ଆଜିର ରାଶିଫଳ

ରୋଷେଇ ଘରେ ରହିଛି ଔଷଧ...

ମଇମାସ ୦୨ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,
ତିଥି-ପ୍ରତିପଦ ରାତ୍ରି ଘ୧୨/୪୯ଗତେ ଦ୍ୱିତୀୟା,ନକ୍ଷତ୍ର-ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୩/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୨୪,ଯୋଗିନୀ ପୂର୍ବେ ରାତ୍ରିଘ୧୨/୪୮ଗତେଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ୱିପ।ଦ ଓ ରାତ୍ରି ଘ୧୨/୪୯ଗତେ ତ୍ରିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୩୪ଗତେ ଘ୦୬/୧୦ ମଧ୍ୟେ,ବାରବେଳା-ଦିବା ଘ୦୧/୨୪ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୩ଗତେ ଘ୧୨/୩୫ମଧ୍ୟେ ଓ ରାତ୍ରି ଘ୦୮/୩୪ ଗତେ ଘ୧୧/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପାଣିକଖାରୁ ରାତ୍ରି ଘ୧୨/୪୮ଗତେ ବୋଇତୀକଖାରୁ ଭକ୍ଷଣନିଷେଧ।
ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକିରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ।ହୃତଧନ ଫେରିପାଇବେ।ଆୟଅପେକ୍ଷା ବ୍ୟୟ କମ୍‌ ରହିବ।ଋଣମୁକ୍ତ ହେବାପାଇଁ ଚେଷ୍ଟାକରିବେ।ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ବୃଷ:-ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତିଘଟିବ।ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମହେବ।କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ।ମୂଲ୍ୟବାନ ଧାତୁ କିମ୍ବା ଭୂମିକ୍ରୟ କରିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ।ମହିଳାମାନେ ସଞ୍ଚୟ କରିବେ ।
ମିଥୁନ:-କର୍ମରେ ଉନ୍ନତି କରିବାପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ।ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମହେବ।ନୂତନ କର୍ମାରମ୍ଭ କିମ୍ବା ନୂତନନିଯୁକ୍ତି ସମ୍ଭାବନା ରହିଛି।କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧିପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ।
କର୍କଟ:-ବାଣିଜ୍ୟବ୍ୟବସାୟ ଓ ପରିବହନରେ କ୍ଷତିପହଞ୍ଚିବ।କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥକର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମାଙ୍କ ସ୍ୱାସ୍ଥ୍ୟକୁନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁଅପମାନ ପାଇପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।
ସିଂହ:- ଆଜି କଷ୍ଟହେଲେ ମଧ୍ୟ ବାଣିଜ୍ୟ,ବ୍ୟବସାୟରେ ଆୟମଧ୍ୟମ ହେବ । କର୍ମରେଅନାଗ୍ରହ ଓ ସମସ୍ତକର୍ମରେ ଅଯଥାବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପନଥିଲେ ମଧ୍ୟ ମନଅଶାନ୍ତ ରହିବ।ବିନାକାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କନ୍ୟା:-ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମହେବ,କର୍ମରେ ଉନ୍ନତି ଓ ସଫଳତାପାଇବେ,ମହିଳା ସହକର୍ମୀ ସହୋଗ କରିବେ,ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସହାଜ୍ୟ ଏବଂ ସହାନୁଭୂତି ପାଇବେ । ଘରକରଣା,ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି।ବିଦ୍ୟାର୍ଥୀ ଅସ୍ଥିରମନା ହେବେ।ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।
ତୁଳା:-କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ।ବାଣିଜ୍ୟ,ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟହେବ।ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ରହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ।ମହିଳାମାନେ ଧାର୍ମିକକାର୍ଯ୍ୟରେ ଆଗ୍ରହୀ ହେବେ ।
ବିଛା:-ମାନସମ୍ମାନ ହାନି ଓ ଇତରଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି।ପୁତ୍ର,କନ୍ୟା ଅବଜ୍ଞାକରିବେ ଓ ତାଙ୍କକର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ।ବାପାମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
ଧନୁ:-ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ,ବ୍ୟବସାୟରେ କ୍ଷତିପହଞ୍ଚିବ।କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ।ଯାନବାହନରେ କ୍ଷତି ଓ ମୂଲ୍ୟବାନପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌କର୍ମରେ ଆଳସ୍ୟତା ପ୍ରକାଶ କରିବେ।ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।
ମକର:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲହେବ।କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତସଫଳତା ପାଇବେ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନାରହିଛି।ପରିବାରର ସମସ୍ତସଦସ୍ୟ,ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ।ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ।
କୁମ୍ଭ:-ଆର୍ଥିକକ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି ।କର୍ମପ୍ରତି ଅନାଗ୍ରହ ହେତୁ ସମସ୍ତକର୍ମରେ ବାଧାବିଘ୍ନ ଓ କର୍ମରେଅସଫଳ ରହିବେ ।ମୂଲ୍ୟବାନ ପଦାର୍ଥନଷ୍ଟ ଓ ଚୋରିଯିବ ।ଧନକୁନେଇ ବିବାଦ କିମ୍ବା ମାଲି ମକଦ୍ଦମା ହୋଇପାରେ।ବିଦ୍ୟାର୍ଥୀ,କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ।ମହିଳାମାନେ ବଦଖର୍ଚ୍ଚି ହେବେ
ମୀନ:- ଆଜି ଆପଣଙ୍କୁ ସୁଖାଦ୍ୟ,ସୁବସନ ପ୍ରାପ୍ତିହେବ।ଯଶ,ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧିଘଟିବ। ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତହେବେ।ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ,ପାରିବାରିକଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ।

ରୋଷେଇ ଘରେ ରହିଛି ଔଷଧ…
ବିନା ମେଡିସିନରେ ଯନ୍ତ୍ରଣାରୁ ମୁକ୍ତି: ରୋଷେଇ ଘରେ ଅଛି ପ୍ରାକୃତିକ ସମାଧାନ… ପରବର୍ତ୍ତୀ ସମୟରେ ପେନ୍‌କିଲର୍ (Painkiller) ଖାଇବା ପୂର୍ବରୁ ମନେରଖନ୍ତୁ:-ଆମ ରୋଷେଇ ଘରେ ରହିଛି ଏମିତି ଶକ୍ତିଶାଳୀ ଖାଦ୍ୟ ଅଛି, ଯାହା ଶରୀରର ଯନ୍ତ୍ରଣା ଏବଂ ପ୍ରଦାହ (Inflammation) ଦୂର କରିବାରେ ବହୁତ ସାହାଯ୍ୟ କରିଥାଏ।
✅ ଶରୀରର ମାଂସପେଶୀ କଷ୍ଟ, ଫୁଲା ଏବଂ ଅସ୍ୱାଭାବିକ ଯନ୍ତ୍ରଣା ପାଇଁ ଏହି ପ୍ରାକୃତିକ ଜଡ଼ିବୁଟି ଓ ଖାଦ୍ୟଗୁଡ଼ିକ ରାମବାଣ ସଦୃଶ କାମ କରେ…
🌱 ଅଦା (Ginger):-ପ୍ରଦାହ କମ୍ କରିବାପାଇଁ ଏକ ପୁରୁଣା ଘରୋଇ ଚିକିତ୍ସା।
🟡 ହଳଦୀ (Turmeric):-ଏହା ପ୍ରାକୃତିକଭାବେ ଶରୀରର କଷ୍ଟ ହ୍ରାସ କରିବାରେ ବେଶ୍ ଜଣାଶୁଣା।
🧄 ରସୁଣ(Garlic):-ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସାମଗ୍ରିକ ସୁସ୍ଥତା ପାଇଁ ଲାଭଦାୟକ।
🌸 ଲବଙ୍ଗ(Cloves):-ଯନ୍ତ୍ରଣାରୁ ଆରାମ ଦେବାପାଇଁ ପାରମ୍ପରିକ ଭାବେ ବ୍ୟବହୃତ ହୁଏ।
🍒 ଟାର୍ଟଚେରି(Tart cherries):- ମାଂସପେଶୀର ଥକ୍କାପଣ ଏବଂ କଷ୍ଟ ଦୂର କରିବାରେ ସହାୟକ।
🥭 ଅମୃତଭଣ୍ଡା (Papaya):-ଏଥିରେ ଥିବା ଏନଜାଇମ୍ ହଜମପ୍ରକ୍ରିୟା ଓ ଶରୀରର ସୁଧାରରେ ସାହାଯ୍ୟକରେ।
🍍ସପୁରୀ(Pineapple):-ଏଥିରେ ଥିବା ‘ବ୍ରୋମେଲେନ୍’ ପ୍ରଦାହ କମାଇ ବାରେ ସାହାଯ୍ୟ କରେ।
🌾 ଓମେଗା-୩ ଯୁକ୍ତମଞ୍ଜି (Omega-3 rich seeds):- ଶରୀରର ପ୍ରଦାହକୁ ସନ୍ତୁଳିତ ରଖେ।
🌶️ କେଏନ୍ ପେପର (Cayenne pepper):-ପ୍ରାକୃତିକ ଯନ୍ତ୍ରଣା ନାଶକ ଭାବେ ବ୍ୟବହୃତ ହୁଏ।
🌿 ପୁଦିନା (Peppermint):-ମୁଣ୍ଡବିନ୍ଧା ଏବଂ ପେଟ ଜନିତ ସମସ୍ୟାରୁ ଆରାମ ଦିଏ।
🌵 ଘିକୁଆଁରୀ (Aloe vera):- ଶରୀରକୁ ଶାନ୍ତ ଓ ଆରାମ ଦେବାରେ ସହାୟକ।
🌳 ଗୁଗୁଳ / ବୋସୱେଲିଆ
(Boswellia):-ଗଣ୍ଠି ଯନ୍ତ୍ରଣା ଦୂର କରିବା ପାଇଁ ଏହା ଉପକାରୀ।
🟠 କର୍କୁମିନ୍ (Curcumin):-ହଳଦୀରେ ଥିବା ଏହି ମୁଖ୍ୟଉପାଦାନ କଷ୍ଟ ହ୍ରାସ କରେ।
🌿 ବାଲେରିଆନ୍ ଚେର (Valerian root):-ଶରୀର ଓ ମନକୁ ଆରାମ ଦେଇ ଭଲ ନିଦ୍ରାରେ ସାହାଯ୍ୟ କରେ।
💡ଗୁରୁତ୍ୱପୂର୍ଣ୍ଣ ସୂଚନା:-ଏହି ସବୁ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, କିନ୍ତୁ ଏହା ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧର ସମ୍ପୂର୍ଣ୍ଣ ବିକଳ୍ପ ନୁହେଁ। ଯଦି ଯନ୍ତ୍ରଣା ଅଧିକହୁଏ, ତେବେ ତୁରନ୍ତ ଡାକ୍ତରୀ ପରାମର୍ଶ ନିଅନ୍ତୁ।ସୁସ୍ଥ ରହିବାପାଇଁ କଣ ସବୁ ଆବଶ୍ୟକ?
✅ ପ୍ରଦାହ-ବିରୋଧୀ (Anti- inflammatory) ଖାଦ୍ୟ,ପର୍ଯ୍ୟାପ୍ତ ନିଦ,ଶରୀରରେ ଜଳୀୟ ଅଂଶ ବଜାୟ ରଖିବା,ଶାରୀରିକ ବ୍ୟାୟାମ,ପ୍ରକ୍ରିୟାକୃତ ଖାଦ୍ୟ (Processed food)ରୁ ଦୂରେଇ ରହିବା ଶାରୀରିକ ସୁସ୍ଥତା ପାଇବା।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।

- Advertisement -

Leave A Reply

Your email address will not be published.