ପ୍ରଶିକ୍ଷଣ ନେଲେ ଜୁନିଅର ରେଡକ୍ରସ୍ ସଦସ୍ୟ

ଭୁବନେଶ୍ୱର,୨୭।୩(ଏସଏସନିଉଜ)ଭାରତୀୟ ରେଡକ୍ରସ୍ ସୋସାଇଟି ଦ୍ୱାରା ଆୟୋଜିତ ଜୁନିଅର ରେଡକ୍ରସ୍ ସଦସ୍ୟଙ୍କ ଆନ୍ତଃରାଜ୍ୟ ଅଧ୍ୟୟନ-ସହ-ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜରେ ଅନୁଷ୍ଟିତ ସଡ଼କ ସୁରକ୍ଷା ଉପରେ ଆୟୋଜିତ ଏକ ସେମିନାର କାର୍ଯ୍ୟକ୍ରମରେ ଗୁଜରାଟ, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଏବଂ ଓଡ଼ିଶାର ୨୦୦ ରୁ ଅଧିକ ସ୍ୱେଚ୍ଛାସେବକମାନେ ଅଂଶଗ୍ରହଣ କରିଥିଲେ। ଏହି ଅଧିବେଶନରେ ରକ୍ଷକ, ଜୁନିଅର ରକ୍ଷକ, ଗୁଡ୍ ସାମାରିଟାନ୍ ଲ ଏବଂ ପ୍ରଧାନମନ୍ତ୍ରୀ ରାହାତ ଯୋଜନା ସମେତ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ବୁଝାଯାଇଥିଲା ଓ ବିଭିନ୍ନ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏହା ବ୍ୟତୀତ, ହାଇ-ଟେକ୍ ମେଡିକାଲ୍ କଲେଜର ଟ୍ରମା କେୟାର ମୁଖ୍ୟଙ୍କ ସହିତ FTTFକୁ ତାଲିକାଭୁକ୍ତ ହସ୍ପିଟାଲ ଭାବରେ ଆଲୋଚନା କରାଯାଇଥିଲା ଏବଂ ରାସ୍ତା ଦୁର୍ଘଟଣା ପୀଡିତଙ୍କୁ ସମୟୋଚିତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରୁଥିବା ପ୍ରଥମ ପ୍ରତିକ୍ରିୟାକାରୀଙ୍କୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

- Advertisement -

Leave A Reply

Your email address will not be published.