ଡିସେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୦୨/୪୬ ଗତେ ଷଷ୍ଠୀ ,ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୩/୧୬ଗତେ ମଘା ,ଚନ୍ଦ୍ର- କର୍କଟ ରାତ୍ରି ଘ୦୩/୧୬ ଗତେ ସିଂହ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୪ ,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୬ ଗତେ ପଶ୍ଚିମେ ,ମକରରାଶିର ଘାତବାରପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ ,ମୃତେ ଏକପାଦ ପୁଷ୍କରଦୋଷ ନାସ୍ତି ,କାଳବେଳା – ଦିବା ଘ୧୨/୫୬ ଗତେ ଘ୦୨/୨୦ମଧ୍ୟେ ,ବାରବେଳା-ଦିବା ଘ୦୭/୩୫ ଗତେ ଘ୦୮/୫୮ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୧ମଧ୍ୟେ ଓ ଘ ୦୯/୦୦ ଗତେ ଘ୧୧/୪୯ମଧ୍ୟେ ଓ ରାତ୍ରି ଘ ୦୭/୨୮ ଗତେ ଘ୦୮/୧୬ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ ୦୫/୧୮ ଗତେ ଘ୦୭/୨୭ମଧ୍ୟେ ,ଅଦ୍ୟ ବେଲ ଦିବା ଘ୦୨/୪୬ ଗତେ ନିମ୍ୱଭକ୍ଷଣ ନିଷେଧ।
ମେଷ:-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ:-ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ:-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ୟ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:- ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ:-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
ତୁଳସୀର ମହତ୍ତ୍ବ:-ତୁଳସୀର ଧାର୍ମିକ ଓ ଆଧ୍ୟାତ୍ମିକମହତ୍ତ୍ବ ଯେତିକି, ତାଠାରୁ ଅଧିକ ଏହାର ଔଷଧୀୟଗୁଣ ।ଆୟୁର୍ବେଦଔଷଧ ତିଆରି ତୁଳସୀ ଏକ ମୂଖ୍ୟଉପାଦାନ ।ଆଜିକାଲି ତୁଳସୀପତ୍ରଯୁକ୍ତ ହର୍ବଲଟି ସମସ୍ତଙ୍କରପ୍ରିୟ ହୋଇଛି।ପିଲାଙ୍କର ସ୍ମୃତିଶକ୍ତିବର୍ଧକ ଭାବେ ଏହା ବ୍ୟବହାର କରାଯାଉଛି ।ପ୍ରତିଦିନ କିଛି ତୁଳସୀପତ୍ର ଚୋବାଇଖାଇଲେ ଥଣ୍ଡାଜ୍ବର ରୋଗରୁ ଉପଶମମିଳେ ।ତାଛଡା ମୂଖଗହ୍ଵର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇବାକୁହେଲେ କିଛି ତୁଳସୀପତ୍ର ଚୋବାଇ ଖିଆଯାଇପାରେ ।ତୁଳସୀପତ୍ରକୁ ଖରାରେଶୁଖାଇ ତାହାରଚୂର୍ଣ୍ଣରେ ଦାନ୍ତଘଷିଲେ ମାଢିଶକ୍ତ ରହେ ।ତୁଳସୀପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ ।ମୁଖ୍ୟତଃ ଏହାରପତ୍ରକୁ ଔଷଧରୂପେ ବ୍ୟବହାର କରାଗଲେ ମଧ୍ୟ ବିଭିନ୍ନରୋଗରେ ଏହାର ସର୍ବାଙ୍ଗଔଷଧର କାମ କରିଥାଏ ।ଅଦାରସ ସହିତ ତୁଳସୀରସ ମିଶାଇ ଖାଇଲେ ଶିଶୁମାନଙ୍କର କାଶ ଓ ଥଣ୍ଡା ଦୂରହୁଏ।
ପ୍ରତ୍ୟହ ସକାଳୁ ଚାରିପାଞ୍ଚଟି ତୁଳସୀପତ୍ର ପିଲାମାନଙ୍କୁ ଖୁଆଇଦେଲେ କ୍ଷୁଧା ବଢ଼େ ଓ ହଜମ ଭଲହୁଏ ଓ ଦେହ ନୀରୋଗ ରହେ। ତୁଳସୀ ପତ୍ରକୁ ଗିଳିଦେଲେ ଗଳାବ୍ୟଥା (ଟନ୍ସିଲ୍) ଦୂରହୁଏ। କେବଳ ତୁଳସୀକାଠକୁ ବେକରେ ପକାଇଲେ ଗଳାର ନାନାଦି ରୋଗ ଦୂର ହୁଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ତୁଳସୀମଞ୍ଜିର ସେବନ ମୁଖଶୁଦ୍ଧି କାରକ। ଏହା ଶୁକ୍ରବୃଦ୍ଧିରେ ସାହାଯ୍ୟ କରେ। ତୁଳସୀପତ୍ର ଜଳରେ ପକାଇଲେ ଜଳ ଓଡ଼ିଶାର ଶୁଦ୍ଧ ହୋଇଥାଏ ବୋଲି ମାନ୍ୟତା ରହିଛି। ଏଥିପାଇଁ ବୈଷ୍ଣବମାନେ ପ୍ରତ୍ୟେକ ଖାଦ୍ୟପାନୀୟରେ ପ୍ରଥମେ ତୁଳସୀପତ୍ର ପକାଇଥାନ୍ତି। ଓଡ଼ିଶାର ପୁରପଲ୍ଲୀରେ ସମସ୍ତଙ୍କ ଘର ଆଗରେ ତୁଳସୀ ଚଉରାଟିଏ ରହିଥାଏ । ଏହା ଶୁଭ କାରକ ବୋଲି ଲୋକେ ମାନିଥାନ୍ତି ଓ ପ୍ରତିଦିନ ସଞ୍ଜବେଳେ କୁଳବଧୁମାନେ ତୁଳସୀଚଉରାମୂଲେ ସନ୍ଧ୍ୟାବତୀ ଦେଇଥାନ୍ତି। ତୁଳସୀପୂଜାକଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଲୋକେ ବିଶ୍ବାସ କରନ୍ତି।ପୂର୍ବକଥିତ ବଣ ତୁଳସୀରଗନ୍ଧ ଅତିକମ ଥାଏ, କିନ୍ତୁ ବିଷରପ୍ରଭାବ ନାଶ କରିବାରେ ଏହା ବିଶେଷ ଉପଯୋଗୀ । ଏହାବ୍ୟତୀତ ମରୁବକ୍’ ନାମକ ତୁଳସୀର ଏକ ବିରଳଜାତି ରହିଛି ।କୌଣସି ଅସ୍ତ୍ରଶସ୍ତ୍ର କ୍ଷତ ବା ବିଛା, ସାପ ଇତ୍ୟାଦିଙ୍କ ଦଂଶନ ଥିଲେ ଏହି ମରୁବକ୍ ତୁଳସୀର ରସ ବିଶେଷ ଲାଭପ୍ରଦ ହୋଇଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

