ଆଜିର ରାଶିଫଳ

0 907

ଜୁନ ମାସ ୦୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ସପ୍ତମୀ, ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର,ମକର ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତାଳ ଓ ନଡ଼ିଆ ଭକ୍ଷଣ ନିଷେଧ ।
ମେଷ: ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜର କାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ।
ବୃଷ: ନିଜର ଶକ୍ତିର ସଠିକ୍‌ ବିନିଯୋଗ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ କରିବା ପାଇଁ କାହାରି ସହଯୋଗ ପାଇବେ।
ମିଥୁନ: ବ୍ୟବସାୟ ସମ୍ବନ୍ଧରେ ନିଷ୍ପତ୍ତି ନେବା କଠିନ ହୋଇପାରେ। ଘରକୁ ବନ୍ଧୁ ଯିବାଆସିବା ଲାଗି ରହିବ। ଅଫିସରେ ଉପରିସ୍ଥ କର୍ମଚାରୀ ଦୁର୍ବ୍ୟବହାର କରିପାରନ୍ତି।
କର୍କଟ: କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ଆଇନ ମାମଲାରେ ଆଶ୍ବସ୍ତି ମିଳିବ। ଅଫିସର ବାତାବରଣ ଭଲ ରହିବ। ଆମଦାନି ପାଇଁ ସୁଯୋଗ ଆସିବ।
ସି˚ହ: ଆତ୍ମବିଶ୍ବାସ ଅତୁଟ ରହିବ। ଆପଣ ସମସ୍ତଙ୍କୁ ସାଥୀରେ ନେଇ ଆଗକୁ ବଢ଼ିବେ। ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ସୁଖଦ ସମାଚାର ପାଇବେ।
କନ୍ୟା: ବନ୍ଧୁଙ୍କ ପାଇଁ ବିଶେଷ ଭୂମିକା ତୁଲାଇବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ।
ତୁଳା: ମନରେ କୌଣସି କଥାକୁ ନେଇ ଉତ୍ସାହ ବଜାୟ ରହିବ। ଜରୁରୀ ମାମଲାରେ ବଡ଼ଙ୍କ ପରାମର୍ଶ କାମରେ ଆସିପାରେ। ଘର ପାଇଁ ଦରକାରୀ ଜିନିଷ କିଣିବେ।
ବିଛା: ଲୋକେ ଆପଣଙ୍କ କାମର ପ୍ରଶ˚ସା କରିବେ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣ ହେବ।
ଧନୁ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। ଅଧୁରା ରହିଥିବା ଜରୁରୀ କାମ ସ˚ପୂର୍ଣ୍ଣ କରିବେ। ସୁସମ୍ବାଦ ପାଇବେ। ଧନଲାଭର ଅବସର ଦୃଷ୍ଟିଗୋଚର ହେବ।
ମକର: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ। ପରିବାରର ସବୁ ଲୋକ ଆପଣଙ୍କ ପ୍ରତି ଖୁସି ରହିବେ। ଘରକୁ ନୂଆ ବନ୍ଧୁ ଆସିବେ।
କୁମ୍ଭ: ଭାଗ୍ୟ ବୃଦ୍ଧି ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସାମାଜିକ ପରିସର ବଢ଼ିପାରେ। ପରିବାରର ଆବଶ୍ୟକତା ପ୍ରତି ଗୁରୁତ୍ବ ଦିଅନ୍ତୁ।
ମୀନ: ଆପଣ ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

Leave A Reply

Your email address will not be published.