ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ

କଟକ,୧୨।୨(ଏସଏସନିଉଜ)ବାରଙ୍ଗ ମେଡ଼ିକାଲ ଛକରେ ସମାଜସେବୀ ତଥା ଦାରୁଠେଙ୍ଗ ଗ୍ରାମର ସ୍ଵର୍ଗତ ସନାତନ ପାଇକରାୟଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ପ୍ରଥମ ଶ୍ରାଦ୍ଧ ବାର୍ଷିକ
ଗୁରୁବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଅବିନାଶ ପାଇକରାୟଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଶ୍ରାଦ୍ଧବାର୍ଷିକସଭାରେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଜଟଣି ବିଧାୟକ ବିଭୁତି ଭୁଷଣ ବଳବନ୍ତ ରାୟ, ଆଇନିଜିବି ମନ୍ମଥ ଛୋଟରାୟ, ମୁରବୀ ପିତବାସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପାଇକରାୟ ଜଣେ ସମାଜସେବି ଭାବରେ ବାରଙ୍ଗ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ଓ ଜଣେ ମେଳାପି ଓ ପରୋପକାରି ବ୍ୟକ୍ତି ଭାବରେ ବେଶ ଜଣାଶୁଣା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅଞ୍ଚଳର କେତେଜଣ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।

- Advertisement -

Leave A Reply

Your email address will not be published.