ମାର୍ଚ୍ଚ ମାସ ୦୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ୦୫/୦୮ ଗତେ ପ୍ରତିପଦ,ନକ୍ଷତ୍ର- ମଘା ଦିବା ଘ୦୮/୦୭ ଗତେମଘା,ସୁର୍ୟୋଦୟ-ପ୍ରାତଃଘ୦୬/୦୯/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯/୫୫,ଯୋଗିନୀ ବାୟବ୍ୟେ ଦିବା ଘ୦୫/୦୭ ଗତେ ପୁର୍ବେ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,
ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମୃତେ ଏକପାଦ ପୁଷ୍କରଦୋଷ,
ଅଦ୍ୟ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ଦିବା ଘ ୦୩/୨୨ ମି, ସର୍ବମୋକ୍ଷ ରାତ୍ରି ଘ ୦୬/୫୦ ମି,କାଳବେଳା-ଦିବା ଘ୦୧/୩୦ ଗତେ ଘ୦୨/୫୬ ମଧ୍ୟେ, ବାରବେଳା- ଦିବା ଘ୦୭/୩୫ ଗତେ ଘ୦୯/୦୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୯/୦୩ ଗତେ ଘ୧୦/୫୬ ମଧ୍ୟେ ଓ ଘ୦୩/୩୫ ଗତେ ଘ୦୫/୨୨ ମଧ୍ୟେ ଓ ରାତ୍ରି ଘ୦୩/୩୬ଗତେ ଘ୦୯ /୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି, ଅଦ୍ୟ ଆମିଷ ଭକ୍ଷଣ ନିଷେଧ।
ମେଷ:- ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବାପାଇଁ ମନରେ ନୂଆନୂଆ ଚିନ୍ତା ଉତ୍ପନ୍ନ ହେବ।ନେତାଙ୍କ ମାଧୢମରେ ଲାଭପାଇବେ।ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରିବେ।ପଇସା ଯେମିତି ଆସିବ;ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣବ୍ୟକ୍ତିଙ୍କ ସହିତ ସାକ୍ଷାତହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନଆସିବ।ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ।ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହଙ୍କ କୃପାଦୃଷ୍ଟି ଆପଣଙ୍କଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧିହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ଦାୟିତ୍ବ ଦେବେ।ନୂଆନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକକାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାରହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍ କରିପାରନ୍ତି। ବାହନ କିଣିବାଲାଗି ମନ ବଳିବ।
ବିଛା:-ଆଜି କୌଣସିକାର୍ଯ୍ୟକୁ ନୂଆକରି ମୂଳରୁ ଆରମ୍ଭକରିବେ।ରାଜନୀତି କ୍ଷେତ୍ରରେଥିବା ବ୍ୟକ୍ତିଙ୍କୁ ଲାଭମିଳିବ।ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ମିଳିବ।
ଧନୁ:-ଆର୍ଥିକ ଲାଭପାଇଁ ଭଲ ଦିନଟିଏ।କୌଣସିକାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀଜିନିଷପତ୍ର କିଣିବାଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କସହିତ ହସଖୁସିରେ ସମୟ କଟିବ।
ମକର:- ପରିବାରରେ ଏକତା ଓ ପ୍ରେମ ବଢ଼ିବ।ସ୍ଥଗିତଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ।ଆର୍ଥିକସ୍ଥିତି ପୂର୍ବଅପେକ୍ଷା ମଜଭୁତ ହେବ।ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ,ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ।କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ।ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

-:ଚନ୍ଦ୍ର ଗ୍ରହଣ:-
ମାର୍ଚ୍ଚ୩(ଫାଲଗୁନପୂର୍ଣ୍ଣିମା ମଙ୍ଗଳବାର)
କେତୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ (ଓଡ଼ିଶା ସମେତ ଭାରତରେ ଦୃଶ୍ୟ ଓ ପୂଜନୀୟ)
ଗ୍ରହଣସମୟ ସାରଣୀ-ଗ୍ରହଣ ସ୍ପର୍ଶ ଦିବା ଘ୦୩.୨୦ମି ,ଗ୍ରହଣ ମଧ୍ୟ ଦିବା ଘ.୦୫.୦୪ମି,ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ଘ.୦୬.୪୭ମି ,ଗ୍ରହଣ ଅଦ୍ୟାନ୍ତ କାଳ ଘ ୦୩.୨୭ମି
ପାଳନନିୟମ -ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ଅର୍ଥାତ ୦୩.୦୩.୨୦୨୬ ଦିନ ସକାଳ ଘ୦୬.୨୦ ମିଠାରୁ ପାକତ୍ୟାଗ, ଅର୍ନଭୋଜନ ଦେବନୀତି ନିଷେଧ।(ସକାଳ ଘ ୦୬.୨୦ମି ମଧ୍ୟେ ଦେବନୀତି କରଣିୟ)
ଗର୍ଭଧାରୀ ନାରୀମାନଙ୍କପାଇ ଗ୍ରହଣ ପାଳନନିୟମ – ଉକ୍ତଦିନ ଗ୍ରହଣ ସମୟ ରେ ଗର୍ଭଧାରି ମାମାନେ ଗ୍ରହଣକୁ ନଦେଖି କୋଳରେ ଏକ ନଡ଼ିଆ ଧରି ଭଗବାନଙ୍କୁ ସ୍ମରଣ ଓ ନାମଜପ କରନ୍ତୁ।ପରଦିନ ଉକ୍ତ ନଡ଼ିଆକୁ ବହି ଯାଉଥିବା ଜଳରେ ଭାସାଇଦେବେ।(ଗ୍ରହଣ ପରଦିନ ନିଶ୍ଚିତଭାବେ ବ୍ରାହ୍ମଣଙ୍କୁ ଅର୍ଣ୍ଣ,ବସ୍ତ୍ର ,ଦକ୍ଷିଣା ଦାନକରିବେ)
ଶ୍ରାଦ୍ଧ ନିୟମ-ଉକ୍ତ ଦିନ ଶ୍ରାଦ୍ଧକର୍ମ
ପାକାଦି ବିନା କେବଳ ଫଳ ଓ ସୁଷ୍କାଦି ଫଳ ଦ୍ଵାରା କରାଯିବ।
ଯାହା ନିୟମ -ଗ୍ରହଣ ଦିନଠାରୁ ଏକରାତ୍ର ବିବାହ,ତିନିରାତ୍ର ଉପନୟନ ଓ ସାତ ରାତ୍ରି ମୁଖ୍ୟଯାତ୍ରା କରିବେନାହିଁ।
ଗ୍ରହଣ ଦର୍ଶନେ ରାଶିଶୁଦ୍ଧି-ମେଷ,ବୃଷ,ମିଥୁନ,କକର୍ଟ, ସିଂହ, ବିଛା ,ତୁଳା ,ଧନୁ ଓ ମିନରାଶି ବ୍ୟକ୍ତି ମାନଙ୍କପାଇଁ ଗ୍ରହଣଦର୍ଶନ ଶୁଭ।ଏହାବ୍ୟତୀତ ଅନ୍ୟ ରାଶି ପକ୍ଷେ ଗ୍ରହଣଦର୍ଶନ ଅଶୁଭ।
ଗ୍ରହଣ ପରେ ସ୍ନାନ-(ସନ୍ଧ୍ୟା ୦୬.୪୮ମିପରେ)ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
