ଫେବୃଆରୀମାସ ୦୧ତାରିଖ ୨୦୨୬ମସିହା (ରବିବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ରି ଘ୦୩/୪୭ ଗତେ ପ୍ରତିପଦ,ନକ୍ଷତ୍ର- ପୂଷ୍ୟା ରାତ୍ରି ଘ୧୨/୪୫ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃଘ୦୬/୨୬/୩୨,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୧୫,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୩/୩୭ଗେତେ ପୂର୍ବେ,ମେଷରାଶିର ଘାତବାର,
ପୂର୍ଣ୍ଣିମା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୩୦ ଗତେ ଘ୦୧/୧୬ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୪ ଗତେ ଘ୧୦/୨୬ ମଧ୍ୟେ ଓ ରାତ୍ରି ଘ୦୭/୧୦ ଗତେ ଘ ୧୦/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୭/୧୫ ମଧ୍ୟେ ଓ ଘ୦୧/୨୮ଗତେ ଘ୦୩/୨୮ ମଧ୍ୟେ,ଅଦ୍ୟ ଆମିଷ ଭକ୍ଷଣ ନିଷେଧ।
ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍ବୁଝାମଣା ସୃଷ୍ଟି ହୋଇପାରେ ।ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।
ବୃଷ:-ଆଜି ଧନ ଓ କାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ।ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ ।ସନ୍ତାନଙ୍କ ବିଷୟ ଚିନ୍ତାକରି ମନ ଭଲ ଲାଗି ନ ପାରେ।
ମିଥୁନ:-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ।ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ ।ଶିଳ୍ପ, ବାଣିଜ୍ୟ,ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ:-ଆଜି ଅଫିସ୍ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥାକହି ଅପଦସ୍ଥ ହୋଇପାରନ୍ତି ।ପରକଥାରେ ପ୍ରଭାବିତ ଭୁଲ୍ ମାର୍ଗର ଅନୁସରଣ କରିପାରନ୍ତି।ଜମିଜମା କାରବାର, ସତ୍ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।
ସିଂହ:-ଆଜି ବ୍ୟୟବୃଦ୍ଧି ଓ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ।କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବାକାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ ।ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟାଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।ମାଲିମକଦ୍ଦମା କିମ୍ବା ବିବାଦୀୟଘଟଣାରେ ସନ୍ତୋଷ ଜନକ ଫଳ ପାଇବେ।
କନ୍ୟା:-ଆଜି ଯେଉଁକାମରେ ହାତ ଦେବେ, ସେଥିରେ ସଫଳତା ଅବଶ୍ୟମ୍ଭାବୀ ।ଆକସ୍ମିକଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।ଆଜିଦିନଟି ଦେହଭଲରହିବା ସହିତ ମନ ଆନନ୍ଦିତ ରହିବ।
ତୁଳା:-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ହସ୍ତାନକ୍ଷତ୍ର ସକାଶେ ସକାଳୁସକାଳୁ ଧାର,କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନାରହିଛି। ପରିବାର ଭିତରେ ସମସ୍ୟା ସମାଧାନପାଇଁ ଚେଷ୍ଟା କରିବେ।ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
ବିଛା:-ଆଜି ବିଭିନ୍ନପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାରହେତୁ ସାମାଜିକପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍ଫୁଲ୍ଲିତ ହୋଇପାରନ୍ତି।
ଧନୁ:-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।କୌଣସି ବନ୍ଧୁଙ୍କଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି।ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବାପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତହେବେ।ଦୀର୍ଘଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।
ମକର:-ଆଜି ଆପଣ କୌଣସି ନୂତନକର୍ମରେ ଉତ୍ସାହିତ ରହିବେ।କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ।ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।
କୁମ୍ଭ:-ଆଜି ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେନାହିଁ। ଘର ସାଜସଜ୍ଜାରେ, ଆନୁଷ୍ଠାନିକକାମରେ, ନୃତ୍ୟ ଓ ସଙ୍ଗୀତରେ ମଜ୍ଜି ରହିପାରନ୍ତି।ଆର୍ଥିକଦିଗ ଭଲ ରହିବ ଓ କୌଣସି ଜନହିତକରକାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।ପ୍ରତ୍ୟେକକ୍ଷେତ୍ରରେ ସତର୍କ ରହି କାମକରିବା ଭଲହେବ।
ମୀନ:-ପ୍ରତ୍ୟେକ ଲକର୍ମରେ ଶୁଭଫଳପାଇବେ।କିନ୍ତୁ ପାରିବାରିକଦିଗରୁ କେତେକବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି।ଯେତେ ଭଲକାମ କଲେ ମଧ୍ୟ କର୍ମ କ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।ବାଣିଜ୍ୟ, ରାଜନୀତି ଓ ପ୍ରଶାସନକ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

