ଫେବୃଆରୀ ମାସ ୧୩ ତାରିଖ ୨୦୨୬ ମସିହା (ଶୁକ୍ରବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୨/୪୫ ଗତେ ଦ୍ଵାଦଶୀ,ନକ୍ଷତ୍ର- ମୂଳା ଦିବା ଘ୦୫/୧୦ ଗତେ ପୁର୍ବାଷାଢ଼।,ସୁର୍ୟୋଦୟ-ପ୍ରାତଃଘ୦୬/୨୧/୧୫,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୬,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୨/୪୫ ଗତେ ନୈରୁତକୋଣେ,ତୁଳା ଓ କୁମ୍ବ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟଶ୍ରାଦ୍ଧ,ମୃତେ ଦିବା ଘ୦୨/୪୫ ଗତେ ଏକ ପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୬ଗତେ ଘ୧୧/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୮ ମଧ୍ୟେ ଓ ଘ୦୮/୪୪ ଗତେ ଘ୦୯/୦୫ ମଧ୍ୟେ ଓ ଘ୦୧/୩୩ଗତେ ଘ୦୩/୧୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୨୭ ଗତେ ଘ୧୧/୦୫ ମଧ୍ୟେ,ଅଦ୍ୟ ଶିମ୍ବ ଦିବା ଘ୦୨/୪୫ଗତେ ପୋଈ ଭକ୍ଷଣ ନିଷେଧ।
ମେଷ :-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନ ର ସୁଯୋଗ ମିଳିବ।
ବୃଷ :- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :- ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣରୂପେ ଲାଭ ଉଠାନ୍ତୁ ।

ଗଙ୍ଗାଜଳର ସଠିକ୍ ନିୟମ ଓ ଚମତ୍କାରୀ ଫାଇଦା….
ହିନ୍ଦୁଧର୍ମରେ ଗଙ୍ଗାନଦୀକୁ ମାତା ବୋଲି ମାନ୍ୟତା ଦିଆଯାଏ ଏବଂ ଏହାର ପବିତ୍ର ଜଳ ବା ଗଙ୍ଗାଜଳର ବିଶେଷ ମହତ୍ତ୍ୱ ରହିଛି।ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରରେ ଗଙ୍ଗାଜଳ ରଖାଯାଇଥାଏ।ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଶୁଭକାର୍ଯ୍ୟରେ ଏହାର ବ୍ୟବହାର ହୁଏ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଗଙ୍ଗାଜଳ ରଖିବାର କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି।ଯଦି ଏହି ନିୟମଗୁଡିକୁ ପାଳନ କରା ନ ଯାଏ, ତେବେ ଏହାର ଶୁଭଫଳ ବଦଳରେ ଅମଙ୍ଗଳ ହେବାର ଆଶଙ୍କା ଥାଏ।ଆଜି ଜାଣିବା ଗଙ୍ଗାଜଳ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ବାସ୍ତୁ ନିୟମ…
ପ୍ଲାଷ୍ଟିକ ବୋତଲରେ ରଖିବା…
ଅନେକ ଲୋକ ଗଙ୍ଗାଜଳକୁ ପ୍ଲାଷ୍ଟିକ ବୋତଲରେ ରଖିଥାନ୍ତି, ଯାହାକି ସମ୍ପୂର୍ଣ୍ଣ ଅନୁଚିତ। ବାସ୍ତୁ ଶାସ୍ତ୍ର ଅନୁସାରେ, ଗଙ୍ଗାଜଳ ସର୍ବଦା ରୂପା, ତମ୍ବା କିମ୍ବା ପିତ୍ତଳ ପାତ୍ରରେ ରଖିବା ଉଚିତ୍। ଏହା ଦ୍ୱାରା ଜଳର ପବିତ୍ରତା ବଜାୟ ରହେ। ଯଦି ଆପଣ ପ୍ଲାଷ୍ଟିକ ବୋତଲରେ ଗଙ୍ଗାଜଳ ଆଣିଛନ୍ତି, ତେବେ ଘରକୁ ଆଣିବା ମାତ୍ରେ ଏହାକୁ କୌଣସି ଧାତୁ ପାତ୍ରକୁ ବଦଳାଇ ଦିଅନ୍ତୁ।
ଉଚିତ୍ ଦିଗ ଓ ସ୍ଥାନ-ଗଙ୍ଗାଜଳକୁ ଘରର ଯେକୌଣସି ସ୍ଥାନରେ ରଖିବା ଉଚିତ୍ ନୁହେଁ। ଏହାକୁ ସର୍ବଦା ଘରର ଈଶାନ କୋଣ ଅର୍ଥାତ୍ ଉତ୍ତର-ପୂର୍ବ ଦିଗରେ ରଖିବା ଶୁଭ ହୋଇଥାଏ। ଆପଣ ଚାହିଁଲେ ଏହାକୁ ପୂଜା ଘରେ ମଧ୍ୟ ରଖିପାରିବେ। କିନ୍ତୁ ମନେରଖନ୍ତୁ, ଗଙ୍ଗାଜଳକୁ କେବେବି ଅନ୍ଧାରୁଆ କିମ୍ବା ଅପରିଷ୍କାର ସ୍ଥାନରେ ରଖିବେ ନାହିଁ।
ପରିଷ୍କାର ପରିଚ୍ଛନ୍ନତା-ଗଙ୍ଗାଜଳ ଅତ୍ୟନ୍ତ ପବିତ୍ର ହୋଇଥିବାରୁ ଏହାକୁ ଛୁଇଁବା ପୂର୍ବରୁ ହାତ ଧୋଇବା ନିହାତି ଜରୁରୀ। ଅପରିଷ୍କାର ବା ଅଇଁଠାହାତରେ ଗଙ୍ଗାଜଳ ସ୍ପର୍ଶକରିବା ଦ୍ୱାରା ଦୋଷ ଲାଗିଥାଏ। ସ୍ନାନକରିବା ପରେ ପବିତ୍ର ବସ୍ତ୍ର ପରିଧାନ କରି ଏହାକୁ ବ୍ୟବହାର କରିବା ଉଚିତ୍।
ଏହି ସ୍ଥାନରୁ ଦୂରେଇ ରଖନ୍ତୁ-ଘରର ରୋଷେଇ ଘର, ବାଥରୁମ୍ କିମ୍ବା ଶୋଇବା ଘରେ ଗଙ୍ଗାଜଳ ରଖିବା ଅନୁଚିତ। ବିଶେଷକରି ଯେଉଁ ଘରେ ଗଙ୍ଗାଜଳ ରଖାଯାଇଥାଏ, ସେଠାରେ ମାଂସ-ମଦ ଭଳି ତାମସିକ ଦ୍ରବ୍ୟର ସେବନ କରିବା ବର୍ଜନୀୟ। ଏହା ନକାରାତ୍ମକ ଶକ୍ତିକୁ ଆମନ୍ତ୍ରଣ କରିପାରେ।
ଗଙ୍ଗାଜଳର ଫାଇଦା-ନିୟମିତ ଭାବେ ଘରେ ଗଙ୍ଗାଜଳ ଛିଞ୍ଚିବା ଦ୍ୱାରା ନକାରାତ୍ମକଶକ୍ତି ଦୂରହୁଏ ଏବଂ ସକାରାତ୍ମକ ଊର୍ଜାର ସଞ୍ଚାର ହୁଏ। ଏହା ବାସ୍ତୁଦୋଷ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ବିଶ୍ୱାସ ରହିଛିଯେ, ଗଙ୍ଗାଜଳ ଥିବା ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଏ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

