ମାର୍ଚ୍ଚମାସ ୨୭ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ-ଶୁକ୍ଳପକ୍ଷ,
ତିଥି-ନବମୀ ଦିବାଘ୧୦/୨୯ଗତେ ଦଶମୀ,ନକ୍ଷତ୍ର-ପୁନର୍ବସୁ ଦିବା ଘ୦୪/୨୨ ଗତେ ପୁଷ୍ୟା,ଅଦ୍ୟ ଶ୍ରୀରାମନବମୀ,ସୁର୍ୟୋଦୟ-ପ୍ରାତଃଘ୦୫/୫୦/୧୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୭/୧୭,ଯୋଗିନୀ ପୂର୍ବେ ଦିବାଘ୧୦/୩୧ଗତେ ଉତ୍ତରେ,କନ୍ୟାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,
ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଦିବା ଘ୦୪/୨୨ ମଧ୍ୟେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୫୦ ଗତେ ଘ୧୧/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୨୬ମଧ୍ୟେ ଓ ଘ୦୧/୦୨ ଗତେ ଘ୦୨/୪୦ମଧ୍ୟେ ଓ ଘ୦୪/୧୪ଗତେ ଘ୦୫/୫୮ମଧ୍ୟେ,
ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୧୦/୪୪ଗତେ ଘ୧୧/୩୩ମଧ୍ୟେ,
ଅଦ୍ୟ ଲାଉଭକ୍ଷଣ ନିଷେଧ।
ମେଷ👉କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି।ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ।ପାରିବାରିକ ଚାପ ଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ ସ୍ବୀକାର କରିବେ।
ବୃଷ👉ଆଜି ଆପଣଙ୍କର ମାନସିକସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି।
ମିଥୁନ👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ।କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି।ବନ୍ଧୁଗହଣରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇପାରନ୍ତି।
ସିଂହ👉ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।
କନ୍ୟା👉ପାରିବାରିକସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।
ତୁଳା👉ଆନୁଷ୍ଠାନିକକାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି।ପ୍ରତ୍ୟୁଷ ଯାତ୍ରାସମୟରେ ଯାନ୍ତ୍ରିକତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।
ବିଛା👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ।ଗତକାଲିଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।
ଧନୁ👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବକରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁପଡିବ।ଘରେ ଭୁଲ୍ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।
ମକର👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ।କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତକାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳିକାମକରି ସମସ୍ୟା ସମାଧାନ କରିପାରିବେ।
କୁମ୍ଭ👉ସରଳ ଭାବରେ କୌଣସି କଥାକୁ ଗ୍ରହଣ ନକରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ।ଅଫିସରେ ବାଦବିବାଦ କ୍ରମେ ଜଟିଳହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲକରିବେ। ଜମିଜମା ବ୍ୟବସାୟରେ ଉନ୍ନତିକରିବା ସହ ନିକଟସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।
ମୀନ👉ଆଜିର ନିଜଲକ୍ଷ୍ୟ ପୂରଣହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍ ହେବନାହିଁ।ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।ପାରିବାରିକ ଅଶାନ୍ତି ଦେଖାଦେଇ ପାରେ।। ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।

ଆଜିର ରାଶିଫଳ
Prev Post
Next Post
