ଆଜିର ରାଶିଫଳ

ଡିସେମ୍ବର ମାସ ୨୪ ତାରିଖ ୨୦୨୫ ମସିହା (ବୁଧବାର)ପୌଷ ମାସ- ଶୁକ୍ଳପକ୍ଷ ,
ତିଥି-ଚତୁର୍ଥୀ ଦିବା ଘ୦୧/୦୮ ଗତେ ପଞ୍ଚମୀ ,ନକ୍ଷତ୍ର-ଶ୍ରବଣ। ଦିବା ଘ୦୭/୫୩ ଗତେ ଧାନିଷ୍ଟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୩/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୦୫ ,ଯୋଗିନୀ ନୈରୁତେ ଦିବା ଘ୦୧/୦୮ ଗତେ ଦକ୍ଷିଣେ ,ସିଂହ ରାଶି ର ଘାତଚନ୍ଦ୍ର ,କର୍କଟ ରାଶିର ଘାତବାର ,ଚତୁର୍ଥୀ ର ଏକୋଦିଷ୍ଟ ଓ ପଞ୍ଚମୀ ର ପାର୍ବଣ ଶ୍ରାଦ୍ଧ ,ମୃତେ ପୁସ୍କର ଦୋଷ ,କାଳବେଳା -ଦିବା ଘ୦୯/୦୪ଗତେ ଘ୧୦/୨୮ ମଧ୍ୟେ ,ବାରବେଳା- ଦିବା ଘ୧୧/୪୫ ଗତେ ଘ୦୧/୦୮ ମଧ୍ୟେ
,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୧୦ ମଧ୍ୟେ ଓ ଘ ୦୭/୫୯ ଗତେ ଘ୦୮/୪୭ ମଧ୍ୟେ ଓ ରାତ୍ରି ଘ ୦୬/୦୦ ଗତେ ଘ୦୬/୫୦ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ ୦୭/୧୧ଗତେ ଘ୦୭/୫୮ ମଧ୍ୟେ ,ଅଦ୍ୟ ମୂଳା ଦିବା ଘ୦୧/୦୮ ଗତେ ବେଲ ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟ ହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟ କାର୍ଯ୍ୟ କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବାଲାଗି ଦିନଟି ଭଲରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବରମିଳିବ।ପାରିବାରିକସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତାମିଳିବାର ସମ୍ଭାବନା ରହିଛି।
ସି˚ହ:- ଧାର୍ମିକଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ରେ ମନପ୍ରାଣଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାରସ୍ତର ଉଚ୍ଚା ରହିବ। କୌଣସି ଅଜଣାବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:- ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କସହିତ ସମ୍ବନ୍ଧ ପୂର୍ବଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚଅଧିକାରୀଙ୍କ ରାୟନେଇ କାମକରନ୍ତୁ; ଭଲଫଳାଫଳ ମିଳିବ।ପିଲା ଓ ପରିବାରସହିତ ହସଖୁସି‌ରସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।

- Advertisement -

Leave A Reply

Your email address will not be published.