ଆଜିର ରାଶିଫଳ

ଜାନୁଆରୀ ମାସ ୦୩ ତାରିଖ ୨୦୨୨ ମସିହା(ସୋମବାର)

0 573

ମାଁ ପରମେଶ୍ବରୀ ନମଃ ,ମାସ- ପୌଷ,ପକ୍ଷ- ଶୁକ୍ଳ,ତିଥି- ପ୍ରତିପଦ ,ଚନ୍ଦ୍ର ଶୁଦ୍ଧି-ମିଥୁନ କର୍କଟ କନ୍ୟା ଧନୁ ମକର ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର ସଂନ୍ଧ୍ୟା ଘ ୦୬-୫୮ମି ଗତେ ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତ ଚନ୍ଦ୍ର,ପ୍ରତିପଦ ର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିଷିଦ୍ଧ ଖାଦ୍ୟ- ପାଣିକଖାରୁ ରାତ୍ରି ଘ,୦୮-୪୦ମି ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ,🌹ମେଷ: ପ୍ରାଧାନ୍ୟ ,👉🏿ବୃଷ: ଭ୍ରମଣ ଯୋଗ👉🏿ମିଥୁନ: ଦେହପିଡା👉🏿 କର୍କଟ: ସୁଖହାନି👉🏿 ସିଂହ: ସୁଖସମ୍ମାନ ଲାଭ👉🏿 କନ୍ୟା: ଶତ୍ରୁ ବୃଦ୍ଧି👉🏿 ତୁଳା: ପରାଜୟ👉🏿 ବିଛା: ପ୍ରତି ରୋଧ👉🏿ଧନୁ: ଦୂର ଯାତ୍ରା🤙🏿ମକର: ଉତ୍ସାହିତ👉🏿 କୁମ୍ଭ : କାର୍ଯ୍ୟ ହାନି👉🏿 ମୀନ: ପଥରୋଧ
ମେଷ:-ବହୁଦିନ ର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣାରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ। ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ। ଖଳ ଲୋକଙ୍କୁ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନ କରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ରହିବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଦୋନ୍ନତି ମିଳିପାରେ।
ଜୀବନରେ କେବେ କାହାକୁ କଷ୍ଟ ଦେବାକୁ… ଚେଷ୍ଟା ବି କରନ୍ତୁ ନାହିଁ… “କାହିଁକିନା”ସେ ହୁଏ ତ ଆପଣଙ୍କୁ…କ୍ଷମା କରିଦେଇ ପାରେ…. “ହେଲେ”ସେ ନିଜ ଜୀବନରୁ କେବେହେଲେ…. ଆପଣଙ୍କୁ ଭୁଲି ପାରିବ ନାହିଁ…..

Leave A Reply

Your email address will not be published.