ଫେବୃଆରୀ ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟ। ରାତ୍ରି ଘ ୧୨/୪୨ ଗତେ ତୃତୀୟ।,ନକ୍ଷତ୍ର- ମଘା ରାତ୍ରି ଘ୧୦/୪୮ ଗତେ ପୁର୍ବା ଫା,ସୁର୍ୟୋଦୟ-ପ୍ରାତଃଘ୦୬/୨୫/୫୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୫,
ଯୋଗିନୀ ଉତ୍ତରେ ରାତ୍ରି ଘ୧୨/୪୨ଗତେ ଅଗ୍ନିକୋଣେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଦ୍ଵିତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ରାତ୍ରି ଘ୧୨/୪୨ଗତେ ଏକପାଦ ପୁଷ୍କରଦୋଷ,
କାଳବେଳା -ଦିବା ଘ୦୧/୨୭ ଗତେ ଘ୦୨/୫୦ ମଧ୍ୟେ,ବାରବେଳା- ଦିବା ଘ୦୭/୪୫ ଗତେ ଘ୦୯/୧୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୧୧ ଗତେ ଘ ୧୧/୧୩ମଧ୍ୟେ ଓ ଘ୦୨/୫୧ ଗତେ ଘ୦୩/୧୫ ମଧ୍ୟେ ଓଘ୦୪/୦୧ ଗତେ ଘ୦୫/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି,ଅଦ୍ୟ ବୋଇତିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତିକ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାରଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି।
ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ।
ମିଥୁନ-ଆଜି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଏବଂ ବ୍ୟବସାୟ ବାଣିଜ୍ୟକ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ । ଅବଶ୍ୟ ଆର୍ଥିକଦିଗରୁ ଉପକୃତ ମଧ୍ୟ ହେବେ ,ଏପରିକି ବକେୟା ମଧ୍ୟ ପାଇପାରନ୍ତି।
କର୍କଟ-ଆଜି ହଠାତ୍ କାୈଣସି ଶୁଭଖବର ପାଇ ବିସ୍ମୟ ପ୍ରକାଶ କରିବେ ।ବିଶେଷଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।ବନ୍ଧୁମାନଙ୍କ ଆଦର କାର୍ଯ୍ୟରେ ସଫଳତା ପୃଷ୍ଠଭୂମି ହୋଇପାରେ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସାଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି।
ସିଂହ-ଆଜି ଆପଣ କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକସ୍ତରରେ ମଧ୍ୟ ସମ୍ମାନ ଲାଭ ହେବ। ମନ ଭୁଲାଣିଆ ପଦେ ମଧୁର କଥାରେ ବିମୋହିତହୋଇ ଅନ୍ୟମାନଙ୍କ ଦ୍ୱାରା ସହଜରେ ପ୍ରଭାବିତ ହୋଇପାରନ୍ତି।
କନ୍ୟା-ଆଜି ପ୍ରତ୍ୟେକକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାରଦେଇ କାମକଲେ ଅପେକ୍ଷାକୃତ ସଫଳତା ପାଇବେ। ଆର୍ଥିକ ସମସ୍ୟାଯୋଗୁ ବ୍ୟସ୍ତ ରହିବାକୁ ପଡ଼ିପାରେ।ଦୁଃଖକୁ ମନରେରଖି ମୁହଁରେ ହସ ଫୁଟାଇ କର୍ମକ୍ଷେତ୍ରରେ ଅବତୀର୍ଣ୍ଣ ହେବେ।
ତୁଳା-ଆଜି ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।ବିବାଦୀୟ ଘଟଣାର ସମାଧାନରୁ ଆଶ୍ୱସ୍ତି ଲାଭ କରିବେ।
ବିଛା-ଆଜି ଯାତ୍ରା ସମୟରେ ଅନ୍ୟ ମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ନୈରାଶ୍ୟ ଜନକ ସ୍ଥିତିରୁ ମାନସିକ କଷ୍ଟ ଅନୁଭବ କରିବେ। ବନ୍ଧୁ ମାନଙ୍କ ଅସଂଯତ କାର୍ଯ୍ୟକଳାପ ଆପଣଙ୍କ ପାଇଁ ସମସ୍ୟାକୁ ବଢ଼ାଇଦେବ।
ଧନୁ-ଆଜି ଅତୀତସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସିକାମ ଉତ୍ସାହପ୍ରଦ ହେବନାହିଁ। ସ୍ବାସ୍ଥ୍ୟସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଆପଣଙ୍କ କାର୍ଯ୍ୟ ଓ ଚିନ୍ତାଧାରା ନିଜ ଲୋକମାନଙ୍କ ମନରେ ଭିନ୍ନ ଭାବ ପୋଷଣ କରିପାରେ।
ମକର-ଆଜି ପରିବାରରେ ଭୁଲ୍ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବା ଆଶଙ୍କା ରହିଛି । ଭ୍ରମଣ ସୁଯୋଗ ଲାଭ ହେବ। ଇଚ୍ଛାବିରୋଧୀ ପରିସ୍ଥିତିର ସମ୍ମୁଖୀନ ହୋଇ ଆପଣଙ୍କ କଠୋର ବାକ୍ୟ ନିଜ ଲୋକମାନଙ୍କୁ ଆଘାତ ଦେଇପାରେ ।ଯାତ୍ରାସମୟରେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ-ଆଜି ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।ନିକଟସମ୍ପର୍କୀୟ ମାନଙ୍କ ଦ୍ୱାରା ସାହାଯ୍ୟ ଲାଭକରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ।
ମୀନ-ଆଜି ଭଲ ସମ୍ପର୍କ ନ ଥିବା ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପ୍ରତିକୂଳ ମନ୍ତବ୍ୟ ପ୍ରଦାନ କରିବେ।ସ୍ବାସ୍ଥ୍ୟର କ୍ରମୋନ୍ନତି ସାଙ୍ଗକୁ ଇଚ୍ଛା ମୁତାବକ ମୂଲ୍ୟବାନ ଜିନିଷ ପ୍ରାପ୍ତ ହୋଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ଆପଣ ଭୋଗବିଳାସ ପ୍ରତି ଆକୃଷ୍ଟ ହେବେ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

