ଚୋରା ଦେଶୀମଦ ବିକି ୨ ଗିରଫ

0 324

ବାରଙ୍ଗ,୨୫/୧୨(ଏସ ଏସ ନିଉଜ)ଚୋରା ଦେଶୀମଦ ବିକ୍ରି କରିବା ଅଭିଯୋଗରେ ପୃଥକ ଘଟଣାରେ ବାରଙ୍ଗ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଶୁକ୍ରବାର ଗୋଡିସାହି ଫାଣ୍ଡି ଅଧିନସ୍ଥ ସାନମୁଣ୍ଡଳୀ ଗ୍ରାମର ଶ୍ରୀକାନ୍ତ କୁମାର ବେହେରା(୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିଲା।ପୋଲିସ ତା ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିଛି।ସେହିପରି ଫକିରପଡ଼ା ଗ୍ରାମର ପ୍ରକାଶ ଦାସ (୩୮) ଚୋରା ଦେଶୀମଦ ବିକ୍ରି କରୁଥିବା ସମୟରେ ପୋଲିସ ତାକୁ ଗିରଫ କରିଛି।ପୋଲିସ ତା ନିକଟରୁ ୧୫ ଲିଟର ଦେଶୀମଦ ଜବତ କରିଛି।ଏନେଇ ବାରଙ୍ଗ ଥାନାରେ କେସ ନଂ ୨୭୫/୨୧ ଓ ୨୭୬/୨୧ ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଆକାଶ ଚନ୍ଦ୍ର ରଣା ସୂଚନା ଦେଇଛନ୍ତି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.