ଆଜିର ଅନୁଚିନ୍ତା

0 539

ଅନେକ ଜନ୍ମର ସଞ୍ଚିତ ପୂଣ୍ୟ ବଳରେ ପ୍ରାଣୀକୁ ଦୁର୍ଲ୍ଲଭ ମଣିଷ ଜନ୍ମ ମିଳିଥାଏ। କିନ୍ତୁ ଅଜ୍ଞାନତା ବଶତଃ ପ୍ରାଣୀ ଶରୀର ବନ୍ଧନରେ ପଡ଼ି ନିଜକୁ ଶରୀର ବୋଲି ଜ୍ଞାନ କରି ପ୍ରକୃତି ଇନ୍ଦ୍ରିୟ ମାନଙ୍କ ଦ୍ଵାରା କରାଉଥିବା ସମସ୍ତ କାର୍ଯ୍ୟରେ  କର୍ତ୍ତାପଣ ଆରୋପ କରି ସେହି କର୍ମର ଫଳକୁ ଭୋଗ କରିବା ପାଇଁ ବାରମ୍ବାର ଏହି ସଂସାରରେ ବିଭିନ୍ନ ଯୋନିରେ ଜନ୍ମ ଗ୍ରହଣ କରିଥାଏ। କେବଳ ପୂର୍ବ ଜନ୍ମର ସୁକୃତ ଥିଲେ ହିଁ ଭଗବାନଙ୍କ କୃପାରୁ ପ୍ରାଣୀ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥାଏ ଓ ସେ ସାଂସାରିକ ଭୋଗବିଳାସ ପ୍ରତି ଆସକ୍ତ ନହୋଇ ଭକ୍ତିର ସହିତ ପ୍ରଭୂଙ୍କୁ ଭଜନ କରି ବିଭୁ କୃପାରୁ ନିଜ ଭିତରେ ଆତ୍ମା ରୂପରେ ବିଦ୍ୟମାନ ଥିବା ସର୍ବବ୍ୟାପୀ ପ୍ରଭୂଙ୍କର ଜ୍ୟୋତି ରୂପକୁ ଦର୍ଶନ କରି ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତିଲାଭ କରିଥାଏ। ତେଣୁ ପ୍ରଭୂଙ୍କର ନାମ ଭଜନ ବ୍ୟତୀତ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତିଲାଭ କରିବାର ଅନ୍ୟ କୋୖଣସି ପନ୍ଥା ନାହିଁ।

ଓଁ ନମଃ ଶିବାୟ,ଶୁଭ ସକାଳ ,ଆଜି ଶନିବାର ପ୍ରଭୁ ଦେବ ଦେବ ମହାଦେବଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଦେବ ଦେବ ମହାଦେବ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା।

Leave A Reply

Your email address will not be published.