ଆଜିର ରାଶିଫଳ

ତାରିଖ-୨୫-୧୨-୨୦୨୧,ଶନିବାର

0 503

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ ,ପକ୍ଷ- କୃଷ୍ଣ ,ତିଥି- ଷଷ୍ଠୀ ରାତ୍ରି ଘ୦୮-୦୬ମି ଗତେ ସପ୍ତମୀ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ ସିଂହ କନ୍ୟା ତୁଳା ବିଛା କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ରଶୁଦ୍ଧି ଓ ଘାତଚନ୍ଦ୍ର କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ନିମ୍ବ ରାତ୍ର ଘ,୦୭-୩୬ମି ଗତେ ତାଳ ଭକ୍ଷଣ ନିଷେଧ,ମେଷ: ଶୁତ୍ରୁଭୟ ,ବୃଷ:ଘାତ ଚନ୍ଦ୍ର ,ମିଥୁନ: କଳହଯୋଗ ,କର୍କଟ: ପ୍ରାଧାନ୍ୟ , ସିଂହ: ଅପେକ୍ଷା ,କନ୍ୟା: ସୁସ୍ଥତା , ତୁଳା: ବ୍ୟୟ ବୃଦ୍ଧି , ବିଛା: ଆୟଯୋଗ ,ଧନୁ: କାର୍ଯ୍ୟସିଦ୍ଧି ,ମକର: ଧର୍ମ କାର୍ଯ୍ୟ , କୁମ୍ଭ : ଦେହପୀଡା , ମୀନ: ପ୍ରସନ୍ନଚିତ୍ତ 
ମେଷ:-ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ।
ବୃଷ:-ଆଜି ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ର ପାତ୍ର ହେବ । ଦେବଦର୍ଶନର ସୁଯୋଗ ପାଇବେ।
ମିଥୁନ:-ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବ୍ୟବସାୟରେ ବଡଲାଭ ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ନୂଆ କାମ ଆରମ୍ଭ କରିବା ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତ ରହିବେ।

 

କନ୍ୟା:-ଆପଣଙ୍କ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କ˚ପାନିରେ ଚାକିରିର ସୁଯୋଗ ଆସିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।
ତୁଳା:-ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:-ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ଦାମ୍ପତ୍ୟ ଜୀବନ ମଧୂର ରହିବ।
ଖରାଦିନେ ଯେଉଁ ସୂର୍ଯ୍ୟଙ୍କୁ… ଲୋକେ ନିନ୍ଦା କରିଥାନ୍ତି… ଶୀତଦିନେ ସେହି ସୂର୍ଯ୍ୟଙ୍କୁ…ଅପେକ୍ଷା କରିଥାନ୍ତି…ତେଣୁକରି…କାହାକୁ ବି ହେୟଜ୍ଞାନ କରନାହିଁ… କାହିଁକିନା… ସମସ୍ତଙ୍କର ଜୀବନରେ…କିଛି ନା କିଛି ଆବଶ୍ୟକତା ଅଛି…ସୁପ୍ରଭାତ।।

Leave A Reply

Your email address will not be published.