ଆସୁଛି ବଡଦିନ ଓ ନୂଆବର୍ଷ

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ। ପ୍ରକୃତିର ଶୋଭା ମଧ୍ୟରେ ଦେଶ ଓ ବିଦେଶାଗତ ପଶୁପକ୍ଷୀମାନଙ୍କୁ ପାଖରୁ ଦେଖିବା ପାଇ ଦୂରଦୁରାନ୍ତରୁ ପର୍ଯ୍ୟଟକ ମାନେ ଧାଇ ଆସୁଛନ୍ତି ନନ୍ଦନକାନନ।ଚଳିତ ପର୍ଯ୍ୟଟନ ଋତୁରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ଆଗକୁ ବଡ଼ଦିନ ଓ ନୁଆ ବର୍ଷ ଆସୁଥିବାରୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଆଗମନ ଅଧିକ ଆସା ରହିଛି। ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ଼ କୁ ଦୃଷ୍ଟିରେ ରଖି ଆବଶ୍ୟକ ସ୍ଥଳେ ଅଧିକ ଟିକେଟ କାଉଣ୍ଟର ଖୋଲିବାର ବ୍ୟବସ୍ଥା କରାଯାଇଛି।ଚୋର ଓ ପକେଟମାର ଙ୍କ ପ୍ରାଦୁର୍ଭାବରୁ ସୁରକ୍ଷା ଦେବା ପାଇ ସାଧା ପୋଷାକ ଧାରି ପୋଲିସ ବିଭିନ୍ନ ସ୍ଥାନରେ ନିୟୋଜିତ ରହିବେ।ପ୍ରାଥମିକ ଚିକିତ୍ସା ପାଇଁ ଡ଼ାକ୍ତରୀ ଦଳଙ୍କୁ ରଖାଯିବ। ଭିଡ଼କୁ ଦୃଷ୍ଟିରେ ରଖି ନନ୍ଦନକାନନ ଭିତରକୁ କୌଣସି କର୍ମଚାରୀ କିମ୍ବା ବାହାର ଗାଡ଼ିକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଆବଶ୍ୟକ ସ୍ଥଳେ ପାଟ୍ରୋଲିଂ ଗାଡ଼ି ଏବଂ ଜରୁରୀକାଳୀନ ଗାଡ଼ି ଛଡାଯିବ। ମୁଖ୍ୟ ପ୍ରବେଶ ପଥର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଥିବାରୁ ସେହି ପ୍ରବେଶ ଓ ପ୍ରସ୍ଥାନ ପଥରେ ପର୍ଯ୍ୟଟକ ଯାଆସ କରି ପାରିବେ।ପ୍ରାଣୀଉଦ୍ୟାନ ଭିତରେ ପର୍ଯ୍ୟଟକ ବିଶ୍ରାମ ନେବା ପାଇଁ ସେଡ୍ ଏବଂ ପର୍ଯ୍ୟାପ୍ତ ପରିମାଣର ପାନୀୟଜଳ ଗଚ୍ଛିତ ରହିବ। ବାଘ ଖୁଆଡ଼ ଏବଂ ସରୀସୃପ ଉଦ୍ୟାନରେ ଭିଡକୁ ଦୃଷ୍ଟିରେ ରଖି ସେଠାରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ। ସମ୍ବେଦନଶୀଳ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଗତିବିଧିକୁ ଲକ୍ଷ ରଖାଯିବ।ପର୍ଯ୍ୟଟକ ମାନଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବ ଉଦ୍ଦେଶ୍ୟରେ ନନ୍ଦନକାନନର ସିକ୍ୟୁରିଟି ଗାର୍ଡ, ଚିଡ଼ିଆଖାନା ଭଲ୍ୟୁଣ୍ଟର ନିୟୋଜିତ ରହିବେ। ଜରୁରୀକାଳୀନ ସେବା ମଧ୍ୟରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଆଦି ସଜାଗ ରହିବେ ବୋଲି ଜଣାପଡିଛି।

 

- Advertisement -

Leave A Reply

Your email address will not be published.