୨୦୨୬ମସିହା,ଜୁଲାଇମାସ,୧୭ତାରିଖ,ଶୁକ୍ରବାର।ଦକ୍ଷିଣାୟନ କର୍କଟସଂକ୍ରାନ୍ତି, ଶ୍ରୀମନ୍ଦିରେଦକ୍ଷିଣାୟନ ବନ୍ଦାପନା,ଗୁର୍ବାଦିତ୍ୟ,ଅଦ୍ୟ ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା ହୋମଦାନ,କର୍କଟସଂକ୍ରାନ୍ତି ତତବିହିତ ଗ୍ରହପୂଜା ହୋମଦାନାଦି, ମାସିକ ଗଣେଶଚତୁର୍ଥୀ,ବାରିପଦାରେ ଓ ଜୟପୁରରେ ରଥଟଣା ଓ ଯାତ୍ରା ।ବିବିଧ- ହଳନିଷେଧ,ସ୍ତ୍ରୀତୈଳ ବର୍ଜ୍ଜନ।ଦିବା ଘ୯/୧ମିଠାରୁ ଦିବାଘ୧୧/୫୩ମି ପର୍ଯ୍ୟନ୍ତ ସଂକ୍ରାନ୍ତି,ସାଧାରଣପୁଣ୍ୟକାଳଃ ।ଋତୁ-ବର୍ଷା ଋତୁର (ପ୍ରଥମ ମାସ) ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ-ଘ୫/୨୦/୨୨🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୨୫/୧,ଆଷାଢ଼ମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି-ତୃତୀୟା ପ୍ରାତଃ ଘ୬/୧୬ମି ପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ କ୍ଷୟ ରାତ୍ରିଘ୪/୧୭ମିପର୍ଯ୍ୟନ୍ତ ।ଚନ୍ଦ୍ରଶୁଦ୍ଧି-ମେଷ, ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ଘାତବାର-ବିଛା,ଧନୁ ଓ ମୀନ ରାଶିର ଘାତବାର।ତାରାଶୁଦ୍ଧି-୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ସନ୍ଧ୍ୟା ଘ୬/୫୯ମି ପରେ ୧।୩।୪।୬।୮।୧୦।୧୨।୧୩।୧୫।୧୭।୧୯।୨୧।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ପଟୋଳ, ପ୍ରାତଃ ଘ୬/୧୬ମିପରେ ମୂଳକ(ମୂଳା)ଭକ୍ଷଣ ନିଷେଧ, ଅଶୁଭବେଳା-(ବାର ଓ କାଳବେଳା) ଦିବାଘ୮/୩୮ମିରୁ ଘ୧୧/୫୩ମି ପର୍ଯ୍ୟନ୍ତ ।(କାଳରାତ୍ରି)ରାତ୍ରି ଘ୯/୮ମିରୁ ଘ୧୦/୩୦ ମିପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା)ସୂର୍ଯ୍ୟୋଦୟରୁ ଦିବା ଘ୬/୫୭ମିମଧ୍ୟେ,ଘ୭/୪୭ମିରୁ ଘ୧୦/୧୧ମିମଧ୍ୟେ,ଘ୧୨/୩୫ମିରୁ ଘ୨/୧୧ମିମଧ୍ୟେ,ଘ୩/୪୭ମିରୁ ଘ୫/୨୪ମିମଧ୍ୟେ,ରାତ୍ରି ଘ୭/୫୯ମିରୁ ଘ୯/୩୫ମିମଧ୍ୟେ,ଘ୩/୫୯ମିରୁ ଘ୪/୩୭ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା)ରାତ୍ରି ଘ୧୧/୧୧ମି ରୁ ଘ୧୧/୫୯ମି ମଧ୍ୟେ, ଘ୪/୩୬ମି ରୁ ରାତ୍ରିଶେଷ ଘ୫/୨୧ମି ପର୍ଯ୍ୟନ୍ତ ।ପୁଷ୍କରଦୋଷ- ମୃତ ବ୍ୟକ୍ତିଙ୍କ ପୁଷ୍କରଦୋଷ ନାହିଁ,ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ କନ୍ୟାର ପାଞ୍ଚମାସ ଏବଂ ସନ୍ଧ୍ୟା ଘ୬/୫୯ମିପରେ ସାତମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ଶୋକାତୁରା।ସନ୍ଧ୍ୟା ଘ୬/୫୯ମି ପରେ ବିଧବା।ରଜଶ୍ଚକ୍ରେ ସୁଭଗା।ଶାନ୍ତି କରଣୀୟ । ଘୃତତାମ୍ରପାତ୍ର, ଶୁକ୍ଳବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ କରଣୀୟ।ପ୍ରାତଃ ଘ୬/୧୬ମି ପରେ ରାତ୍ରି ଘ୪/୧୭ମିପର୍ଯ୍ୟନ୍ତ ତିଥିଦୋଷ ହେତୁ(ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ) ଶୁଭକର୍ମ-ନାହିଁ ।
🐐ମେଷ👉ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟରୁ ଅର୍ଥଲାଭହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍ରୁ ଖୁସିରହିବେ।ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର ଆଶଙ୍କାରହିଛି।ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଆଶୀର୍ବାଦରୁ ଧାର୍ମିକପରିବେଶରେ ଦେବଦର୍ଶନସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି।
🐂ବୃଷ👉ବନ୍ଧୁଙ୍କସହ ସୁସମ୍ପର୍କ ଅଭାବରୁ ପାରିବାରିକ ସ୍ତରରେ ଅଟକିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧିପାଇବ।ଆଜିରଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣହେବ।ବନ୍ଧୁଟି ପରିସ୍ଥିତିରେ ପଡି ଦୂରେଇ ଯିବାରୁ ମନ ଅତୀତକୁ ଖୋଜିବୁଲିବ।ହିତୈଷୀଙ୍କ ପ୍ରେରଣାରେ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚିବଳିପାରେ।
👩❤️👨 ମିଥୁନ👉ଆଜି ଯେଉଁକାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ।ସେବାମନୋବୃତ୍ତି କାରଣରୁ ସାଙ୍ଗସାଥୀମେଳରେ ବେଶି ସମୟ କାଟିପାରନ୍ତି।ଆଜିର ଫେରିବା ବାଟରୁ କିଛି ନୂଆଜିନିଷ ଘରକୁ ଆଣିପାରନ୍ତି। ବନ୍ଧୁଗହଣରେ ବିଳାସପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ।
🦀କର୍କଟ👉ଅନୁକୂଳ ଗ୍ରହସ୍ଥିତିଜନିତ ଆପଣଙ୍କ ଲୋକ ପ୍ରିୟତା ଏବଂ ସାମାଜିକ ସମ୍ମାନ ବୃଦ୍ଧି ପାଇବ। ପ୍ରତ୍ୟେକ କାମରେ,ବିବାଦରେ,ପ୍ରତିଯୋଗିତାରେ ତଥା କଚେରି ମାମଲାରେ ସଫଳତାପାଇବେ। ବଜାରସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି।ସଭାସମିତି,ପରିବହନ,ସଙ୍ଗୀତ, ଆଧ୍ୟାତ୍ମିକ କାର୍ଯ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
🦁 ସିଂହ👉ବନ୍ଧୁଙ୍କଦ୍ୱାରା ଅନୁପ୍ରଣୀତ ହୋଇ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଖର୍ଚ୍ଚ କରିବାକୁ ମନସ୍ଥକରିପାରନ୍ତି।ଆଜିରଯାତ୍ରାରେ ଅଭିଳଷିତ ଫଳ ସାଙ୍ଗକୁ ବସ୍ତ୍ରଭୂଷଣ,ଯାନବାହନ,ବନ୍ଧୁମିଳନ ପ୍ରାପ୍ତି ଘଟିପାରେ। ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାରସମାଧାନ ଘଟିବ।ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
🧕କନ୍ୟା👉ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କୁ ଧନସମ୍ମାନ ସାଙ୍ଗକୁ ବନ୍ଧୁଗହଣରେ ମିଷ୍ଟାନ୍ନପ୍ରାପ୍ତି ହେବ।ଶନିଙ୍କ କୁପ୍ରଭାବରୁ ଭୁଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟାର ଆଶଙ୍କା ରହିଛି।ବ୍ୟବସାୟ,ପରିବହନ ଓ ବାଣିଜ୍ୟରେପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ରହିଛି।ଅତ୍ୟଧିକ ଖଟଣି ହେତୁ ସ୍ନାୟବିକ ଦୁର୍ବଳତାର ଆଶଙ୍କାକୁ ଏଡାଇ ହେବନାହିଁ।
⚖️ତୁଳା👉ଆଜି ଏକାଧାରରେ ଅର୍ଥ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ, ସମ୍ବର୍ଦ୍ଧନା, ଉପଢ଼ୌକନାଦି ପାଇପାରନ୍ତି।ଈର୍ଷାପରାୟଣ ଆତ୍ମୀୟମାନେ ବିରୋଧାତ୍ମକ କଥା କହିପାରନ୍ତି। ସ୍ବାର୍ଥ ହାସଲ ନହୋଇପାରିବା କାରଣରୁ ସେମାନେ ସମାଲୋଚନାକରିପାରନ୍ତି।ପରିବାର,ବାଣିଜ୍ୟ,ଯାତ୍ରା, ନୂତନ କର୍ମାରମ୍ଭ ପାଇଁ ଶୁଭପ୍ରଦ ରହିବ।
🦂ବିଛା👉ବୃହସ୍ପତି ପ୍ରଭାବରେ ଭଲ ମନନେଇ କାମକଲେ ମଧ୍ୟ ଅର୍ଥସଙ୍କଟ,ବ୍ୟବହାରରେ ବ୍ୟତିକ୍ରମର ଆଶଙ୍କା ରହିଛି।କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କଣ କରିବେ କିମ୍ବା ନକରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅନ୍ୟମାନଙ୍କ ସକାଶେ କିଛିକରି ପ୍ରଶଂସିତ ହେବେ।ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣପ୍ରାପ୍ତି ଯୋଗ ରହିଛି।
🏹ଧନୁ👉ଅନୁକୂଳ ଗ୍ରହଯୋଗରୁ କାର୍ଯ୍ୟସିଦ୍ଧି,ସଫଳ ଆଲୋଚନା ସାଙ୍ଗକୁ ବନ୍ଧୁଦର୍ଶନରେ ଖୁସି ରହିବେ।ସହକର୍ମୀଙ୍କ ଆଭ୍ୟନ୍ତରୀଣବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ।ହୋଟେଲ,ଦୋକାନ,ବାଣିଜ୍ୟ ପ୍ରଭୃତିରୁ ଆଶା କରୁଥିବା ଫଳ ଅବଶ୍ୟ ମିଳିବ।ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।
🐊ମକର👉ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହେବ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆତ୍ମତୃପ୍ତି ଲଭିବେ।ଈର୍ଷାପରାୟଣ ବ୍ୟକ୍ତିବିଶେଷ ଶତ୍ରୁତାକରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି।ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା,ଅତିଥିଚର୍ଚ୍ଚା,ଯାତ୍ରା,ଆଇନଅଦାଲତ ପ୍ରଭୃତିକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
🏺କୁମ୍ଭ👉ଗ୍ରହଙ୍କ ପ୍ରତିକୂଳତାଜନିତ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ। ତଥାପି ଆପଣଙ୍କୁ ସତ୍ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ।ଗୃହନିର୍ମାଣ,ଗାଡିକିଣା,କରଜ ଦେବା ଆଦିରେ ମନ ଦେଇପାରନ୍ତି।ପ୍ରଶାସନସ୍ତରରେ କାର୍ଯ୍ୟସାଧନ କିମ୍ବା ଆଶା ପୂରଣରେ ବନ୍ଧୁ ସାହାଯ୍ୟ କରିବେ।
🐟ମୀନ👉ଭୁଲ୍ ବୁଝାମଣାଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ।ତଥାପି ଯାତ୍ରା,ଶିଳ୍ପ,ବାଣିଜ୍ୟ,ପରିବହନପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ।ହଠାତ୍ ହଜିଯାଇଥିବା ବ୍ୟକ୍ତି,ଚୋରିଯାଇଥିବା ଜିନିଷର ଖୋଜଖବର ପାଇପାରନ୍ତି।କେତେକକ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବାକୁ ପଡ଼ିପାରେ।
🕉️ନୀତିବାଣୀ🕉️
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ…
ଅର୍ଥ ପଛରେ ନଗୋଡେଇବା ଆପଣ ପଶୁପକ୍ଷୀମାନଙ୍କଠାରୁ ଶିଖି ପାରିବେ।
ଯେଉଁଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନଲାଭର ସୁବିଧା ନଥାଏ ସେଠାରେ ବାସ କରିବା ଠିକ୍ ନୁହେଁ ।
ନିଜ ଲଢେ଼ଇ ନିଜକୁହିଁ ଲଢ଼ିବାକୁ ପଡ଼ିବ କାହିଁକିନା ଲୋକେ କେବଳ Adviceଦିଅନ୍ତି ସାଥ୍ ନୁହେଁ ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
