୨-୯-୨୦୨୬(ବୁଧବାର)ଅଦ୍ଯ ସିଂହ ଦି୧୭ନ, ଭାଦ୍ରବ କୃଷ୍ଣ ପଞ୍ଚମୀ ଦ୧।୩୨ ପ୍ରାଘ୬।୧୧,କ୍ଷୟ ତିଥି ଷଷ୍ଠୀ ଦ୫୫।୫୫ ରାଘ୪।୩୩, ଦ୍ଵିଜା ଘ୫୨।୧୨ ଦିଘ ୨।୨୭,ମେଷ ଚନ୍ଦ୍ର ଦ୬୦।ଭାରତୀୟ ସାଧାରଣ ସମୟ ଅନୁସାରେ (I.S.T.) ସିଂହ ଦ୨/୪୦/୩୫ ଇଂଘ ୫/୩୪/୧୨ ଗତେ ଉଦୟ।କୁମ୍ଭ ଦ୨/୩/୧୦ ଇଂଘ ୫/୫୮/୪ଗତେ ଅସ୍ତ ।ଯୋଗିନୀ ଦକ୍ଷିଣେ ।ପ୍ରାତଃ ଘ୬।୧୧ଗତେ ପଶ୍ଚିମେ,ରାତ୍ରି ଘ୪।୩୩ ଗତେ ବାୟବ୍ୟେ,ଯାତ୍ରାଦି ଶୁଭକର୍ମ ନାସ୍ତି, ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ମେଷ ରାଶିର ଘାତଚନ୍ଦ୍ର । କର୍କଟରାଶିର ଘାତବାର,ରାତ୍ରି ଘ୨।୨୭ ଗତେ ରୋହିଣୀ ମୃଗଶିରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଶ୍ରବଣା ଧନିଷ୍ଠା ପୂର୍ବାଭାଦ୍ର ରେବତୀ ଦ୍ଵିଜା ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି,ଦିବା ଘ୮ ।୪୦ ଗତେ ଘ୧୦।୧୩ ମଧ୍ୟେ କାଳବେଳା,ଘ୧୧।୪୬ ଗତେ,ଘ୧।୧୯ ମଧ୍ୟେ ବାରବେଳା ।ରାତ୍ରି ଘ୨ ।୪୦ଗତେ ଘ୪ ।୭ ମଧ୍ୟେ କାଳରାତ୍ରି । ମୃତେ ରାତ୍ରି ଘ୨ ।୨୭ଗତେ ପାଦଦୋଷ ।ଫଳଂ ଗୋତ୍ରନାଶ ତିଳକାଞ୍ଚନ ଦାନ,ରାତ୍ରି ଘ୪।୩୩ ଗତେ ଦ୍ବିପାଦଦୋଷ,ଫଳଂ ପଶୁସନ୍ତାନ ହାନି,ଅନ୍ନ ଓ ତିଳ କାଞ୍ଚନ ଦାନ,ରଜଶ୍ଚକ୍ରେ କୁଳଟା,ରାତ୍ରି ଘ୨।୨୭ ଗତେ ଲକ୍ଷ୍ମୀଯୁକ୍ତା ।ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଶ୍ରୀଫଳ ପ୍ରାତଃ ଘ୬।୧୧ ଗତେ ନିମ୍ବ ରାତ୍ରି ଘ୪।୩୩ଗତେ ତାଳଭକ୍ଷଣ ନିଷେଧ (ଅମୃତ) -ଦିବା ଘ୭ ।୧୦ମଧ୍ୟେ ଘ୧୧।୫୮ଗତେ ଘ୧ ।୩୪ ମଧ୍ୟେ ରାତ୍ରି ଘ୬।୪୬ଗତେ ଘ୯।୧୦ମଧ୍ୟେ ଘ୧।୫୮ଗତେ ଘ୫।୩୪ ମଧ୍ୟେ(ମାହେନ୍ଦ୍ର)- ଦିବା ଘ୩।୫୮ଗତେ ଘ୫।୩୪ ମଧ୍ୟେ ରାତ୍ରି ଘ୯ ।୧୦ଗତେ ଘ୧୦।୪୬ ମଧ୍ୟେ ।
ମେଷ:- ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ଆର୍ଥିକ ସ୍ଥିତି ଭଲ ରହିବ।ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।ନୂଆ ଜମି କିଣିବାଲାଗି ଦିନଟି ଶୁଭ।
ବୃଷ:-ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହିତ କଥାବାର୍ତ୍ତା ହେବେ। ଲୁଗା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ସନ୍ତାନଙ୍କ ଖୁସି ଖବରରେ ଗୌରବାନ୍ବିତ ହେବେ।
ମିଥୁନ:- ଠିକ୍ ଫଇସଲା ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ବନ୍ଧୁଙ୍କର ପ୍ରଶଂସା ପ୍ରତି ସାବଧାନ ରୁହନ୍ତୁ। ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଶିକ୍ଷକଙ୍କ ଲାଗି ଦିନଟି ଭଲ।
କର୍କଟ:- ଯେଉଁ କାମ ହାତକୁ ନେବେ ପୂରା ମନରେ କରିବେ। ଅଫିସରେ ଭଲ ଖବର ମିଳିବ। ଜୀବନସାଥୀଙ୍କ କଥା ମାନିନେଲେ ସମ୍ବନ୍ଧରେ ମଧୁରତା ଆସିବ।
ସିଂହ:- ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଧନଲାଭ ଯୋଗ ରହିଛି। ଦୀର୍ଘଦିନର ବନ୍ଧୁତା ପ୍ରେମରେ ବଦଳିପାରେ।
କନ୍ୟା:- କାର୍ଯ୍ୟକ୍ଷେତ୍ରରେ ଅଶାନ୍ତି ଦୂର ହେବ। ସୁଖଦ ଖବର ଯୋଗୁଁ ମନ ପ୍ରସନ୍ନ ରହିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ପଥ ଖୋଲିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
ତୁଳା:-ସୁଯୋଗ ଆପଣଙ୍କ ଅପେକ୍ଷାରେ। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରିୟଜନ ସହିତ ଭ୍ରମଣ ଯୋଜନା କରିବେ। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ।
ବିଛା:-ବ୍ୟବସାୟରେ ବୃଦ୍ଧି ହେବ। ବେକାରଙ୍କୁ ରୋଜଗାର ମିଳିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନରେ ମଧୁରତା ଆସିବ।
ଧନୁ:-ଭବିଷ୍ୟତ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। ବେପାରୀବର୍ଗ ନୂଆ କାମରେ ପୁଞ୍ଜି ଲଗାନ୍ତୁ, ଲାଭ ହେବ।
ମକର:-ମନରେ ନୂତନ ଆଶା ଉତ୍ପନ୍ନ ହେବ। ଜୀବନସାଥୀଙ୍କର ସଂପୂର୍ଣ୍ଣ ସହଯୋଗ ପାଇବେ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଖେଳାଳିଙ୍କ ଲାଗି ଦିନଟି ଭଲ।
କୁମ୍ଭ:-ନୂଆ କାମ ନୂଆ କୌଶଳରେ କରିବେ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ବ୍ୟସ୍ତବହୁଳ ରହିବ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ।
ମୀନ:-ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ପ୍ରିୟଜନଙ୍କ ସହିତ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

