ପୁଣି ଓଡିଶାରୁ ବାହାରିଲେ ୪ ଓମିକ୍ରନ୍ ଆକ୍ରାନ୍ତ

0 220

ଭୁବନେଶ୍ୱର,୨୬/୧୨(ଏସଏସନିୟୁଜ) ପୁଣି ଓଡ଼ିଶାରୁ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ସଂଖ୍ୟା ୮ରେ ପହଞ୍ଚିଛି । ରାଜ୍ୟରେ ପ୍ରଥମେ ୨ ଓମିକ୍ରନ୍ ଆକ୍ରାନ୍ତ ୨୧ ତାରିଖରେ ଚିହ୍ନଟ ହୋଇଥିଲେ ।ସେମାନଙ୍କ ମଧ୍ୟରେ ଜଣେ ଆକ୍ରାନ୍ତ ନାଇଜେରିଆରୁ ଆସିଥିବା ବେଳେ ଆଉ ଜଣେ କତାରୁ ଆସିଥିଲେ ।୨୩ ତାରିଖରେ ପୁଣି ନାଇଜେରିଆରୁ ଫେରିଥିବା ୨ ଭଉଣୀ ଆକ୍ରାନ୍ତ ହୋଇଥିବର ଜଣାପଡିଥିଲା ।ସେହିଭଳିଭାବେ ଆଜି ରାଜ୍ୟରେ ୧୧୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେଣ୍ଟିନ୍‌ରୁ ୬୭, ଲୋକାଲ୍ କେସ୍ ୪୫ ଚିହ୍ନଟ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୭ ଆକ୍ରାନ୍ତ ଅଛନ୍ତି ।ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାପଡିଛି ।

 

Leave A Reply

Your email address will not be published.