ଫେବୃଆରୀମାସ ୦୬ତାରିଖ ୨୦୨୬ମସିହା (ଶୁକ୍ରବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରି ଘ୦୧/୦୬ ଗତେ ଷଷ୍ଠୀ,ନକ୍ଷତ୍ର- ହସ୍ତା ରାତ୍ରି ଘ୧୨/୫୩ ଗତେ ଚିତ୍ରା, ସୁର୍ୟୋଦୟ-ପ୍ରାତଃଘ୦୬/୨୪/୪୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୨୫,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୦୬ ଗତେ ପଶ୍ଚିମେ,ବୃଷରାଶିର ଘାତଚନ୍ଦ୍ର, ବିଛା,ଧନୁ ଓ ମୀନରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ପୁସ୍କର ଦୋଷନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୦ ମଧ୍ୟେ ଓ ଘ୦୮/୪୭ ଗତେ ଘ୦୯/୦୫ମଧ୍ୟେ ଓ ଘ୦୧/୩୫ ଗତେ ଘ୦୩/୧୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୨୩ ଗତେ ଘ୧୧/୧୩ ମଧ୍ୟେ, ଅଦ୍ୟ ବେଲଭକ୍ଷଣ ନିଷେଧ।
ମେଷ :-ଆଜି କୋର୍ଟକଚେରୀ ବିଷୟରେ ନପଡ଼ିବା ଉତ୍ତମହେବ।ମଧ୍ୟାହ୍ନପରେ ଆପଣ ଭଲଅନୁଭବ କରିବେ। ପରିବାରରେ ସୁଖଶାନ୍ତି ରହିବ।କମସମୟରେ ଅଧିକ ଲାଭପାଇବା ବିଚାରରେ ଆପଣ ଫସିନଯାଆନ୍ତୁ, ଧ୍ୟାନ ରଖିବେ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରିପାରିବେ।
ବୃଷ :- ସନ୍ତାନସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।
ମିଥୁନ :-ଆଜିରଦିନ ଲାଭଦାୟୀ ଅଟେ।ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳିପାରେ। କୌଣସି ସାମାଜିକକାର୍ଯ୍ୟରେ ଯୋଗଦେବାକୁ ପଡ଼ିପାରେ।
କର୍କଟ :-ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବକରିବେ। ଆର୍ଥିକଦୃଷ୍ଟିରୁ ଲାଭହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ:-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତି ଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ।ଈଷ୍ଟଦେବତାଙ୍କର ଧ୍ୟାନରେ ସମସ୍ୟା ଗୁଡ଼ିକର ନିବାରଣହେବ। ଉଚ୍ଚଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁନାହିଁ।
କନ୍ୟା :-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲରହିବ ପରନ୍ତୁ ମଧ୍ୟାହ୍ନପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା :-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକକାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀଉପରେ ନିୟନ୍ତ୍ରଣ ରଖିବେ।ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନରଯୋଗ ଅଛି।
ବିଚ୍ଛା :-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ।ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ।ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତାପ୍ରାପ୍ତ ହେବ।
ଧନୁ :-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦବିବାଦ କରନ୍ତୁନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନହେଉ,ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକକ୍ଷମତାରେ ବୃଦ୍ଧି ହେବ।
ମକର :-ଆଜି ଆବଶ୍ୟକ ନିର୍ଣ୍ଣୟ ନେବାପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ।ଛୋଟଯାତ୍ରାର ଆୟୋଜନ ହୋଇପାରେ। ଭାଇ ମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ :-ଆଜି କ୍ରୋଧ ଏବଂ ବାଣୀଉପରେ ନିୟନ୍ତ୍ରଣରଖନ୍ତୁ।ନକାରାତ୍ମକବିଚାର ମନରେ ଆସିବାକୁ ଦିଅନ୍ତୁନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।ନିଜହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବେ।ରଚନାତ୍ମକକ୍ଷେତ୍ରରେ ମାନସମ୍ମାନପ୍ରାପ୍ତ ହେବ।
ମୀନ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳଅଟେ। ପରିଜନ ମାନଙ୍କସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକକାର୍ଯ୍ୟ ଗୁଡ଼ିକରେ ଖର୍ଚ୍ଚ ହୋଇପାରେ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

