଳିବ। ପରିବାର ଲୋକେ ଆପଣଙ୍କ ଉପରେ ବହୁତ ଭରସା କରିବେ।
ଧନୁ:- ଆପଣ ଅନ୍ୟମାନଙ୍କ ଭାବନା ପ୍ରତି ଆଜି ବିଶେଷ ଯତ୍ନବାନ ରହିପାରନ୍ତି। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ସ୍ଥଗିତ ଥିବା କାର୍ଯ୍ୟ କୌଣସି ବନ୍ଧୁଙ୍କ ଦ୍ବାରା ପୂରା ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।
ମକର:-ଆପଣ ନିଜ କାମରେ ଆଜି ପ୍ରଶ˚ସା ଓ ପୁରସ୍କାର ପାରନ୍ତି ।ବାଣିଜ୍ୟ କରବାର ବୃଦ୍ଧି ଲାଗି ଦିନଟି ବିଶେଷ ଶୁଭ। ଧନ ସ˚ପତ୍ତି ବୃଦ୍ଧି ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପରିବାର ସହିତ ହସଖୁସିରେ ସମୟ କଟିବ।
କୁମ୍ଭ:-ଆଜି ଇଷ୍ଟଦେବୀ ଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ପ୍ରସ୍ତୁତ କରିଥିବା ଯୋଜନା ଅନୁସାରେ କାମ କରିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ମୀନ:-ଦିନଟି ଆପଣଙ୍କୁ ଆଜି ଶୁଭାଶୁଭ ମିଶ୍ରିତଫଳ ପ୍ରଦାନ କରିବ। ବଡ଼ ବ୍ୟବସାୟ ଲାଗି କୌଣସି ବ୍ୟକ୍ତିସହ ଚୁକ୍ତି କରିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିପାରନ୍ତି। କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ।

ଗରୁଡ଼ ଗଛ-ଗରୁଡ଼ଗଛ ସାପକୁ ଦୂରେଇରଖେ ଏବଂ ଏହାର ଫଳ ଔଷଧୀୟ ଗୁଣ ରଖେ ବୋଲି ବିଶ୍ୱାସ କରାଯାଏ। ଏହା ଭାରତର ଅନେକ ରାଜ୍ୟରେ, ବିଶେଷକରି ଉଚ୍ଚ ଏବଂ ପାର୍ବତ୍ୟାଞ୍ଚଳରେ ଦେଖାଯାଏ। ଗରୁଡ଼ ଗଛକୁ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ନାମରେ ଜଣାଯାଏ – ଯେପରିକି ଗରୁଡ଼ ସଞ୍ଜିବନୀ, ଖଡ଼ଶିଙ୍ଗୀ, ନାଗଦୌନ, ଏବଂ କିଛି ସ୍ଥାନରେ ଏହାକୁ “ସର୍ପ ବିରୋଧୀ ଗଛ” ମଧ୍ୟ କୁହାଯାଏ।ଗରୁଡ଼ଗଛ ବିଷୟରେ କିଛି ମୁଖ୍ୟ ତଥ୍ୟ-ସାପକୁ ଘଉଡ଼ାଏ:-ଗ୍ରାମୀଣ ଏବଂ ପାର୍ବତ୍ୟାଞ୍ଚଳରେ, ଏହା ବିଶ୍ୱାସ କରାଯାଏ ଯେ ସାପ ଗରୁଡ଼ ଗଛ ପାଖରେ ବୁଲାବୁଲି କରନ୍ତି ନାହିଁ। ଏହାର ଲମ୍ବା, କଠିନ ଏବଂ ଶୁଖିଲା ଫଳ ଘରର ଦ୍ୱାରଦେଶରେ ଟାଙ୍ଗିବା ଦ୍ୱାରା ସାପ ପ୍ରବେଶ କରିପାରନ୍ତି ନାହିଁ। ଏହାର କାଠରେ ଏକ ନିର୍ଦ୍ଦିଷ୍ଟ ଗନ୍ଧ କିମ୍ବା ଉପାଦାନ ଅଛି ଯାହା ସାପ ଉପରେ ଦମନକାରୀ ପ୍ରଭାବ ପକାଇଥାଏ ବୋଲି କୁହାଯାଏ। ଯଦି ଏହି କାଠକୁ ସାପ ପାଖରେ ରଖାଯାଏ, ତେବେ ଏହା ଅଳସୁଆ ହୋଇଯାଏ ଏବଂ ଏହାର ଗତି ହରାଇଥାଏ।
ସାପ କାମୁଡ଼ାପାଇଁ ଚିକିତ୍ସା:-ଆଦିବାସୀ ଏବଂ ପାରମ୍ପରିକ ଔଷଧରେ, ଏହି ଗଛକୁ ସାପ ବିଷକୁ ନିଷ୍କ୍ରିୟ କରିବା ପାଇଁ ବ୍ୟବହାର କରାଯାଇଛି। ପ୍ରାଚୀନ କାଳରେ ବିଷକ୍ରିୟା ହ୍ରାସ କରିବା ପାଇଁ ଏହାର ପତ୍ର ଏବଂ ଛାଲିରୁ ପ୍ରସ୍ତୁତ ଏକ କାଢା ବ୍ୟବହାର କରାଯାଉଥିଲା। ଯଦିଓ ଆଧୁନିକ ବିଜ୍ଞାନ ଏହାକୁ ନିଶ୍ଚିତ କରେ ନାହିଁ, ତଥାପି ସ୍ଥାନୀୟ ବିଶ୍ୱାସ ଆଜି ମଧ୍ୟ ବଞ୍ଚି ରହିଛି।
କ୍ଷତ ସୁସ୍ଥ କରିବାରେ ସାହାଯ୍ୟ କରେ:-ଗରୁଡ଼ ଗଛର ପତ୍ରରେ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଏବଂ ପ୍ରଦାହ-ବିରୋଧୀ ଗୁଣ ଅଛି। ଗ୍ରାମାଞ୍ଚଳର ଲୋକମାନେ ପତ୍ରର ଏକ ପେଷ୍ଟ ତିଆରି କରି ଏହାକୁ ଛୋଟ କ୍ଷତ, କଟା, ଘର୍ଷଣ କିମ୍ବା ଫୁଟା ଉପରେ ଲଗାନ୍ତି। ଏହା ସୁସ୍ଥ ହେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ ବୋଲି ବିଶ୍ୱାସ କରାଯାଏ।
ଅନ୍ୟାନ୍ୟ ରୋଗର ଚିକିତ୍ସା:-ଏହାର ଫଳ ଏବଂ ମଞ୍ଜି ଅନେକ ପାରମ୍ପରିକ ଉପଚାରରେ ବ୍ୟବହୃତ ହୁଏ। ଏହା ଗରମ ଷ୍ଟ୍ରୋକରୁ ମୁକ୍ତି ପ୍ରଦାନ କରେ, ଶରୀରର ଉତ୍ତାପ ହ୍ରାସ କରେ, ମୂତ୍ର ସମସ୍ୟା (ଡିସୁରିଆ) ଦୂର କରେ, ଅନିୟମିତ ଋତୁସ୍ରାବ ସନ୍ତୁଳିତ କରେ ଏବଂ ଜଣ୍ଡିସ୍ ଚିକିତ୍ସାରେ ସାହାଯ୍ୟ କରେ ବୋଲି ବିଶ୍ୱାସ କରାଯାଏ। ଗ୍ରାମାଞ୍ଚଳରେ, ଏହାକୁ ଏକ ଉଦ୍ଭିଦ ଭାବରେ ମଧ୍ୟ ଜଣାଶୁଣା ଯାହା ଶରୀରକୁ ଥଣ୍ଡା ପ୍ରଭାବ ପ୍ରଦାନ କରେ।
ଟିପ୍ପଣୀ:-ଗରୁଡ଼ ଗଛର ଔଷଧୀୟ ଲାଭ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବୈଜ୍ଞାନିକ ଭାବରେ ନିଶ୍ଚିତ ହୋଇନାହିଁ। ଏହି ସୂଚନା ପାରମ୍ପରିକ ବ୍ୟବହାର ଏବଂ ଲୋକପ୍ରିୟ ବିଶ୍ୱାସ ଉପରେ ଆଧାରିତ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

